ମୁଖ୍ୟମନ୍ତ୍ରୀ ସୁଯୋଗ ଦେଲେ ନିଶ୍ଚୟ ଲଢିବି: କ୍ରୀଡାବିତ୍ ରବି କୁମାର - interview with k Ravi Kumar

By ETV Bharat Odisha Team

Published : Mar 31, 2024, 7:41 PM IST

Updated : Mar 31, 2024, 9:20 PM IST

thumbnail

Interview With K Ravi Kumar: ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରରୁ ବିଜେଡି ଦଳରୁ ଆନ୍ତର୍ଜାତୀୟ କ୍ରୀଡାବିତ୍ ରବି କୁମାରଙ୍କ ନାମକୁ ନେଇ ଚର୍ଚ୍ଚା । ଆଗାମୀ ସାଧାରଣ ନିର୍ବାଚନକୁ ନେଇ ଏବେ ସବୁଠି ଚର୍ଚ୍ଚା । କେଉଁ ନିର୍ବାଚନ ମଣ୍ଡଳୀରେ କିଏ ପ୍ରାର୍ଥୀ ହେବ ତାହାକୁ ନେଇ ଲାଗି ରହିଛି ନାନା କଳ୍ପନା ଜଳ୍ପନା । ଏଭଳି ସମୟରେ ଗଞ୍ଜାମ ଜିଲ୍ଲାର ଚର୍ଚ୍ଚାରେ ବ୍ରହ୍ମପୁର ଲୋକସଭା ଓ ବିଧାନସଭା ଆସନ । ବିଜୁ ଜନତା ଦଳ ପକ୍ଷରୁ ରାଜ୍ୟରେ ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟରେ ଉଭୟ ଲୋକସଭା ଓ ବିଧାନସଭା ପାଇଁ ଟିକେଟ ଘୋଷଣା କରାଯାଇଥିବା ବେଳେ ଜିଲ୍ଲାର ବ୍ରହ୍ମପୁର ଲୋକସଭା ସମେତ 4ଟି ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା ହୋଉନାହିଁ । ଏଭଳି ସମୟରେ ବ୍ରହ୍ମପୁର ଆସନ ପାଇଁ ଅନ୍ତର୍ଜାତୀୟ କ୍ରୀଡାବିତ୍ କେ.ରବି କୁମାରଙ୍କୁ ଦଳ ପକ୍ଷରୁ ପ୍ରାର୍ଥୀ କରାଯିବାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।  

ଏହା ମଧ୍ୟ ପଢନ୍ତୁ- BJPରେ ମିଶିଲେ ଆକାଶ ଦାସ ନାୟକ, ଗତକାଲି BJDରୁ ଦେଇଥିଲେ ଇସ୍ତଫା - AKASH DASNAYAK JOINS BJP

ସେପଟେ ଅଲମ୍ପିଆନ କେ.ରବି କୁମାର କହିଛନ୍ତି ଯେ, ତାଙ୍କୁ ଯଦି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜନୀତି କ୍ଷେତ୍ରରେ ସୁଯୋଗ ଦିଅନ୍ତି, ତାହାଲେ ସେ ନିଶ୍ଚିତ ଏହାକୁ ସୂଚାର ରୂପେ ପାଳନ କରିବେ । ତେବେ କେ. ରବି ସହ ବିସ୍ତୃତ ଆଲୋଚନା କରିଛନ୍ତି ଆମ ବ୍ରହ୍ମପୁର ପ୍ରତିନିଧି ସମୀର ଆଚାର୍ଯ୍ୟ ।

ଇଟିଭି ଭାରତ, ବ୍ରହ୍ମପୁର  

Last Updated : Mar 31, 2024, 9:20 PM IST

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.