ETV Bharat / state

ଜଗତସିଂହପୁର ଜିଲ୍ଲା ହାତେଇଲା ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର

author img

By ETV Bharat Odisha Team

Published : Feb 1, 2024, 10:33 AM IST

Chief Minister's Education Award
Chief Minister's Education Award

Chief Minister's Education Award: ଅନୁଷ୍ଠିତ ହୋଇଯାଇଛି ରାଜ୍ୟସ୍ତରୀୟ ‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’ ପ୍ରଦାନ କାର୍ଯ୍ୟକ୍ରମ । ଜଗତସିଂହପୁର ଜିଲ୍ଲାକୁ ମିଳିଛି ଶିକ୍ଷା ପୁରସ୍କାର । ଅଧିକ ପଢନ୍ତୁ

ଜଗତସିଂହପୁର: ଓଡିଶାରେ ଆରମ୍ଭ ହୋଇଛି ଶିକ୍ଷାର ଉତ୍ସବ । ଶିକ୍ଷାକୁ ଏକ ସାମାଜିକ ଆନ୍ଦୋଳନରେ ପରିଣତ କରିବା ସହ ବ୍ୟବସ୍ଥାରେ ନୂଆ ବିପ୍ଳବ ଆଣିବାକୁ ୫-ଟି ଉପକ୍ରମରେ ଅଭିନବ ପ୍ରୟାସ କରାଯାଇଛି । ଏନେଇ ଜିଲ୍ଲା, ବ୍ଲକ, ଛାତ୍ରଛାତ୍ରୀ, ଶିକ୍ଷକ, ଶିକ୍ଷୟିତ୍ରୀ, ପୁରାତନ ଛାତ୍ର କମିଟି ଓ ଶିକ୍ଷା ଅଧିକାରୀମାନଙ୍କୁ ଗତକାଲି (ବୁଧବାର) 'ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର' ପ୍ରଦାନ କରାଯାଇଛି । ଏହି କ୍ରମରେ ଜଗତସିଂହପୁର ଜିଲ୍ଲା ମଧ୍ୟ 'ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର' ପ୍ରଦାନ କରିଛନ୍ତି । ୫-ଟି ଉଚ୍ଚ ବିଦ୍ୟାଳୟ ରୂପାନ୍ତରଣ କାର୍ଯ୍ୟକ୍ରମ ଅଧିନରେ ଶିକ୍ଷାଦାନରେ ଅଧିକ ଉତ୍ସାହ ତଥା ପ୍ରୋତ୍ସାହନ ନିମନ୍ତେ ଜଗତସିଂହପୁର ଜିଲ୍ଲାକୁ "ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର" ପ୍ରଦାନ କରାଯାଇଛି ।

ଗତକାଲି କଳିଙ୍ଗ ଷ୍ଟାଡିଅମରେ ଆୟୋଜିତ ପୁରସ୍କାର ବିତରଣ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ଜଗତସିଂହପୁର ଜିଲ୍ଲାପାଳ ପାରୁଲ ପଟାୱରୀଙ୍କୁ ଏହି ପୁରସ୍କାର ପ୍ରଦାନ କରିଥିଲେ । ଜଗତସିଂହପୁର ଜିଲ୍ଲା ଝାରସୁଗୁଡା ଜିଲ୍ଲା ସହ ମିଳିତ ଭାବେ ଶ୍ରେଷ୍ଠ ଜିଲ୍ଲା ବର୍ଗରେ ତୃତୀୟ ସ୍ଥାନରେ ରହି ଜିଲ୍ଲା ପୁରସ୍କାର ଗ୍ରହଣ କରିଥିଲେ । ଜିଲ୍ଲାପାଳ ପାରୁଲ ପଟାୱରୀଙ୍କ ପ୍ରତ୍ୟେକ୍ଷ ତତ୍ତ୍ବାବଧାନରେ ଜିଲ୍ଲାରେ ୫-ଟି ଉପକ୍ରମରେ ୨୫୩ଟି ଉଚ୍ଚ ବିଦ୍ୟାଳୟ ରୂପାନ୍ତରିତ ହୋଇଛି । ଏତଦ୍ ବ୍ୟତୀତ ୫୨ ଜଣ ପିଲାଙ୍କୁ ମେଧା ଶିକ୍ଷା ପୁରସ୍କାର, ୫ ଜଣ ମାଧ୍ୟମିକ ଶିକ୍ଷକଙ୍କୁ ରାଜ୍ୟ ଶିକ୍ଷା ପୁରସ୍କାର, ୨୧ ଜଣ ଶିକ୍ଷକଙ୍କୁ ଜିଲ୍ଲା ଶିକ୍ଷା ପୁରସ୍କାର,ସିଆରସିସି ୧ଟି, ପୁରାତନ ଛାତ୍ର କମିଟିରେ ୪ଟି, ବିଦ୍ୟାଳୟ ପରିଚାଳନାରେ ୩ଟି, ମାଧ୍ୟମିକ ବିଦ୍ୟାଳୟ ବର୍ଗରେ ୩ଟି ଏବଂ ଗ୍ରାମ ପଞ୍ଚାୟତ ବର୍ଗରେ ଜଗତସିଂହପୁର ଜିଲ୍ଲାକୁ ୩ଟି ପୁରସ୍କାର ମିଳିଛି ।

ଏହା ମଧ୍ୟ ପଢନ୍ତୁ - କାଲି ମିଳିବ 'ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର', ସମ୍ମାନିତ ହେବେ ୬ ହଜାର ପ୍ରତିଭା

ସେହିପରି ରାଜ୍ୟ କୃତି ଶିକ୍ଷକ ପୁରସ୍କାର ପାଇଥିବା ଶିକ୍ଷକମାନେ ହେଲେ ପଦରଜ ଉମାକାନ୍ତ ନାୟକ, ଅମୂଲ୍ୟ କୁମାର ମିଶ୍ର, ନିକୁଞ୍ଜ କିଶୋର ଦାସ, ଅଞ୍ଜନା ସାହୁ ଓ ଗଣେଶ ଚନ୍ଦ୍ର ପାତ୍ର । ଜଗତସିଂହପୁର ଜିଲ୍ଲାକୁ ଶିକ୍ଷା ପୁରସ୍କାର ମିଳିବା ପରେ ବିଭିନ୍ନ ମହଲରେ ଶୁଭେଚ୍ଛାର ସୁଅ ଛୁଟିଛି । ଜିଲ୍ଲାରେ 5-ଟି ଅଧିନରେ ଥିବା ସମସ୍ତ ସ୍କୁଲଗୁଡିକୁ ଉନ୍ନତୀକରଣ କରାଯିବାରେ ଜିଲ୍ଲାପାଳ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.