ETV Bharat / state

'ନୂଆ-ଓ' କଲ ସେଣ୍ଟରରୁ ଭୋଟ୍ ପାଇଁ ପିଲାଙ୍କୁ ଆସୁଛି କଲ: ବିଜେପି - Code Of Conduct Violation

author img

By ETV Bharat Odisha Team

Published : May 3, 2024, 4:53 PM IST

Code Of Conduct Violation
Code Of Conduct Violation(Etv Bharat Odisha)

Code Of Conduct Violation: ସ୍କଲାରସିପ୍ ମାଧ୍ୟମରେ ବିଜେଡି ନିଜର ପ୍ରଚାର କରୁଥିବା ନେଇ ଅଭିଯୋଗ କରିଛି ବିଜେପି । ରାଜ୍ୟ ବିଜେପି ଉପସଭାପତି ଗୋଲକ ମହାପାତ୍ର କ'ଣ କହୁଛନ୍ତି ଜାଣନ୍ତୁ । ଅଧିକ ପଢନ୍ତୁ

Code Of Conduct Violation (Etv Bharat Odisha)

ଭୁବନେଶ୍ବର: ପୁଣି ଆଦର୍ଶ ଆଚରଣ ବିଧିର ଉଲଂଘନ ଅଭିଯୋଗ ଆଣିଲା ବିଜେପି । ସ୍କଲାରସିପ୍ ମାଧ୍ୟମରେ ବିଜେଡି ନିଜର ପ୍ରଚାର କରୁଥିବା ନେଇ ବିଜେପି ଅଭିଯୋଗ କରିଛି । ରାଜ୍ୟ ବିଜେପି ଉପ ସଭାପତି ଗୋଲକ ମହାପାତ୍ର କହିଛନ୍ତି, "ନୂଆ- ଓ କଲ ସେଣ୍ଟରରୁ ପିଲାଙ୍କୁ ଆସୁଛି କଲ। ବିଜୁ ଜନତା ଦଳକୁ ଭୋଟ ଦେବା ପାଇଁ କୁହାଯାଉଛି । ରାଜ୍ୟ ସରକାରଙ୍କ ନୂଆ- ଓ କଲ ସେଣ୍ଟରରୁ ରାଜ୍ୟର ବିଭିନ୍ନ ପ୍ରାନ୍ତକୁ କଲ କରାଯାଇ ସ୍କଲାରସିପ ନେଇ ପଚାରଯାଉଛି। ଯଦି ପିଲାଙ୍କ ପାଖରୁ ଉତ୍ତର ହଁ ଆସୁଛି, ତେବେ ବିଜୁ ଜନତା ଦଳକୁ ଭୋଟ ଦେବା ପାଇଁ କୁହାଯାଉଛି।" ଯାହା ଆଦର୍ଶ ଆଚରଣ ବିଧିର ସମ୍ପୂର୍ଣ୍ଣ ଉଲଂଘନ ବୋଲି କହିଛି ବିଜେପି। ସେଥିପାଇଁ ବିଜେପିର ପ୍ରତିନିଧି ଦଳ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଏହି ପ୍ରସଙ୍ଗରେ ଅବଗତ କରାଇଛନ୍ତି । ଏହି କଲ ସେଣ୍ଟର ସହ ରାଜ୍ୟ ସରକାରଙ୍କ ଅନ୍ୟ କଲ ସେଣ୍ଟରକୁ ଏହି ସମୟରେ ବନ୍ଦ କରିବାକୁ ଦାବି କରିଛି ବିଜେପି । ଏହି ପ୍ରସଙ୍ଗ ସହ ଜଡିତ ବ୍ୟକ୍ତିବିଶେଷଙ୍କ ଉପରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛି ଦଳ।


ଏନେଇ ରାଜ୍ୟ ବିଜେପି ଉପ ସଭାପତି ଗୋଲକ ମହାପାତ୍ର କହିଛନ୍ତି, "ନୂଆ ଓ କଲ ସେଣ୍ଟରରୁ କଲେଜ ଯୁବକ ଯୁବତୀମାନଙ୍କୁ ଆସୁଛି ଫୋନ କଲ୍। ସ୍କଲାର ସିପ୍ ବାବଦରେ ପଚାରୁଛନ୍ତି। ସେପଟୁ ହଁ ଉତ୍ତର ଆସିଲେ, ଏହା ହେଉଛି ସରକାରଙ୍କ ଟଙ୍କା ତେଣୁ ବିଜେଡିକୁ ଭୋଟ ଦେବାକୁ କୁହାଯାଉଛି ।" ଏହିପରିଭାବେ ସ୍କଲାରସିପ ମାଧ୍ୟମରେ ବିଜେଡି ପ୍ରଚାର କରୁଛି ବୋଲି ବିଜେପି ଅଭିଯୋଗ କରିଛି । ପୂର୍ବରୁ ମଧ୍ୟ ୭ ଜଣ ଅଧିକାରୀ ବଦଳିଛନ୍ତି। ଆମର ଦାବି ଓଡ଼ିଶାରେ ସ୍ବଚ୍ଛ ନିର୍ବାଚନ କରିବା ପାଇଁ ପ୍ରୟାସ କରୁଛି ବିଜେପି।" ଓଡ଼ିଶା ସରକାରଙ୍କର ଯେତେ କଲ ସେଣ୍ଟର୍ ରହିଛି ସେସବୁ ଗୁଡିକୁ ବନ୍ଦ କରିବାକୁ ଦାବି କରିଛି ବିଜେପି । ପ୍ରତ୍ୟେକ କଲ ସେଣ୍ଟରରୁ ବିଜୁ ଜନତା ଦଳକୁ ଭୋଟ ଦେବା ପାଇଁ କଲ ଯାଉଛି ବୋଲି କହିଛନ୍ତି ରାଜ୍ୟ ଉପ ସଭାପତି ଗୋଲକ ମହାପାତ୍ର। ଯେଉଁ ଯେଉଁ କଲ ସେଣ୍ଟ ରୁ କଲ ଯାଉଛି ସେମାନଙ୍କୁ ନୋଟିସ କରି କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଉ ବୋଲି ସିଇଓଙ୍କ ନିକଟରେ ଫେରାଦ ହୋଇ ଏହା କହିଛନ୍ତି ରାଜ୍ୟ ବିଜେପି ଉପସଭାପତି ।

ଏହା ବି ପଢନ୍ତୁ...ନିର୍ବାଚନ ଆଚରଣ ବିଧି ଉଲ୍ଲଙ୍ଘନର ନୂଆ କୀର୍ତିମାନ ସ୍ଥାପନ କରୁଛି ବିଜେପି: ବିଜେଡି - BJD MEET CEO


"ବାରମ୍ବାର ସିଇଓଙ୍କ ନିକଟରେ ଅଭିଯୋଗ କରାଯାଉଛି। ଅନେକ ସରକାରୀ ଅଧିକାରୀମାନେ ବିଜୁ ଜନତା ଦଳ ପାଇଁ କାମ କରୁଛନ୍ତି। ଯାହାକୁ ନେଇ ସିଇଓଙ୍କ ନିକଟରେ ଅଭିଯୋଗ ହୋଇଥିଲା। ପରବର୍ତ୍ତୀ ସମୟରେ ସେମାନଙ୍କୁ ବଦଳି କରାଯାଉଛି। ବିଜେଡି କେବଳ ଲୋକମାନଙ୍କୁ ଭ୍ରମିତ କରି ୨୫ ବର୍ଷ ଧରି ଶାସନ କରି ଆସୁଛି। ରାଜ୍ୟରେ ଏବେବି ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଉଛନ୍ତି ଲୋକେ । ୪୦ ପ୍ରତିଶତ ଲୋକ ଏବେବି ପାଣି ପାଉନାହାନ୍ତି। ଶାସନରେ କିଭଳି ରହିବେ ସେନେଇ ମିଛ କହି ବିଭିନ୍ନ ପ୍ରଚେଷ୍ଟା କରୁଛନ୍ତି। ଯାହା ଓଡ଼ିଶାବାସୀ ଜାଣି ସାରିଛନ୍ତି" ବୋଲି କହିଛନ୍ତି ରାଜ୍ୟ ବିଜେପି ଉପସଭାପତି ଗୋଲକ ମହାପାତ୍ର ।



ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.