ETV Bharat / state

କଲେଜ ପାଖରୁ ବ୍ରାଉନସୁଗାର ଜବତ, ଜଣେ ଗିରଫ

author img

By ETV Bharat Odisha Team

Published : Feb 14, 2024, 9:22 PM IST

କଲେଜ ପାଖରୁ ବ୍ରାଉନ ସୁଗାର ଜବତ
କଲେଜ ପାଖରୁ ବ୍ରାଉନ ସୁଗାର ଜବତ

Brown Sugar Seized: କଲେଜ କ୍ୟାମ୍ପସ ପାଖରୁ ଜବତ ହେଲା ବ୍ରାଉନସୁଗାର । ୨୬୦ ଗ୍ରାମ ବ୍ରାଉନସୁଗାର ଜବତ କରିଛି କଟକ ମାଲଗୋଦାମ ଥାନା ପୋଲିସ । ଅଧିକ ପଢ଼ନ୍ତୁ

କଲେଜ ପାଖରୁ ବ୍ରାଉନ ସୁଗାର ଜବତ

କଟକ: କଲେଜ କ୍ୟାମ୍ପସ ପାଖରୁ ଜବତ ହେଲା ବ୍ରାଉନସୁଗାର । ୨୬୦ ଗ୍ରାମ ବ୍ରାଉନସୁଗାର ଜବତ କରିଛି କଟକ ମାଲଗୋଦାମ ଥାନା ପୋଲିସ । ଜବତ ହୋଇ ଥିବା ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୨୬ ଲକ୍ଷ ଟଙ୍କା । ଏହାସହ 2 ଟି ମୋବାଇଲ ଓ କିଛି ଟଙ୍କା ଜବତ କରାଯାଇଛି । ବ୍ରାଉନସୁଗାର କାରବାର କରୁଥିବା ଜଣେ ବ୍ୟବସାୟୀଙ୍କୁ ମଧ୍ୟ ପୋଲିସ ଗିରଫ କରିଛି ।

ସୂଚନା ଅନୁସାରେ, ଆଜି ସକାଳ ପ୍ରାୟ 6.30 ସମୟରେ କଟକର ଏକ ଆଇନ କଲେଜ ପାଖରେ ବ୍ରାଉନସୁଗାର କାରବାର ହେଉଥିବା ନେଇ ମାଲଗୋଦାମ ଥାନା ପୋଲିସ ବିଶେଷ ସୁତ୍ରରୁ ଖବର ପାଇଥିଲା । ଉକ୍ତ ଖବରକୁ ଆଧାର କରି ଏକ ପୋଲିସ ଟିମ ଯାଇ ସେଠାରେ ଚଢ଼ାଉ କରିଥିଲା । ତେବେ ପୋଲିସର ଚଢ଼ାଉ ବେଳେ ଜଣେ ବ୍ରାଉନସୁଗାର ବ୍ୟବସାୟୀଙ୍କୁ କାବୁ କରିଛି ପୋଲିସ । ବେପାରୀ ଜଣଙ୍କ ପାଖରୁ ୨୬୦ ଗ୍ରାମ ବ୍ରାଉନସୁଗାର ଜବତ କରିଛି ମାଲଗୋଦାମ ଥାନା ପୋଲିସ । ଜବତ ହୋଇଥିବା ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ପାଖାପାଖି ୨୬ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ବ ହେବ । ଏହାସହ ବେପାରୀ ଜଣଙ୍କ ପାଖରୁ ନଗଦ କିଛି ଟଙ୍କା ଓ 2 ଟି ମୋବାଲ ଫୋନ ମଧ୍ୟ ଜବତ କରିଛି ମାଲଗୋଦାମ ପୋଲିସ ।

ଏହା ମଧ୍ୟ ପଢ଼ନ୍ତୁ....ଚାକିରି ବାକିରି ଛାଡ଼ି ବ୍ରାଉନସୁଗାର ବେପାର, 2 ଜଣଙ୍କୁ ଧରିଲା ସ୍ପେଶାଲ କ୍ରାଇମ ୟୁନିଟ୍‌

ସେପଟେ ଗିରଫ ହୋଇଥିବା ବ୍ରାଉନସୁଗାର ବେପାରୀ ଜଣଙ୍କ କଟକ ଜଗତପୁର ମଙ୍ଗଳାସାହିର ପ୍ରଶାନ୍ତ ବାରିକ ବୋଲି ଜଣାପଡ଼ିଛି । ପ୍ରଶାନ୍ତ ବାରିକଙ୍କ ନାମରେ ପୂର୍ବରୁ ମଧ୍ୟ ଡକାୟତି ଓ ବନ୍ଧୁକ କାରବାର ନେଇ ୭ ଟି ମାମଲା ରୁଜୁ ହୋଇଛି । ପୂର୍ଵରୁ ଅନ୍ୟ ଅପରାଧିକ କାର୍ଯ୍ୟରେ ଲିପ୍ତ ରହୁ ଥିବା ପ୍ରଶାନ୍ତ କିଛି ଦିନ ହେବ ବ୍ରାଉନସୁଗାର କାରବାର ଆରମ୍ଭ କରିଥିବା କହିଛନ୍ତି ଅତିରିକ୍ତ ଡିସିପି ଅନିଲ ମିଶ୍ର । ଏହାସହ କିଏ ବ୍ରାଉନସୁଗାର ଯୋଗାଉଛି, କେଉଁଠୁ ଏତେ ପରିମାଣର ବ୍ରାଉନସୁଗାର ଆସୁଛି ଏବଂ ଏହି ବ୍ରାଉନସୁଗାର ବେପାରର ଚେର କେଉଁ ପର୍ଯ୍ୟନ୍ତ ଲମ୍ବିଛି ତାହା ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି କହିଛନ୍ତି ଅତିରିକ୍ତ ଡିସିପି । ବିଶେଷ କରି କଲେଜ ଛାତ୍ରଛାତ୍ରୀ ଏବଂ ଯୁବପିଢି ଏହି ନିଶା ପ୍ରତି ଆକୃଷ୍ଟ ହେଉଛନ୍ତି । ଏହାର ଲାଭ ଉଠାଇ ସେମାନଙ୍କୁ ଟାର୍ଗେଟ କରୁଛନ୍ତି ଏହି ଅସାଧୁ ବ୍ୟବସାୟୀ । ଏହି ବ୍ୟବସାୟରେ ଅଧିକ ଲାଭ ରହୁଥିବାରୁ ଏହି କାରବାରରେ ଲିପ୍ତ ହେବାକୁ ଅନେକ ଅସାଧୁ ବ୍ୟବସାୟ ଆଗ୍ରହୀ ହେଉଛନ୍ତି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.