ETV Bharat / state

ଶ୍ରୀମନ୍ଦିରରେ ଜଗା ଦର୍ଶନ କଲେ ଲେଖାଶ୍ରୀ, ନିର୍ବାଚନୀ ବୈତରଣୀ ପାର୍ ହେବାକୁ ନେଲେ ଆଶୀର୍ବାଦ - Lekhashree At Jagannath Temple

author img

By ETV Bharat Odisha Team

Published : Apr 13, 2024, 10:17 PM IST

Lekhashree At Jagannath Temple
Lekhashree At Jagannath Temple

Lekhashree At Jagannath Temple: ବିଜେଡି ସାଂସଦ ପ୍ରାର୍ଥୀ ଲେଖାଶ୍ରୀ ଶ୍ରୀଜଗନ୍ନାଥ ମନ୍ଦିର ଆସି ମହାପ୍ରଭୁଙ୍କ ଆଶୀର୍ବାଦ ନେଇଛନ୍ତି । ଓଡ଼ିଶାବାସୀ ଓ ମୁଖ୍ୟମନ୍ତ୍ରୀଙ୍କ ମଙ୍ଗଳ କାମନା କରିଥିବା ସେ କହିଛନ୍ତି । ଅଧିକ ପଢନ୍ତୁ

Lekhashree At Jagannath Temple

ପୁରୀ: ଶ୍ରୀମନ୍ଦିର ଆସି ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କଲେ ଲେଖାଶ୍ରୀ ସାମନ୍ତସିଂହାର । ବାଲେଶ୍ଵରର ବିଜେଡି ଲୋକସଭା ପ୍ରାର୍ଥୀ ହେବା ପରେ ସେ ପ୍ରଥମ ଥର ଶ୍ରୀମନ୍ଦିର ଆସିଛନ୍ତି । ତେବେ ମହାପ୍ରଭୁଙ୍କୁ ଦର୍ଶନ ପରେ ଲେଖାଶ୍ରୀ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, "ମହାପ୍ରଭୁଙ୍କ ଦିବ୍ୟ ଦର୍ଶନ ପାଇ ମୁଁ ବହୁତ ଭାଗ୍ୟବାନ। ସମସ୍ତ ଓଡ଼ିଆଙ୍କ ମଙ୍ଗଳ କାମନା କରୁଛି । ଓଡ଼ିଆ ଜାତିର ଉନ୍ନତି ହେଉ, ବିକାଶ ହେଉ ।" ଏହିପରି ଭାବେ ସେ ଓଡ଼ିଶାବାସୀଙ୍କ ମଙ୍ଗଳ କାମନା କରିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମଙ୍ଗଳ କାମନା କରି ପ୍ରାର୍ଥନା କରିଥିବା କହିଛନ୍ତି ।

ବାଲେଶ୍ଵରରେ ବିଜେପି ନେତା ପ୍ରତାପ ଷଡ଼ଙ୍ଗୀଙ୍କ ସହ ତାଙ୍କର ମୁକାବିଲା ହେବାକୁ ଯାଉଛି । ପୂର୍ବରୁ ଲେଖାଶ୍ରୀ ବିଜେପି ନେତ୍ରୀ ଥିବାବେଳେ ବର୍ତ୍ତମାନ ସେ ବିଜେଡିରେ ଯୋଗ ଦେଇ ବିଜେପିକୁ କଡ଼ା ଟକ୍କର ଦେବାକୁ ଯାଉଛନ୍ତି । ପ୍ରତାପ ଷଡ଼ଙ୍ଗୀଙ୍କ ସହ ମୁକାବିଲା ପ୍ରଶ୍ନର ଉତ୍ତର ଦେଇ ଲେଖାଶ୍ରୀ କହିଛନ୍ତି ଯେ, ସେ କିଛି ଜାଣି ନାହାନ୍ତି । ମହାପ୍ରଭୁ ଯେଉଁ ଆଡେ ବାଟ କଢେଇ ନେବେ ସେ ସେହି ଦିଗରେ ଯିବେ। ତେବେ ସେ ବିଜେପି କାହିଁକି ଛାଡ଼ିଲେ ବୋଲି ପ୍ରଶ୍ନ କରାୟାଇଥିବାବେଳେ ଏହାର କୌଣସି ଉତ୍ତର ରଖିନାହାନ୍ତି ଲେଖାଶ୍ରୀ ।

ଏହା ବି ପଢନ୍ତୁ...ଗୋଟିଏ ଲୋକସଭା ଓ 9 ବିଧାନସଭା ଆସନରେ ପ୍ରାର୍ଥୀ ଘୋଷଣା କଲା BJD, ବାଲେଶ୍ବରରୁ ଲେଖାଶ୍ରୀ - BJD Announces Candidates

ଏହା ବି ପଢନ୍ତୁ...ଲେଖାଶ୍ରୀ ବାଲେଶ୍ଵରରୁ ପ୍ରାର୍ଥୀ ହେଲେ ବିଜେପିକୁ ଅସୁବିଧା ନାହିଁ: ପ୍ରତାପ ଷଡଙ୍ଗୀ - Pratap Sarangi On Lekhashree

ଶ୍ରୀମନ୍ଦିର ସିଂହଦ୍ଵାରରେ ପହଞ୍ଚି ପ୍ରଥମେ ଅରୁଣ ସ୍ତମ୍ଭକୁ ପ୍ରଣାମ କରିଥିଲେ ଲେଖାଶ୍ରୀ । ପରେ ସିଂହଦ୍ଵାର ସମ୍ମୁଖରେ ମହାପ୍ରଭୁଙ୍କୁ ସାଷ୍ଟାଙ୍ଗ ପ୍ରଣାମ କରିଥିଲେ। ପରେ ଦୀପ ଜାଳି ମହାପ୍ରଭୁଙ୍କୁ ଆରାଧନା କରିଥିଲେ । ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ। ଶ୍ରୀମନ୍ଦିର ଭିତର ବେଢାରେ ଥିବା ବିଭିନ୍ନ ଦେବଦେବୀ ମନ୍ଦିର ବୁଲି ପୂଜାର୍ଚ୍ଚନା କରିଥଲେ। ପରେ ମହାପ୍ରସାଦ ସେବନ କରି ଭୁବନେଶ୍ଵର ପ୍ରତ୍ୟାବର୍ତ୍ତନ କରିଥିଲେ। ପୂର୍ବରୁ ଲେଖାଶ୍ରୀ ରାଜ୍ୟ ବିଜେପି ପ୍ରବକ୍ତା ଥିଲେ। ସେ ବିଜେପିର ଜଣେ ଟାଣୁଆ ନେତ୍ରୀ ଥିଲେ। ହେଲେ ବିଜେପି ତାଙ୍କୁ ଚଳିତ ନିର୍ବାଚନରେ ଟିକେଟ ନ ଦେବାରୁ ଏଥିରେ କ୍ଷୋଭ ପ୍ରକାଶ କରି ବିଜେପିରୁ ଇସ୍ତଫା ଦେଇଥିଲେ। ପରେ ବିଜେଡିରେ ଯୋଗ ଦେଇଥିଲେ। ଆଉ ବିଜେଡି ତାଙ୍କୁ ବାଲେଶ୍ଵରରୁ ଲୋକସଭା ଲଢ଼ିବା ପାଇଁ ବିଜେଡି ଟିକେଟ ଦେଇଛି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.