ETV Bharat / state

ମହାପ୍ରଭୁଙ୍କ ଆଶୀର୍ବାଦ ବିଜେପିର 'ବିଜୟ ଅଭିଯାନ ଯାତ୍ରା' ଆରମ୍ଭ - Vijay Aviyaan By BJP

author img

By ETV Bharat Odisha Team

Published : May 8, 2024, 7:33 PM IST

Vijay Aviyaan By BJP
Vijay Aviyaan By BJP (ETV Bharat Odisha)

Vijay Aviyaan By BJP: ମହାପ୍ରଭୁଙ୍କ ଆଶୀର୍ବାଦ ନେଇ 'ବିଜୟ ଅଭିଯାନ ଯାତ୍ରା' ଆରମ୍ଭ କଲା ବିଜେପି । ଜାଣନ୍ତୁ ଏହି ଅଭିଯାନ ଦ୍ବାରା କ'ଣ କାର୍ଯ୍ୟକ୍ରମ କରୁଛି ଦଳ ।

Vijay Aviyaan By BJP (ETV Bharat Odisha)

ପୁରୀ: ଶ୍ରୀକ୍ଷେତ୍ରରୁ ଶୁଭାରମ୍ଭ ହେଲା ବିଜେପିର 'ବିଜୟ ଅଭିଯାନ ଯାତ୍ରା' । ଓଡ଼ିଶାର ସବୁ ବିଜେପି ପ୍ରାର୍ଥୀଙ୍କ ପାଇଁ ଗଲା ମହାପ୍ରଭୁ ଶ୍ରୀଅଙ୍ଗ ଲାଗି ବସ୍ତ୍ର, ମାଳ ଓ ମହାପ୍ରସାଦ । ମହାପ୍ରଭୁଙ୍କ ଆଶୀର୍ବାଦ ନେଇ ଆଗାମୀ ନିର୍ବାଚନରେ ଲଢେଇ କରି ଜିତିବା ଲକ୍ଷ୍ୟରେ ମଇଦାନକୁ ଓହ୍ଲାଇବାକୁ ପ୍ରସ୍ତୁତ ପ୍ରାର୍ଥୀ । ପୁରୀରୁ ଆରମ୍ଭ ହୋଇଛି ବିଜେପିର ବିଜୟ ଅଭିଯାନ କାର୍ଯ୍ୟକ୍ରମ । ଦଇତାପତି ସେବକ ତଥା ରାଜ୍ୟ ବିଜେପି ଉପସଭାପତି ଭବାନୀ ଦାସ ମହାପାତ୍ରଙ୍କ ନେତୃତ୍ଵରେ ଏହି 'ବିଜୟ ଅଭିଯାନ ଯାତ୍ରା' ଶୁଭାରମ୍ଭ ହୋଇଛି । ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଦୀପଦାନ କରାଯାଇଛି । ପରେ ପାରମ୍ପରିକ ଘଣ୍ଟ ଘଣ୍ଟା, ମୃଦଙ୍ଗ ଆଦି ବାଦ୍ୟର ତାଳରେ ପୁରୀରେ ଏକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି ।

ଦଇତାପତି ସେବକ ଭବାନୀ ଦାସ ମହାପାତ୍ର କହିଛନ୍ତି, "ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ବପ୍ନ ଓ ଲକ୍ଷ୍ୟକୁ ସାକାର କରିବା ପାଇଁ ମହାପ୍ରଭୁଙ୍କ ଆଶୀର୍ବାଦ ନିଆଯାଇ ପୁରୀରୁ ଏହି ବିଜୟ ଅଭିଯାନ ଯାତ୍ରା ଆରମ୍ଭ ହୋଇଛି । ସାରା ଓଡ଼ିଶା ପାଇଁ ଦଳ ଆରମ୍ଭ କରିଛି ଏହି ଅଭିଯାନ । ମହାପ୍ରଭୁଙ୍କ ଆଶୀର୍ବାଦ ବିନା କୌଣସି କାର୍ଯ୍ୟ ସଫଳ ହୋଇପାରିବନାହିଁ । ଏଣୁ ମହାପ୍ରଭୁଙ୍କ ଶକ୍ତି ଓ ଆଶୀର୍ବାଦ ନିଆଯାଇ ଚଳିତ ନିର୍ବାଚନରେ ବିଜେପି ଓଡି଼ଶାରେ ଜୋରଦାର ଲଢେଇ କରିବ । ଆଗାମୀ ନିର୍ବାଚନରେ ବିଜେପି ସରକାର ଗଠନ କରିବ । ମୋଦିଙ୍କ ସୁଶାସନ ଓଡ଼ିଶାରେ ପ୍ରତିଷ୍ଠା କରାଯିବ । ବିଜେଡିର ଅପାରଗ, ଦୁର୍ନୀତିଗ୍ରସ୍ତ ସରକାରଙ୍କୁ ପରାସ୍ତ କରାଯିବ।"

ଏହା ବି ପଢନ୍ତୁ...ବିଜେପି ସଂକଳ୍ପ ପତ୍ର: ବଲାଙ୍ଗୀରରେ ନିଯୁକ୍ତି, ଶିଳ୍ପ ଓ ଜଳସେଚନ ଭଳି କ୍ଷେତ୍ରରେ ହେବ ବିକାଶ - BJP Manifesto

ଏହା ବି ପଢନ୍ତୁ...କେନ୍ଦ୍ରାପଡାରେ ବିଜେପିର ଗ୍ୟାରେଣ୍ଟି କାର୍ଡ, 'କଳକାରଖାନା ପ୍ରତିଷ୍ଠା କରାଯାଇ ରୋକାଯିବ ଦାଦନ' - Kendrapara BJP Manifesto

ଏହା ବି ପଢନ୍ତୁ...ଅବସରପ୍ରାପ୍ତ ସେନାନୀଙ୍କୁ ନେଇ ବିଜେପିର ବିଶେଷ ସମ୍ପର୍କ ଅଭିଯାନ, ସାମିଲ ହେଲେ ଉତ୍ତରାଖଣ୍ଡ ପୂର୍ବତନ ମୁଖ୍ୟମନ୍ତ୍ରୀ - LOK SABHA ELECTION 2024

ସେ ଆହୁରି କହିଛନ୍ତି, "ବିଜେପିର ଯୋଦ୍ଧା ତଥା ପ୍ରାର୍ଥୀଙ୍କ ନିକଟରେ ମହାପ୍ରଭୁଙ୍କ ଆଶୀର୍ବାଦ ପହଞ୍ଚାଇବା ପାଇଁ ଆରମ୍ଭ ହୋଇଛି ବିଜୟ ଅଭିଯାନ ଯାତ୍ରା । ଓଡ଼ିଶାର ସମସ୍ତ ନିର୍ବାଚନ ମଣ୍ଡଳୀକୁ ମହାପ୍ରଭୁଙ୍କ ଶ୍ରୀଅଙ୍ଗ ଲାଗି ବସ୍ତ୍ର, ମାଳ, ମହାପ୍ରସାଦ ନିଆଯାଉଛି । ଏହାସହ ବିଜେପିର ସବୁ ପ୍ରାର୍ଥୀଙ୍କୁ ମହାପ୍ରଭୁଙ୍କ ସାମଗ୍ରୀ ପ୍ରଦାନ କରାଯାଇ ଆଗାମୀ ନିର୍ବାଚନ ଲଢେଇ ପାଇଁ ଉତ୍ସାହିତ କରାଯିବ।" ନିର୍ବାଚନକୁ ଖୁବ କମ୍ ଦିନ ଥିବାବେଳେ ସବୁ ଦଳର ପ୍ରାର୍ଥୀ ନିଜ ନିଜ ପ୍ରସ୍ତୁତି ଚଳାଇଛନ୍ତି । ଏହି ପରିପ୍ରେକ୍ଷୀରେ ବିଜେପି ମଧ୍ୟ ମହାପ୍ରଭୁଙ୍କ ଆଶୀର୍ବାଦ ନେଇ ପ୍ରାର୍ଥୀଙ୍କୁ ମଇଦାନକୁ ଓହ୍ଲାଇବା ପାଇଁ ନିଷ୍ପତ୍ତି ନେଇଛି ।
ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.