ETV Bharat / state

କନିଷ୍ଠ ଶିକ୍ଷକ ଚୟନ ଅନିୟମିତତା ମାମଲା; ଓସେପାର ମେରିଟ୍‌ ଲିଷ୍ଟ ଖାରଜ କଲେ ହାଇକୋର୍ଟ

author img

By ETV Bharat Odisha Team

Published : Mar 12, 2024, 12:15 PM IST

Updated : Mar 12, 2024, 4:22 PM IST

Junior Teacher Recruitment Irregularities: କନିଷ୍ଠ ଶିକ୍ଷକ ଚୟନ ଅନିୟମିତତା ମାମଲାରେ ହାଇକୋର୍ଟଙ୍କ ଝଟକା । ଓସେପାର ମେରିଟ ଲିଷ୍ଟ ଖାରଜ କଲେ କୋର୍ଟ । ଅଧିକ ପଢନ୍ତୁ

OSEPA merit list dismissed in High Court
OSEPA merit list dismissed in High Court

Junior Teacher Recruitment Irregularities

କଟକ: କନିଷ୍ଠ ଶିକ୍ଷକ ଚୟନ ଅନିୟମିତତା ମାମଲା । ଓସେପାର ମେରିଟ ଲିଷ୍ଟ ଖାରଜ କଲେ ହାଇକୋର୍ଟ । ଜିଲ୍ଲାଓ୍ବାରୀ ମେରିଟ ଲିଷ୍ଟକୁ ମଧ୍ୟ ଖାରଜ କରିଛନ୍ତି କୋର୍ଟ । ନିଯୁକ୍ତି ନିୟମାବଳୀ ଅନୁଯାୟୀ ସାନି ମେରିଟ୍‌ ଲିଷ୍ଟ ପ୍ରକାଶ କରିବାକୁ ଉଚ୍ଚ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି ।

କନିଷ୍ଠ ଶିକ୍ଷକ ଚୟନରେ ଅନିୟମିତତା ମାମଲାର ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ ଓଡ଼ିଶା ହାଇକୋର୍ଟ । ଚୟନ ପ୍ରକ୍ରିୟା ସରିଥିଲେ ବି ନିଯୁକ୍ତି ଉପରେ ପୂର୍ବରୁ ରୋକ ଲଗାଯାଇଥିଲା । ଡକ୍ୟୁମେଣ୍ଟ ଭେରିଫିକେସନ ପ୍ରକ୍ରିୟା ଜାରି ରହିବ ମାତ୍ର ଚୂଡାନ୍ତ ଚୟନ ତାଲିକା କିମ୍ବା ଉକ୍ତ ପଦରେ କାହାରିକୁ ନିଯୁକ୍ତି ଦିଆଯାଇପାରିବ ନାହିଁ ବୋଲି କୋର୍ଟ ପୂର୍ବରୁ ଅନ୍ତରୀଣ ନିର୍ଦ୍ଦେଶ ଜାରି କରିଥିଲେ । ତେବେ ଆଜି ଏହି ମାମଲାର ଶୁଣାଣି କରି ସାନି ମେରିଟ ଲିଷ୍ଟ ପ୍ରସ୍ତୁତ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଆବେଦନକାରୀ ଚିନ୍ତାମଣି ଭୂୟାଁ ଏବଂ ଅନ୍ୟମାନଙ୍କ ପକ୍ଷରୁ ଦାୟର ହୋଇଥିବା ଆବେଦନ ଉପରେ ଶୁଣାଣି କରି କୋର୍ଟ ଏପରି ଅନ୍ତରୀଣ ନିର୍ଦ୍ଦେଶ ଜାରି କରିଥିଲେ ।

ଏହା ମଧ୍ୟ ପଢନ୍ତୁ - ପୂରଣ ହେବ ଖାଲି ଥିବା ପଦବୀ, ନିୟୋଜିତ ହେବେ ୧୦ ହଜାର କନିଷ୍ଠ ଶିକ୍ଷକ

ଏହା ମଧ୍ୟ ପଢନ୍ତୁ- କନିଷ୍ଠ ଶିକ୍ଷକ ନିଯୁକ୍ତିରେ ଅନିୟମିତତା, ପ୍ରମାଣପତ୍ର ଯାଞ୍ଚ ପରେ ହଟିବେ ଅଯୋଗ୍ୟ କହିଲେ ଓସେପା ନିର୍ଦ୍ଦେଶକ

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ୨୦୨୩ ଅକ୍ଟୋବର ୨୩ ତାରିଖରେ ପ୍ରାୟ ୨୦ ହଜାର ଜୁନିଅର ଶିକ୍ଷକ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । କନିଷ୍ଠ ଶିକ୍ଷକ ନିଯୁକ୍ତି ପାଇଁ କିଛି ଦିନ ପୂର୍ବେ ଓସେପା ପକ୍ଷରୁ ୧୮ ହଜାର ୮୦୫ ଜଣ ପ୍ରାର୍ଥୀଙ୍କ ମେରିଟ ଲିଷ୍ଟ ପ୍ରକାଶ ପାଇଥିଲା । ଏଥିରେ ଦୁର୍ନୀତି ଓ ଅନିୟମିତତା ହୋଇଥିବା ଅଭିଯୋଗ କରି ଆଶାୟୀ ପ୍ରାର୍ଥୀମାନେ ଆନ୍ଦୋଳନ ଆରମ୍ଭ କରିଥିଲେ । କେଉଁ ଆଧାରରେ କନିଷ୍ଠ ଶିକ୍ଷକଙ୍କ ପାଇଁ ହୋଇଥିବା ପରୀକ୍ଷା ଫଳ ପ୍ରକାଶ ପାଇଛି ତାହା ଜଣାଇବାକୁ ପ୍ରାର୍ଥୀମାନେ ଦାବି କରିଥିଲେ । ପରୀକ୍ଷାରେ କଟଅଫ ମାର୍କ କେତେ ରହିଥିଲା ଓ କାହାର କେତେ ମାର୍କ ରହିଛି ସେ ସବୁର ତଥ୍ୟ ଦେବାକୁ ଦାବି କରି ହାଇକୋର୍ଟ ଯାଇଥିଲେ । ମାମଲାର ପ୍ରାରମ୍ଭିକ ଶୁଣାଣି କରି ଗତ ଜାନୁଆରୀ ୧୯ରେ ନିଯୁକ୍ତି ପ୍ରକ୍ରିୟା ଉପରେ ହାଇକୋର୍ଟ ରହିତାଦେଶ ଜାରି କରିଥିଲେ ।

ସେପଟେ ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ଓସେପା ନିର୍ଦେଶକ ଅନୁପମ ଶାହା କହିଛନ୍ତି, "ଏଯାଏଁ ଜଜମେଣ୍ଟ ପୁରା ହସ୍ତଗତ ହୋଇନାହିଁ । ଜିଲ୍ଲା ଅନୁଯାୟୀ ଲିଷ୍ଟ କାଢାଯିବ । ପ୍ରକ୍ରିୟା ଠିକ ଥିଲା, ତେଣୁ ସେ ଉପରେ ହାଇକୋର୍ଟ କୌଣସି ମନ୍ତବ୍ୟ ଦେଇ ନାହାନ୍ତି । ପିଲାମାନଙ୍କୁ ଜିଲ୍ଲା ଚଏସ୍‌ ଦିଆଯାଇଥିଲା, ଆମେ ପୁଣିଥରେ ପଦକ୍ଷେପ ନେବୁ । ରେଜଲ୍ଟ ଯେତେବେଳେ ବାହାରିଥିଲା ଆଶାୟୀ ମାନେ ପ୍ରକ୍ରିୟା ଭୁଲ ଥିବା ଅଭିଯୋଗ କରିଥିଲେ । କିନ୍ତୁ ହାଇକୋର୍ଟ ସେମିତି କିଛି ଜଜମେଣ୍ଟ ଦେଇ ନାହାନ୍ତି । 'ମାହାଲମାଣ୍ଡା' ଭଳି ନାଁ ଆସିଥିବାରୁ କୋର୍ଟରେ କେସ ପଡିଥିଲା । ଯେଉଁ ମାର୍କ ପିଲାମାନେ ରଖିଥିଲେ ତାହାର ଲିଷ୍ଟ ଥିଲା । କିନ୍ତୁ କୋର୍ଟକୁ କଥା ଗଲା ପରେ ତାହା ଆଉ ବହାରିନଥିଲା । ପୁରା ଜଜମେଣ୍ଟ ଆସିଲା ପରେ ଓସେପା ପଦକ୍ଷେପ ନେବ ।"

ଅନ୍ୟପଟେ ଓସେପା ନିର୍ଦେଶକଙ୍କ ଦାବିକୁ ସମ୍ପୂର୍ଣ୍ଣ ସମ୍ପୂର୍ଣ୍ଣ ଖଣ୍ଡନ କରିଛନ୍ତି ଶିକ୍ଷକ ସଂଘର ଉପସଭାପତି ସନ୍ତୋଷ କୁମାର ବରାଳ । ସେ କହିଛନ୍ତି ‘‘ଓସେପା କହିବା ଅନୁଯାୟୀ ଯଦି ଏହି ପ୍ରକ୍ରିୟା ସମ୍ପୂର୍ଣ୍ଣ ଭାବରେ ଠିକ ଅଛି, ତେବେ ମୁଁ ଏହାକୁ ଖଣ୍ଡନ କରୁଛି ।"

ଇଟିଭି ଭାରତ, କଟକ

Last Updated : Mar 12, 2024, 4:22 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.