ETV Bharat / state

ବିଜୁବାବୁଙ୍କ ପୁଣ୍ୟ ତିଥିରେ ବୌଦ୍ଧରେ ବିଜେଡିର ବିଶାଳ ଶୋଭାଯାତ୍ରା - Biju Patnaik Death Anniversary

author img

By ETV Bharat Odisha Team

Published : Apr 17, 2024, 9:10 PM IST

Biju Patnaik Death Anniversary
Biju Patnaik Death Anniversary

Biju Patnaik Death Anniversary: ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପୂଣ୍ୟତିଥିରେ ବୌଦ୍ଧ ଓ କଣ୍ଟାମାଳ ନିର୍ବାଚନ ମଣ୍ଡଳୀରେ ବ୍ୟାପକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏହି ଅବସରରେ ବିଶାଳ ଶୋଭାଯାତ୍ରାର ଆୟୋଜନ କରାଯାଇଥିଲା । ଅଧିକ ପଢନ୍ତୁ

Biju Patnaik Death Anniversary

ବୌଦ୍ଧ: ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପୂଣ୍ୟତିଥି । ବିଜେଡି ପକ୍ଷରୁ ଜିଲ୍ଲାର ବୌଦ୍ଧ ଓ କଣ୍ଟାମାଳ ନିର୍ବାଚନ ମଣ୍ଡଳୀରେ ବ୍ୟାପକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏହି ଅବସରରେ ଏକ ବିଶାଳ ବାଇକ ଶୋଭାଯାତ୍ରାରେ ପଞ୍ଚାୟତିରାଜମନ୍ତ୍ରୀ ଯୋଗ ଦେଇ ଜିଲ୍ଲା ସଦର ମହକୁମାର ପ୍ରତ୍ୟେକ ଓ୍ବାର୍ଡ ପରିଭ୍ରମଣ କରିଥିଲେ । ଆଜି ପ୍ରବାଦ ପୁରୁଷ ବିଜୁବାବୁଙ୍କ ପୂଣ୍ୟତିଥିରେ ଜିଲ୍ଲାର ଉଭୟ ନିର୍ବାଚନ ମଣ୍ଡଳୀରେ ବିଜେଡି ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏହି ଅବସରରେ ଜିଲ୍ଲା ସଦର ମହକୁମା ଠାରେ ଥିବା ପ୍ରବାଦ ପୁରୁଷ ବିଜୁବାବୁଙ୍କ ପ୍ରତିମୂର୍ତ୍ତି ଠାରୁ ଏକ ବିଶାଳ ବାଇକ ରାଲିରେ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ କୁମାର ଅମାତଙ୍କୁ ସହର ପରିକ୍ରମା କରିଥିବା ଦେଖିବାକୁ ମିଳିଥିଲା ।


ବୌଦ୍ଧ ଉପଖଣ୍ଡକୁ ଏକ ସ୍ବତନ୍ତ୍ର ଜିଲ୍ଲାର ମାନ୍ୟତା ପ୍ରଦାନ କରିଥିବା ତତ୍କାଳୀନ ମୁଖ୍ୟମନ୍ତ୍ରୀ ତଥା ପ୍ରବାଦ ପୁରୁଷ ବିଜୁବାବୁ ଆଜିର ଦିନରେ ଇହଧାମ ତ୍ୟାଗ କରିଥିଲେ । ଆଜି ତାଙ୍କ ୨୭ ତମ ପୂଣ୍ୟତିଥିରେ ସାରା ବୌଦ୍ଧ ଜିଲ୍ଲା ବିଜୁବାବୁଙ୍କୁ ସ୍ମରଣ କରିଥିଲା । ବୌଦ୍ଧ ଜିଲ୍ଲାର ଉଭୟ ନିର୍ବାଚନ ମଣ୍ଡଳୀ ବୌଦ୍ଧ ଓ କଣ୍ଟାମାଳଠାରେ ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ବିଜେଡି ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିବାବେଳେ ଜିଲ୍ଲା ସଦର ମହକୁମା ମହାନଦୀ ସେତୁ ଛକଠାରେ ବିଜୁବାବୁଙ୍କ ପ୍ରତିମୂର୍ତ୍ତି ଠାରୁ ବାହାରିଥିଲା ଏକ ବିଶାଳ ବାଇକ ଶୋଭାଯାତ୍ରା । ଏଥିରେ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଯୋଗ ଦେଇଥିଲେ । ବହୁ ସଂଖ୍ୟାରେ ବିଜେଡି କର୍ମୀମାନେ ମଧ୍ୟ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ।

ଏହା ବି ପଢନ୍ତୁ...ରାଜ୍ୟବ୍ୟାପି ବିଜୁ ପଟ୍ଟନାୟକଙ୍କ 27ତମ ପୂଣ୍ୟତିଥି ପାଳିତ, ଭୂମିପୁତ୍ରକୁ ଝୁରୁଛି ରାଜ୍ୟ - Biju Pattnaik Death Anniversary

ଏହି ବାଇକ ଶୋଭାଯାତ୍ରାରେ ୧ ହଜାରରୁ ଊର୍ଦ୍ଧ୍ବ ବିଜେଡି ନେତା ଓ କର୍ମୀ ବୌଦ୍ଧ ସହର ପରିକ୍ରମା କରିଥିଲେ । ଏହି ଅବସରରେ ବିଜୁବାବୁଙ୍କ ସ୍ବପ୍ନର ବୌଦ୍ଧ ଜିଲ୍ଲା କଥା କହି ବିଜେଡି ନେତା ଆଗାମୀ ସାଧାରଣ ନିର୍ବାଚନରେ ଜନମତ ସଂଗ୍ରହ ପାଇଁ ଉଦ୍ୟମ କରିଥିଲେ । ଏନେଇ ଜିଲ୍ଲା ବିଜେଡିର ବରିଷ୍ଠ ନେତା ରାଜ୍ୟ ସରକାରଙ୍କ ବିଭିନ୍ନ କଲ୍ୟାଣକାରୀ ଯୋଜନା ଦ୍ବାରା ଅସହାୟ ହିତାଧିକାରୀ ଲାଭବାନ ହୋଇଥିବାରୁ ଜନମତ ବିଜେଡି ସପକ୍ଷରେ ରହିବେ ବୋଲି ଆଶା ପ୍ରକାଶ କରିଛନ୍ତି । ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ବାର୍ଷିକୀ ପାଳନ କରାଯାଇଥିବା ଦେଖିବାକୁ ମିଳିଛି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.