ETV Bharat / state

କନିଷ୍ଠ ଶିକ୍ଷକ ନିଯୁକ୍ତିରେ ଅନିୟମିତତା, ପ୍ରମାଣପତ୍ର ଯାଞ୍ଚ ପରେ ହଟିବେ ଅଯୋଗ୍ୟ କହିଲେ ଓସେପା ନିର୍ଦ୍ଦେଶକ

author img

By ETV Bharat Odisha Team

Published : Jan 20, 2024, 3:04 PM IST

OSEPA Director Reaction on Recruitment Scam: କନିଷ୍ଠ ଶିକ୍ଷକ ନିଯୁକ୍ତିରେ ଅନିୟମିତତା ନେଇ ମୁହଁ ଖୋଲିଲେ ଓସେପା ନିର୍ଦ୍ଦେଶକ । ପ୍ରମାଣପତ୍ର ଯାଞ୍ଚ ପରେ ଅଯୋଗ୍ୟ ହଟିବେ କହିଲେ । ଅଧିକ ପଢନ୍ତୁ

Recruitment Scam
Recruitment Scam

ଭୁବନେଶ୍ବର: କନିଷ୍ଠ ଶିକ୍ଷକ ନିଯୁକ୍ତିରେ ଅନିୟମିତତା ଅଭିଯୋଗ । ମାହାଲମାଣ୍ଡା ନାଁରେ ପରୀକ୍ଷାର୍ଥୀଙ୍କ ପାଖକୁ ଆଡମିଟ୍ କାର୍ଡ ଆସିବା ପ୍ରସଙ୍ଗରେ ତାତିଲେ ଆଶାୟୀ । ଏହି ଘଟଣାକୁ ନେଇ ଲୋୟର ପିଏମଜି ସମେତ ଓସେପା ଅଫିସ ଆଗରେ ଶତାଧିକ ଆଶାୟୀ ଧାରଣା ଦେବା ସହିତ ଚେତାବନୀ ଦେଇଥିଲେ ଆଶାୟୀ । ନ୍ୟାୟ ନ ମିଳିଲା ଯାଏଁ ଧାରଣା ଜାରି ରହିବ ବୋଲି ଆଶାୟୀ ଚେତାବନୀ ପରେ ପ୍ରତିକ୍ରିୟା ରଖିଛନ୍ତି ଓସେପା ନିର୍ଦ୍ଦେଶକ ।

ଓସେପା ନିର୍ଦ୍ଦେଶକ ଅନୁପମ ଶାହାଙ୍କ କହିବା ଅନୁସାରେ, "ଯୋଗ୍ୟ ବ୍ୟକ୍ତିଙ୍କୁ ଆଡମିଟ୍ କାର୍ଡ ଦିଆଯାଏ । କିଛି ଅନାମଧେୟ ବ୍ୟକ୍ତି ଏଭଳି କରିଛନ୍ତି । ଦିଆଯାଇଥିବା ଆଡମିଟ୍ କାର୍ଡ କୌଣସି ପ୍ରାମାଣିକ ଦସ୍ତାବିଜ୍ ନୁହେଁ କି ପରୀକ୍ଷା ହଲକୁ ପ୍ରବେଶ ଲାଗି ଆଧାର ନୁହେଁ । ଓସେପା କେବଳ ଡ୍ରାଫ୍ଟ ମେରିଟ୍ ଲିଷ୍ଟ ପ୍ରକାଶ କରିଛି । ସମସ୍ତ ପ୍ରାର୍ଥୀଙ୍କ ପ୍ରମାଣପତ୍ର ଯାଞ୍ଚ ହେବା ପରେ ଅଯୋଗ୍ୟଙ୍କୁ ତାଲିକାରୁ ହଟାଇ ଦିଆଯିବ । ମେରିଟ୍ ମାନ୍ୟତା ସମ୍ପୂର୍ଣ୍ଣ ସ୍ୱୟଂଚାଳିତ ପ୍ରକ୍ରିୟା ।"

ଗତ 18 ତାରିଖରେ କନିଷ୍ଠ ଶିକ୍ଷକ ନିଯୁକ୍ତିରେ ଅନିୟମିତତା ନେଇ ଖବର ସାମ୍ନାକୁ ଆସିଥିଲା। ମାହାଲାମାଣ୍ଡା ନାଁରେ ଆସିଥିଲା ଆଡମିଟ୍ କାର୍ଡ ଏବଂ ଆଡମିଟ୍ କାର୍ଡରେ ରହିଥିଲା ଜଣେ କୋଚିଂ ସେଣ୍ଟର ଶିକ୍ଷକଙ୍କ ଫଟୋ । କେବଳ ଏତିକି ନୁହେଁ ପରିକ୍ଷାର୍ଥୀଙ୍କ ବାପାଙ୍କ ନାଁ ରହିଥିଲା ମାହାଲ ମାଣ୍ଡା ପ୍ରୋ । ତେବେ ଏହା ଗୋଟିଏ ଘଟଣା ନୁହେଁ ଗୋଟିଏ ଆଡମିଟ୍ କାର୍ଡରେ ପରୀକ୍ଷାର୍ଥୀଙ୍କ ଫଟୋ ବଦଳରେ ପକ୍ଷୀର ଚିତ୍ର ବି ଦେଖିବାକୁ ମିଳିଥିଲା । କନିଷ୍ଠ ଶିକ୍ଷକ ନିଯୁକ୍ତିରେ ମେରିଟ୍ ଲିଷ୍ଟ ପ୍ରକାଶ ପାଇବା ଆଗରୁ ଏଭଳି ଗୁରୁତର ତ୍ରୁଟି ନେଇ ଲୋୟର ପିଏମଜି ସମେତ ଓସେପା କାର୍ଯ୍ୟାଳୟରେ ଧାରଣା ଦେଇଛନ୍ତି ବିକ୍ଷୋଭକାରୀ । ମେଧାବୀ ତାଲିକା ପ୍ରକାଶ ଆଗରୁ କଟ୍ ଅଫ ତାଲିକା ବି ପ୍ରକାଶ କରାଯାଇନି । କେଉଁ ଆଧାରରେ କନିଷ୍ଠ ଶିକ୍ଷକଙ୍କ ଲାଗି ଆୟୋଜିତ ପରୀକ୍ଷାର ଫଳ ପ୍ରକାଶ ପାଇଲା । ମେରିଟ୍ ଲିଷ୍ଟରେ ଏଭଳି ନାଁ ଓ ରୋଲନମ୍ୱର କେମିତି ରହିଲା । ଏହା ସହ ଯଦି ସରକାର ଆମ କଥା ଧ୍ୟାନ ନଦେବେ ତେବେ ଆଗାମୀ ଦିନରେ ଲୋୟର ପିଏମଜି ଠାରେ ଧାରଣା କରିବା ସହ ବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି ଚେତାବନୀ ଦେଇଛନ୍ତି ଆଶାୟୀ କନିଷ୍ଠ ଶିକ୍ଷକ।

ଏହା ମଧ୍ୟ ପଢନ୍ତୁ: ଆଡମିଟ୍ କାର୍ଡରେ ସାଙ୍ଘାତିକ ତ୍ରୁଟି, ପରୀକ୍ଷାର୍ଥୀଙ୍କ ନାଁ 'ମାହାଲମାଣ୍ଡା'

କନିଷ୍ଠ ଶିକ୍ଷକ ନିଯୁକ୍ତିକୁ ନେଇ କେଁ ଉଠିଛି । ବାସ୍ତବରେ ଯୋଗ୍ୟଙ୍କ ଭିତରେ ଅଯୋଗ୍ୟ ମାହାଲମାଣ୍ଡା ନାଁରେ କେମିତି ପଶିଗଲେ, ତାକୁ ନେଇ ଅସନ୍ତୋଷକୁ ତାଳ ଦେଇ ରାଜନୀତି ବି ଘମାସାନ ହୋଇଛି। ଏହା ସହ ଯଦି ସମସ୍ୟାର ସମାଧାନ ନହୁଏ ତେବେ ଆଗାମୀ ଦିନରେ ବିକ୍ଷୋଭ ଜୋରଦାର କରାଯିବ ନେଇ ଚେତାବନୀ ଦେଇଛନ୍ତି ଆଶାୟୀ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.