ETV Bharat / state

ହାଇକୋର୍ଟରେ ବ୍ଲାକରୋଜ ମାମଲା, ଏପ୍ରିଲ ୧୬କୁ ଘୁଞ୍ଚିଲା ପରବର୍ତ୍ତୀ ଶୁଣାଣି - Black Rose sinking case

author img

By ETV Bharat Odisha Team

Published : Apr 5, 2024, 8:24 AM IST

Black Rose sinking case: ହାଇକୋର୍ଟରେ ବହୁଚର୍ଚ୍ଚିତ ବ୍ଲାକରୋଜ ଜାହାଜ ବୁଡି ମାମଲା । ଆସନ୍ତା ୧୬ ତାରିଖରେ ସିବିଆଇ ତଦନ୍ତ ପ୍ରସଙ୍ଗ ସମ୍ପର୍କିତ ଆବେଦନର ପରବର୍ତ୍ତୀ ଶୁଣାଣି । ଅଧିକ ପଢନ୍ତୁ

Etv Bharat
Etv Bharat

କଟକ: ବହୁଚର୍ଚ୍ଚିତ ବ୍ଲାକରୋଜ ଜାହାଜ ବୁଡି ଘଟଣାର ସିବିଆଇ ତଦନ୍ତ ପ୍ରସଙ୍ଗ ସମ୍ପର୍କିତ ମାମଲା ହାଇକୋର୍ଟରେ ଶୁଣାଣି ହୋଇଛି । ମୁଖ୍ୟ ବିଚାରପତିଙ୍କ ଖଣ୍ଡପୀଠରେ ଦାୟର ହୋଇଥିବା ମାମଲାର ଶୁଣାଣି କରି ଆସନ୍ତା ଏପ୍ରିଲ ୧୬ ତାରିଖରେ ଏହାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରିଛନ୍ତି କୋର୍ଟ । ତେବେ ଏହି ମାମଲାରେ ପୂର୍ବରୁ ସିବିଆଇ ପକ୍ଷରୁ ହାଇକୋର୍ଟରେ ସତ୍ୟପାଠ ଦାଖଲ କରାଯାଇଥିଲା । ଘଟଣାର ତଦନ୍ତ ଅନୁମତି ପାଇଁ ଦୁଇ ଦୁଇ ଥର ରାଜ୍ୟ ସରକାରଙ୍କୁ ଅନୁରୋଧ କରାଯାଇଥିବା ନେଇ କୋର୍ଟଙ୍କୁ ଅବଗତ କରିଥିଲା ସିବିଆଇ ।

ଏହା ମଧ୍ୟ ପଢନ୍ତୁ : ବ୍ଲାକ ରୋଜ ବୁଡି ମାମଲାର ତଦନ୍ତ ପ୍ରସଙ୍ଗରେ ସିବିଆଇର ସତ୍ୟପାଠ



ପୁଣି ଏମଭି ବ୍ଲାକରୋଜ ଜାହାଜ ବୁଡି ପ୍ରସଙ୍ଗ ହାଇକୋର୍ଟରେ ପହଞ୍ଚିଛି । ମୁଖ୍ୟ ବିଚାରପତି ଜଷ୍ଟିସ ଚକ୍ରଧାରୀ ଶରଣ ସିଂହ ଓ ଜଷ୍ଟିସ ଏମ. ଏସ. ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଏ ସମ୍ପର୍କିତ ଜନସ୍ବାର୍ଥ ମାମଲାର ଶୁଣାଣି ହୋଇଥିଲା । ମାର୍ଚ୍ଚ ୪ର ନିର୍ଦ୍ଦେଶ ଅନୁସାରେ ନିଜ ସମ୍ପର୍କରେ ଆବେଦନକାରୀଙ୍କ ପକ୍ଷରୁ ଏକ ତଥ୍ୟ ସମ୍ବଳିତ ଅତିରିକ୍ତ ସତ୍ୟପାଠ ଦାଖଲ କରାଯାଇଥିଲା । ସତ୍ୟପାଠର କପି କେନ୍ଦ୍ର, ରାଜ୍ୟ ସରକାର ଓ ଅନ୍ୟ ପ୍ରତିପକ୍ଷଙ୍କୁ ପ୍ରଦାନ ପାଇଁ ଆବେଦନକାରୀଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ ।

ଏହା ମଧ୍ୟ ପଢନ୍ତୁ : କନିଷ୍ଠ ଶିକ୍ଷକ ଚୟନ ଅନିୟମିତତା ମାମଲା; ଓସେପାର ମେରିଟ୍‌ ଲିଷ୍ଟ ଖାରଜ କଲେ ହାଇକୋର୍ଟ


କ'ଣ ଥିଲା ମାମଲା: ୨୦୦୯ ସେପ୍ଟେମ୍ୱର ୯ରେ ପାରାଦ୍ବୀପ ଉପକୂଳରେ ଏମଭି ବ୍ଲାକରୋଜ ଜାହାଜ ବୁଡି ଯାଇଥିଲା । ଏହି ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ କରି ଚାର୍ଜସିଟ ଦାଖଲ କରିଥିଲା । ବେଆଇନ ଆଇରନ ଓର ଓ ଖଣିଜ ଦ୍ରବ୍ୟ ପରିବହନ ବେଳେ ଏହି ଜାହାଜ ବୁଡି ଯାଇଥିବା ଅଭିଯୋଗ ହୋଇଥିଲା । ଏହି କାରବାରର ଚେର ବିଦେଶ ପର୍ଯ୍ୟନ୍ତ ଲମ୍ବିଥିବା କୁହାଯାଇଥିଲା । କେନ୍ଦ୍ର ଜାହାଜ ଚଳାଚଳ ବିଭାଗ ଏହାର ସିବିଆଇ ତଦନ୍ତ ସପକ୍ଷରେ ମତ ଦେଇଥିଲା । କିନ୍ତୁ ରାଜ୍ୟ ସରକାର ସିବିଆଇକୁ ତଦନ୍ତ ପାଇଁ ଦାୟିତ୍ଵ ଦେଇନଥିଲେ । ବ୍ଲାକରୋଜ ବୁଡି ଘଟଣାର ତଦନ୍ତ ପାଇଁ ସିବିଆଇକୁ ନିର୍ଦ୍ଦେଶ ଦିଆଯାଉ ବୋଲି ଆବେଦନକାରୀ କୋର୍ଟରେ ପ୍ରାର୍ଥନା କରିଥିଲେ । ସୂଚନା ଅଧିକାର କର୍ମୀ ପ୍ରଦୀପ କୁମାର ପ୍ରଧାନ ପକ୍ଷରୁ ଏହି ଜନସ୍ବାର୍ଥ ମାମଲା ଦାୟର ହୋଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.