ETV Bharat / state

ପୁଣି ବେଗୁନିଆରେ ଅପରାଜିତାଙ୍କୁ ବିରୋଧ - begunia BJP Worker Oppose Aparajita

author img

By ETV Bharat Odisha Team

Published : Apr 5, 2024, 5:57 PM IST

ପୁଣି ବେଗୁନିଆରେ ଅପରାଜିତାଙ୍କୁ ବିରୋଧ
ପୁଣି ବେଗୁନିଆରେ ଅପରାଜିତାଙ୍କୁ ବିରୋଧ

BJP Worker Oppose Aparajita: ନିର୍ବାଚନ ପୂର୍ବରୁ ଭୁବନେଶ୍ବର ବିଜେପି ସାଂସଦ ପାର୍ଥୀ ଅପରାଜିତା ଷଡ଼ଙ୍ଗୀଙ୍କ ପିଛା ଛାଡ଼ୁନି ଦଳୀୟ ବିରୋଧ । ଅପରାଜିତାଙ୍କ ବିରୋଧରେ କୁହୁଲୁଛି ଅସନ୍ତୋଷର ନିଆଁ । ଅଧିକ ପଢନ୍ତୁ

ପୁଣି ବେଗୁନିଆରେ ଅପରାଜିତାଙ୍କୁ ବିରୋଧ

ଖୋର୍ଦ୍ଧା: ବେଗୁନିଆରେ ପୁଣି ଜୋର ଧରିଛି ଅପରାଜିତା ହଟାଅ ବିଜେପି ବଞ୍ଚାଅ ନାରା । ନିର୍ବାଚନୀ ବିଗୁଲ ବାଜି ସାରିଥିବା ବେଳେ ଭୁବନେଶ୍ୱର ସଂସଦୀୟ କ୍ଷେତ୍ର ପାଇଁ ଉଭୟ ବିଜେପି ଓ ବିଜେଡି ତାର ଯୋଦ୍ଧା ଘୋଷଣା କରି ସାରିଛନ୍ତି । ଭୁବନେଶ୍ବର ସାଂସଦ ପାର୍ଥୀ ଭାବେ ବିଜେପି ଅପରାଜିତାଙ୍କ ନାଁ ଘୋଷଣା କରିବା ପରେ ଦଳୀୟ କର୍ମୀଙ୍କ ଭିତରେ କୁହୁଳୁଛି ଅସନ୍ତୋଷର ନିଆଁ ।

ନିଜ ଦଳୀୟ କର୍ମୀଙ୍କୁ ଅଣଦେଖା କରିବା ସହ ବିଜେପି ସଙ୍ଗଠନକୁ ବୁଡ଼େଇ ଦେବାକୁ ଅପରାଜିତା ଚକ୍ରାନ୍ତ କରିଥିବା ସାଙ୍ଘାତିକ ଅଭିଯୋଗ କରିଛନ୍ତି ବିଜେପି କର୍ମୀ । ଦଳୀୟ କାର୍ଯ୍ୟକତାଙ୍କୁ ବାରମ୍ବାର ଅଣଦେଖା କରିବା ସହ ବିଜେଡି ଓ କଂଗ୍ରେସ କର୍ମୀଙ୍କୁ ସାଥୀରେ ନେଇ ସମାନ୍ତରାଳ ସଂଗଠନ କରିବା ଦଳୀୟ କାର୍ଯ୍ୟକତାକୁ ଅଣଦେଖା କରିବା ପ୍ରତିବାଦରେ ଆଜି ପୁଣି ଥରେ ତିବ୍ର ହୋଇଛି ବେଗୁନିଆ ରାଜନୀତି ।

ବେଗୁନିଆ ବିଜେପିର ପୁରୁଣା କର୍ମୀ ଆଜି ଅପରାଜିତା ଷଡ଼ଙ୍ଗୀଙ୍କୁ ତୀବ୍ର ବିରୋଦ୍ଧ କରିବା ସହିତ ବେଗୁନିଆ ବୋଲଗଡ ନିର୍ବାଚନ ମଣ୍ଡଳୀର ଦଳୀୟ କର୍ମକର୍ତ୍ତାଙ୍କୁ ଅବହେଳା ସହ ସଂସଦୀୟ ପାଣ୍ଠିକୁ ଅନ୍ୟ ଦଳର କର୍ମୀଙ୍କୁ ପ୍ରଦାନ ପ୍ରତିବାଦରେ ଆଜି ପୁନର୍ବାର ଭୁବନେଶ୍ବର ବିଜେପି ସାଂସଦ ପାର୍ଥୀ ଅପରାଜିତା ଷଡ଼ଙ୍ଗୀଙ୍କୁ ଜୋରଦାର ବିରୋଧ ପ୍ରଦର୍ଶନ କରିଛନ୍ତି ନିଜ ଦଳର କର୍ମକର୍ତ୍ତା । ଦକ୍ଷିଣ ବେଗୁନିଆ ୨୪ ନମ୍ବର ଯୋନରେ ଏହି ବିରୋଧର ସ୍ବର ଦେଖିବାକୁ ମିଳିଛି । ନିଧିପୁରର ମା ଜାଗେଶ୍ବରୀ ପୀଠରେ ଏକାଠି ହୋଇଥିଲେ ଦଳର ବରିଷ୍ଠ, ଯୁବ,ଛାତ୍ର କର୍ମୀ । ବିଭିନ୍ନ ଫୋରମରେ ଜଣାଇବା ସତ୍ୱେ ପୁଣି ତାଙ୍କୁ ଟିକେଟ ଦେଇଥିବାରୁ ଏବେ ଗାଁ ଗାଁ ବୁଲି ନୋଟାରେ ଭୋଟ ଦେବାକୁ ସଜବାଜ ହେଉଛନ୍ତି ଅପରାଜିତା ବିରୋଧୀ ବିଜେପି କର୍ମୀ ।

ଏହା ମଧ୍ୟ ପଢନ୍ତୁ......କଂଗ୍ରେସ ଛାଡୁଛନ୍ତି ଟାଣୁଆ ନେତା, କେନ୍ଦ୍ରାପଡାରେ ସତ୍ତା ହରାଇବ କି ଦଳ ? - Election 2024

ପୂର୍ବରୁ ଅପରାଜିତାଙ୍କୁ ଖୋର୍ଦ୍ଧା ,ବେଗୁନିଆର ବିଭିନ୍ନ ମଣ୍ଡଳୀରେ ବିରୋଧ ଦେଖିବାକୁ ମିଳିଥିଲା । ଏବେ ଏହି ସ୍ୱର ଶାଣିତ ହେବାରେ ଲାଗିଛି । କିଭଳି ଅପରାଜିତା ଷଡ଼ଙ୍ଗୀ ଭୋଟ ପାଇଁ ନିରୀହ ଜନସାଧାରଣଙ୍କୁ ମିଛ ପ୍ରତିଶ୍ରୁତି ଦେଉଛନ୍ତି ଆଗାମୀ ଦିନରେ ଏହାର ଦୃଢ଼ ଜବାବ ଦିଆଯିବ ବୋଲି କହିଛନ୍ତି ବିଜେପି କର୍ମକର୍ତ୍ତା । ସେହିପରି ଅପରାଜିତା ଅଞ୍ଚଳରେ ସେଭଳି କିଛି ବିକାଶ କରିନଥିବା ବେଳେ ଦଳୀୟ ସଙ୍ଗଠନ ମଜଭୁତ କରିବା ପରିବର୍ତ୍ତେ ନିଜର ସ୍ଵତନ୍ତ୍ର ସଙ୍ଗଠନ ଗଢ଼ୁଥିବା ଅଭିଯୋଗ କରିଛନ୍ତି । ସେହିଭଳି ବିଗତ ପାଞ୍ଚ ବର୍ଷରେ ଭାରତୀୟ ଜନତା ପାର୍ଟିର ପ୍ରର୍ଦଶନ ନୌରାଶଜନ ହୋଇଥିବା ବେଳେ ବିଜେପି ଭୋଟ ହାର ଅପରାଜିତାଙ୍କ ପାଇଁ କମୁଥିବା ଅଭିଯୋଗ କରିଛନ୍ତି କର୍ମକର୍ତ୍ତା ।

ଇଟିଭି ଭାରତ,ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.