ETV Bharat / state

କାଲି ମିଳିବ 'ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର', ସମ୍ମାନିତ ହେବେ ୬ ହଜାର ପ୍ରତିଭା

author img

By ETV Bharat Odisha Team

Published : Jan 30, 2024, 9:51 PM IST

Chief Minister's Education Aaward: ଆସନ୍ତାକାଲି ଅନୁଷ୍ଠିତ ହେବ ରାଜ୍ୟସ୍ତରୀୟ ‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’ ପ୍ରଦାନ କାର୍ଯ୍ୟକ୍ରମ । ଏନେଇ ଶେଷ ହୋଇଛି ଚୂଡ଼ାନ୍ତ ପ୍ରସ୍ତୁତି । ଅଧିକ ପଢ଼ନ୍ତୁ

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର
ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର

ଭୁବନେଶ୍ବର: ପ୍ରତିବର୍ଷ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ସ୍କୁଲଗୁଡ଼ିକର ମେଧାବୀ ଛାତ୍ରଛାତ୍ରୀ, ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ଶିକ୍ଷକ ଓ ଶିକ୍ଷୟିତ୍ରୀ, ଶିକ୍ଷା ପ୍ରଶାସକ, ଶିକ୍ଷା ବ୍ୟବସ୍ଥା ସହ ଜଡ଼ିତ ବ୍ୟକ୍ତି ବିଶେଷ ଓ ବିଭିନ୍ନ ଅନୁଷ୍ଠାନକୁ "ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର" ପ୍ରଦାନ କରାଯାଇଥାଏ । ତେବେ ଆସନ୍ତାକାଲି ଅନୁଷ୍ଠିତ ହେବ ରାଜ୍ୟସ୍ତରୀୟ ‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’ ପ୍ରଦାନ କାର୍ଯ୍ୟକ୍ରମ । ଏନେଇ ଶେଷ ହୋଇଛି ଚୂଡ଼ାନ୍ତ ପ୍ରସ୍ତୁତି ।

ତେବେ ରାଜ୍ୟସ୍ତରୀୟ ‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’ କ୍ଷେତ୍ରରେ ବ୍ୟକ୍ତିଗତ ଠାରୁ ନେଇ ସାଂଗଠନିକ ସ୍ତର ପର୍ଯ୍ୟନ୍ତ, ସମସ୍ତଙ୍କ ଭିତରେ ଶ୍ରେଷ୍ଠମାନଙ୍କୁ ବଛାଯାଇ ପୁରସ୍କାର ନିମନ୍ତେ ମନୋନୀତ କରାଯାଇଛି । ରାଜ୍ୟସ୍ତରୀୟ ପୁରସ୍କାର ବର୍ଗରେ ପ୍ରାୟ ୬ ହଜାର ପ୍ରତିଭାଙ୍କୁ ଚିହ୍ନଟ କରି ପୁରସ୍କୃତ ଦିଆଯିବ । ଏହା ସହ ଜିଲ୍ଲାସ୍ତରୀୟ ଓ ବ୍ଲକସ୍ତରୀୟ ପୁରସ୍କାରକୁ ମିଶାଇ ସାରା ରାଜ୍ୟର ସମୁଦାୟ ୫୪ ହଜାରରୁ ଅଧିକ ବିଦ୍ୟାର୍ଥୀ, ପ୍ରଧାନ ଶିକ୍ଷକ, ଗୋଷ୍ଠୀ ଶିକ୍ଷାଧିକାରୀ, ଜିଲ୍ଲା ଶିକ୍ଷାଧିକାରୀ, ବିଦ୍ୟାଳୟ, ବିଦ୍ୟାଳୟ ପରିଚାଳନା କମିଟି, ପୁରାତନ ଛାତ୍ରଛାତ୍ରୀ କମିଟି, ଗ୍ରାମ ପଞ୍ଚାୟତ, ବ୍ଲକ୍‌, ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ଏପରିକି ଶିକ୍ଷାକ୍ଷେତ୍ରରେ ପାରଦର୍ଶିତା ଅର୍ଜନ କରିଥିବା ଶ୍ରେଷ୍ଠ ଜିଲ୍ଲାକୁ ମଧ୍ୟ ମନୋନୟନ କରି ପୁରସ୍କୃତ ଦିଆଯିବ । ତେବେ ଏନେଇ ଖର୍ଚ୍ଚ ହେଉଛି ୧୩୮ କୋଟି ଟଙ୍କା ।

ଏହା ମଧ୍ୟ ପଢ଼ନ୍ତୁ.....‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ହିଁ ବିଦ୍ୟାଳୟ ଶିକ୍ଷା ବ୍ୟବସ୍ଥାର ପ୍ରକୃତ ବିସ୍ତାର'

ଏହି କାର୍ଯ୍ୟକ୍ରମ ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିଅମରେ ଆୟୋଜିତ ହେବ । ପ୍ରାୟ ୪୨୦୦ ଅତିଥିଙ୍କ ପାଇଁ ୟୁନିଟ୍‌-୯ ବାଳକ ଉଚ୍ଚ ବିଦ୍ୟାଳୟ, ଭୀମଭୋଇ ସରକାରୀ ଧନ୍ଦାମୂଳକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ବିପିନ ବିହାରୀ ଚନ୍ଦ୍ର ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, କ୍ୟାପିଟାଲ ହାଇସ୍କୁଲ, ଓଏସ୍‌ଏପି ସପ୍ତମ ବାଟାଲିଅନ, ଆଇଆର୍‌ସି ଭିଲେଜ ସରକାରୀ ଉଚ୍ଚ ବିଦ୍ୟାଳୟ, ଅନ୍ଧାରୁଆସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଏବଂ ଏସ୍‌ଆଇଏଲ୍‌ଟିଟି ଜୟଦେବ ବିହାର ଠାରେ ରହିବା ଓ ଖାଇବା ବ୍ୟବସ୍ଥା କରାଯାଇଛି । ତେବେ ଷ୍ଟୁଡେଣ୍ଟ୍ ଏକାଡେମିକ ରାଜ୍ୟସ୍ତରୀୟ ହେଉଛନ୍ତି ୧୧୮ ଜଣ, ଷ୍ଟୁଡେଣ୍ଟ ୨୦୨୭ ପୁରସ୍କୃତ ହେଉଥିବା ବେଳେ ଡିଇଓ ୩ ଜଣ, ବିଇଓ ୧୦ ଜଣ, ସିଆରସିସି ପୁରସ୍କାର ୫୮ ଜଣ, ଉଚ୍ଚ ପ୍ରାଥମିକ ସ୍କୁଲର ପ୍ରଧାନ ଶିକ୍ଷକ ଶିକ୍ଷୟତ୍ରୀ ରାଜ୍ୟ ସ୍ତରରେ ୧୦ ଜଣ, ଜିଲ୍ଲା ସ୍ତରରେ ୯୦ ଜଣ, ପ୍ରଧାନ ଶିକ୍ଷକ ପୁରସ୍କାର ରାଜ୍ୟ ସ୍ତରରେ ୫୦ ଜଣ, ଜିଲ୍ଲା ସ୍ତରରେ ୩୦୦ ଜଣ । ସେହିଭଳି ଭାବରେ ଶିକ୍ଷକ ପୁରସ୍କାର ରାଜ୍ୟ ସ୍ତରରେ ୭୦ ଜଣ ଓ ଜିଲ୍ଲା ସ୍ତରରେ ୬୩୦ ଜଣ ପୁରସ୍କୃତ ହେବେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.