ETV Bharat / state

ଖଲ୍ଲିକୋଟ ବିଧାୟିକାଙ୍କ ବିରୋଧରେ ବଢୁଛି ଦଳୀୟ କର୍ମୀଙ୍କ ଅସନ୍ତୋଷ - BJD Workers Opposed Khallikote MLA

author img

By ETV Bharat Odisha Team

Published : Apr 2, 2024, 2:04 PM IST

BJD Workers Opposed Khallikote MLA
BJD Workers Opposed Khallikote MLA

BJD Workers Opposed Khallikote MLA: ଥମୁନି ଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀରେ ବିଜେଡିର ଗୋଷ୍ଠୀ କନ୍ଦଳ । ଖଲ୍ଲିକୋଟ ବିଧାୟିକାଙ୍କ ବିରୋଧରେ ବଢୁଛି ଦଳୀୟ କର୍ମୀଙ୍କ ଅସନ୍ତୋଷ । ଅଧିକ ପଢନ୍ତୁ

BJD Workers Opposed Khallikote MLA

ବ୍ରହ୍ମପୁର: ମୁଣ୍ଡ ଉପରେ ସାଧାରଣ ନିର୍ବାଚନ । ଏହା ପୂର୍ବରୁ ଗଞ୍ଜାମର ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ଶାସକ ବିଜେଡି ଦଳରେ ବୃଦ୍ଧି ପାଉଛି କର୍ମୀ ଅସନ୍ତୋଷ । ଏହି କ୍ରମରେ ଗଞ୍ଜାମ ଜିଲ୍ଲାର ଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀରେ ସ୍ଥାନୀୟ ବିଧାୟକା ସୂର୍ଯ୍ୟମଣି ବୈଦ୍ୟଙ୍କ କାର୍ଯ୍ୟଙ୍କୁ ବିରୋଧ କରି ଦିନକୁ ଦିନ ମେଳି ବାନ୍ଧୁଛନ୍ତି ଅସନ୍ତୁଷ୍ଟ କର୍ମୀ । ଏହି ନିର୍ବାଚନ ମଣ୍ଡଳୀରେ ଦୀର୍ଘ ଦିନ ଧରି ଲାଗି ରହିଥିବା ଦଳୀୟ କନ୍ଦଳ ହାଇକମାଣ୍ଡଙ୍କ ନିକଟରେ ପହଞ୍ଚିଛି । ସ୍ଥାନୀୟ ବିଧାୟିକା ଓ ପୂର୍ବରୁ ରହି ଆସିଥିବା ଦିବଙ୍ଗତ ରାଣୀ ସାହେବାଙ୍କ ସମର୍ଥକଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି ।

ଏହା ମଧ୍ୟ ପଢନ୍ତୁ-ମୁଖ୍ୟମନ୍ତ୍ରୀ ସୁଯୋଗ ଦେଲେ ନିଶ୍ଚୟ ଲଢିବି: କ୍ରୀଡାବିତ୍ ରବି କୁମାର - interview with k Ravi Kumar

ଖଲ୍ଲିକୋଟ ନିର୍ବାଚନ ମଣ୍ଡଳରେ ବିଜେଡିରେ ବିବାଦ ଲାଗି ରହିଥିବା ବେଳେ ଚଳିତ ନିର୍ବାଚନରେ ଏଠାରେ ନୂଆ ଚେହେରାକୁ ଦଳ ପ୍ରାର୍ଥୀ ନକଲେ ବିରୋଧ କରାଯିବ ବୋଲି ବିଜେଡି କର୍ମୀ ନିଷ୍ପତ୍ତି ନେଇଛନ୍ତି । ଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀ ସ୍ତରୀୟ ବୈଠକରେ କର୍ମୀମାନଙ୍କୁ ଖଲ୍ଲିକୋଟ ବିଧାୟିକା ଓ ତାଙ୍କ ସ୍ବାମୀ ବ୍ଲକ ଅଧ୍ୟକ୍ଷ ଗୁରୁତ୍ବ ଦେଉନଥିବା ଅଭିଯୋଗ ଆଣିଛନ୍ତି ବିଜେଡି କର୍ମୀ । ଗତକାଲି (ସୋମବାର) ଖଲ୍ଲିକୋଟ ସହରର ନିର୍ମଳଝର ସ୍ଥିତ ସ୍ୱର୍ଗତ ରାଣୀ ସୁଜ୍ଞାନ କୁମାରୀ ଦେଓଙ୍କ ବାସଭବନ ପରିସରରେ ବିଜେଡି କର୍ମୀଙ୍କ ଏକ ବୈଠକରେ ଏପରି ଅଭିଯୋଗ ହୋଇଥିଲା । ଏପରିକି କିଛି ଦଳୀୟ ନେତା ଚାପର ବଶବର୍ତ୍ତୀ ହୋଇ ସ୍ୱର୍ଗତ ସୁଜ୍ଞାନଙ୍କ ଦାୟାଦ ଡାକ୍ତର ସଂକେତ ରାମାରାଓଙ୍କୁ ଉପେକ୍ଷା କରାଯାଉଥିବାରୁ ଖଲ୍ଲିକୋଟ ବିଜେଡିର ବରିଷ୍ଠ ନେତୃବୃନ୍ଦମାନେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ-ସାଧାରଣ ନିର୍ବାଚନ ପୂର୍ବରୁ ବ୍ରହ୍ମପୁର ପୋଲିସର ସମୀକ୍ଷା ବୈଠକ - Berhampur Police Review Meeting

ଏହା ମଧ୍ୟ ପଢନ୍ତୁ-ମୋହର ବାଜିନି ଦେଖାଦେଲାଣି କନ୍ଦଳ, ଚିତ୍ରକୋଣ୍ଡାରେ ଲକ୍ଷ୍ମୀପ୍ରିୟା ନାୟକଙ୍କ ବିରୋଧରେ ମେଳି - Rift in Chitrakonda BJD

ଗୋଟିଏ ପଟେ ବୈଠକ କରି ଅସନ୍ତୁଷ୍ଟ କର୍ମୀ ନିଜର ଅସନ୍ତୋଷ ଜାହିର କରୁଥିବା ବେଳେ ସେପଟେ ଟିକେଟ ଘୋଷଣା ଅଟକି ରହିଥିବାରୁ ଏଠାରେ ଦଳର ତୀବ୍ର ଅସନ୍ତୋଷ ରହିଥିବା ସ୍ପଷ୍ଟ ହୋଇଛି । ଖଲ୍ଲିକୋଟର ଏହି ଅସନ୍ତୋଷ କର୍ମୀଙ୍କ ବୈଠକର ନିଷ୍ପତ୍ତିକୁ ଦଳୀୟ ହାଇକମାଣ୍ଡ କେତେ ଗୁରୁତ୍ବ ଦେଉଛନ୍ତି ଏବଂ ଟିକେଟ ଘୋଷଣାରେ ଏହାର ପ୍ରଭାବ କ'ଣ ରହୁଛି ତାହା ଉପରେ ରହିଛି ସମସ୍ତଙ୍କ ନଜର ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.