ETV Bharat / state

ଶିକ୍ଷା କ୍ଷେତ୍ରରେ ବରଗଡ଼ର ଉତ୍ତମ ପ୍ରଦର୍ଶନ, ବିଇଓକୁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର

author img

By ETV Bharat Odisha Team

Published : Feb 3, 2024, 8:21 AM IST

ଶିକ୍ଷା କ୍ଷେତ୍ରରେ ବରଗଡ଼ର ଉତ୍ତମ ପ୍ରଦର୍ଶନ , ବିଇଓକୁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର
ଶିକ୍ଷା କ୍ଷେତ୍ରରେ ବରଗଡ଼ର ଉତ୍ତମ ପ୍ରଦର୍ଶନ , ବିଇଓକୁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର

Mukhyamantri Sikhya Puraskar: ରାଜ୍ୟର ୩୧୪ଗୋଟି ବ୍ଲକରୁ ମାତ୍ର ୧୦ଟି ବ୍ଲକର ଶିକ୍ଷା ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରଦାନ କରାଯାଇଛି । ଏଥି ମଧ୍ୟରେ ବରଗଡ଼ ବ୍ଲକ ମଧ୍ୟ ରହିଛି । ଅଧିକ ପଢନ୍ତୁୁ

ଶିକ୍ଷା କ୍ଷେତ୍ରରେ ବରଗଡ଼ର ଉତ୍ତମ ପ୍ରଦର୍ଶନ , ବିଇଓକୁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର

ବରଗଡ଼: ଶିକ୍ଷା କ୍ଷେତ୍ରରେ ଉତ୍ତମ ପ୍ରଦର୍ଶନକୁ ନେଇ ବରଗଡ଼ ବ୍ଲକ ଶିକ୍ଷା ଅଧିକାରୀ ଭୁବନେଶ୍ୱରରେ ପାଇଲେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର । ରାଜ୍ୟର ୩୧୪ଗୋଟି ବ୍ଲକରୁ ମାତ୍ର ୧୦ ଗୋଟି ବ୍ଲକର ବ୍ଲକ ଶିକ୍ଷା ଅଧିକାରୀ ମାନେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଥିବା ବେଳେ ସେଥିମଧ୍ୟରୁ ବରଗଡ଼ ବ୍ଲକ ଶିକ୍ଷା ଅଧିକାରୀ ମଧ୍ୟ ରହିଛନ୍ତି । ଏହାପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି ଶିକ୍ଷା ଅଧିକାରୀ ସେବାଶ୍ରୀ ଭୋଇ ।


ସୂଚନା ଅନୁଯାୟୀ ସାରା ରାଜ୍ୟର ୩୧୪ଗୋଟି ବ୍ଲକରୁ ମାତ୍ର ୧୦ଟି ବ୍ଲକର ବିଇଓମାନଙ୍କୁ ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟେଡିୟମ ଠାରେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାରରେ ପୁରସ୍କୃତ କରାଯାଇଥିଲା । ଏହାରି ଭିତରେ ବରଗଡ଼ ବ୍ଲକ ଶିକ୍ଷା ଅଧିକାରୀ ସେବାଶ୍ରୀ ଭୋଇ ଏହି ପୁରସ୍କାରରେ ପୁରସ୍କୃତ ହୋଇଛନ୍ତି । ଏତତ୍ ବ୍ୟତୀତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବାଲିଜୋରିକୁ ବରଗଡ଼ ବ୍ଲକର ଶ୍ରେଷ୍ଠ ବିଦ୍ୟାଳୟ ଭାବରେ ପୁରସ୍କୃତ କରାଯାଛି । ଏହାସହ ୨ ଜଣ ଶିକ୍ଷକ ଯଥା ଜର୍ଜ ଉଚ୍ଚ ବିଦ୍ୟାଳୟର ଜୟଶ୍ରୀ ପ୍ରଧାନ ଏବଂ ତାଳସିର୍ଗିଡା ଉଚ୍ଚ ବିଦ୍ୟାଳୟର ଜଗଦୀଶ ବେହେରାଙ୍କୁ ମାଧ୍ୟମିକ ଶିକ୍ଷକ ପୁରସ୍କାରରେ ପୁରସ୍କୃତ କରାଯାଇଛି ।

ସେହିପରି ନୁନିଆ ଯାମପାଲି ଉଚ୍ଚ ବିଦ୍ୟାଳୟର ଫିରୋଜ ପ୍ରଧାନ, ପିଏଚଏସ୍ ଗାଇଶିମାର ଅଙ୍କିତ ପ୍ରଧାନ,VSS ଉଚ୍ଚ ବିଦ୍ୟାଳୟ ବରଡୋଲର ଅଙ୍କିତା ପ୍ରଧାନ ଏବଂ ଗଙ୍ଗାଧର ମେହେର,ଉଚ୍ଚ ବିଦ୍ୟାଳୟ କଳାପାଣିର କରରି ଉଦୟ ରେଡ୍ଡୀ ପ୍ରମୁଖ ବରଗଡ଼ ବ୍ଲକର ୪ଜଣ ଛାତ୍ରଛାତ୍ରୀଙ୍କୁ ମେରିଡ କମ୍ ସ୍କୋଲାରସିପ୍‌ ପୁରସ୍କାର ପ୍ରଦାନ କରାଯାଇଛି । ତେବେ ବରଗଡ଼ ଜିଲ୍ଲା ଶିକ୍ଷା ବିଭାଗ ଶିକ୍ଷା କ୍ଷେତ୍ରରେ ଉତ୍ତମ ପ୍ରଦର୍ଶନ କରି ସାରା ରାଜ୍ୟରେ ଚର୍ଚ୍ଚାରେ ରହିଛି ।

ଏହା ମଧ୍ୟ ପଢନ୍ତୁ ....ଜଗତସିଂହପୁର ଜିଲ୍ଲା ହାତେଇଲା ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର

ଏହା ମଧ୍ୟ ପଢନ୍ତୁ ....ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର; ମାଟ୍ରିକରେ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ 2027 ଜଣଙ୍କୁ ପୁରସ୍କାର

ବର୍ତମାନ ବରଗଡ଼ ବ୍ଲକ ଶିକ୍ଷା ବିଭାଗର ଉତ୍ତମ ପ୍ରଦର୍ଶନ ତଥା ଉତ୍ତମ କାର୍ଯ୍ୟକଳାପ ଯୋଗୁଁ ସାରା ରାଜ୍ୟରେ ଚର୍ଚ୍ଚା ବିଷୟ ପାଲଟିଛି । ବରଗଡ଼ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରଦାନ କରାଯିବା ପରେ ବ୍ଲକର ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ତଥା ସମସ୍ତ କର୍ମଚାରୀଙ୍କ ଉତ୍ସାହ ଦ୍ବିଗୁଣିତ ହେବା ସହ ସମସ୍ତଙ୍କ ଭିତରେ ଖୁସିର ଲହରୀ ଖେଳିଯାଇଛି l ତେବେ ଶିକ୍ଷା ବିଭାଗର ଏହି ସଫଳତା ପ୍ରେରଣା ଓ ଉତ୍ସାହ ଯୋଗାଇବ ବୋଲି ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ ଗୋଷ୍ଠୀ ଶିକ୍ଷା ଅଧିକାରୀ ସେବଶ୍ରୀ ଭୋଇ l

ଇଟିଭି ଭାରତ, ବରଗଡ଼

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.