ETV Bharat / state

ଭୀମଭୋଇ ହସ୍ପିଟାଲରୁ ନବଜାତ ନିଖୋଜ ଘଟଣା, ଅଭିଯୁକ୍ତ ଦମ୍ପତି ଅଟକ

author img

By ETV Bharat Odisha Team

Published : Feb 17, 2024, 1:27 PM IST

Balangir new born baby Missing: ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ଓ ଡାକ୍ତରଖାନାରୁ ନିଖୋଜ ନବଜାତ ଶିଶୁକୁ ବୌଦ୍ଧରୁ ଉଦ୍ଧାର କରାଯାଇଛି । ଏଥିସହ ୨ ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ । ଅଧିକ ପଢନ୍ତୁ,

Balangir new born baby Missing
ଭୀମଭୋଇ ହସ୍ପିଟାଲରୁ ନବଜାତ ନିଖୋଜ ଘଟଣା

ଭୀମଭୋଇ ହସ୍ପିଟାଲରୁ ନବଜାତ ନିଖୋଜ ଘଟଣା,

ବଲାଙ୍ଗୀର: ଜିଲ୍ଲାର ଭୀମ ଭୋଇ ମେଡିକାଲ କଲେଜ ଓ ଡାକ୍ତରଖାନାରୁ ନିଖୋଜ ନବଜାତ ଶିଶୁକୁ ବୌଦ୍ଧରୁ ଉଦ୍ଧାର କରାଯାଇଛି । ବୌଦ୍ଧ ଜିଲ୍ଲା ଘଣ୍ଟ ପଡ଼ାରୁ ଶିଶୁଟି ମିଳିଛି । ଗତକାଲି(ଶୁକ୍ରବାର) ଡାକ୍ତରଖାନାର ଏସଏନଏସୟୁରୁ ଏକ ନବଜାତ ନିଖୋଜ ହୋଇଯାଇଥିବା ନେଇ ଅଭିଯୋଗ ଆସିଥିଲା । ଯାହାକୁ ନେଇ ଡାକ୍ତରଖାନା ପରିସରରେ ଦୀର୍ଘ ସମୟ ଧରି ହଙ୍ଗାମା ଦେଖିବାକୁ ମିଳିଥିଲା । ପୋଲିସ ନବଜାତଟିକୁ ଉଦ୍ଧାର କରିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା । ଅନ୍ୟପଟେ ଏହି ମାମଲାରେ ଜଣେ ଦମ୍ପତିିଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରିବା ସହ ତଦନ୍ତ ଜାରି ରଖିଛି ।

ଏହାମଧ୍ୟ ପଢନ୍ତୁ.. ସ୍ତ୍ରୀ ଜନ୍ମଦେଲା ମୃତ ଶିଶୁପୁତ୍ର, ମୃତଦେହକୁ ଅଳିଆ ଗଦାକୁ ଫିଙ୍ଗି ଚାଲିଗଲା ସ୍ବାମୀ

ସୂଚନାଯୋଗ୍ୟ, ଜିଲ୍ଲାର ବରଡି ପଦର ଗ୍ରାମର ସୁଶୀଲ ସ୍ୱାଇଁଙ୍କ ପତ୍ନୀ ଗତକାଲି(ମଙ୍ଗଳବାର) କାନ୍ତାଲ ସ୍ୱାଇଁ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ। ତେବେ ଶିଶୁର ଓଜନ କମ ଥିବାରୁ ତାକୁ ଏସଏନଏସୟୁରେ ଭର୍ତ୍ତି କରାଯାଇଥିଲା । ହେଲେ ଶିଶୁର ସ୍ବାସ୍ଥ୍ୟ ପରୀକ୍ଷା ପରେ ଶିଶୁ ସୁସ୍ଥ ଥିବାରୁ ଡ଼ାକ୍ତର ତାଙ୍କୁ ନେଇଯିବାକୁ କହିଥିଲେ ଡାକ୍ତର । ଏହି ସମୟରେ ଅଭିଯୁକ୍ତ ଦମ୍ପତି ନିଜକୁ ସେହି ନବଜାତର ବାପା ମା କହି ଶିଶୁଟିକୁ ନେଇ ଫେରାର ହୋଇଯାଇଥିଲେ । ପରେ ଶିଶୁଟିର ପ୍ରକୃତ ପିତାମାତା ଏହା ଜାଣିପାରି ହସ୍ପିଟାଲର ଅବହେଳାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିବା ସହ ହଙ୍ଗାମା କରିଥିଲେ ।

ନବଜାତକର ପରିବାର ଓ ବିଭିନ୍ନ ସଙ୍ଗଠନ ଡାକ୍ତରଖାନା ପରିସରରେ ସକାଳୁ ରାତି ପର୍ଯ୍ୟନ୍ତ ହଙ୍ଗାମା କରି ଧାରଣା ଦେଇ ଥିଲେ । ହସ୍ପିଟାଲ ପରିସରରେ ଦୀର୍ଘ ସମୟ ଧରି ଉତ୍ତେଜନା ଦେଖିବାକୁ ମିଳିଥିଲା । ପୋଲିସ ନିକଟରେ ମଧ୍ୟ ଶିଶୁ ଚୋରୀ ନେଇ ଅଭିଯୋଗ ହୋଇଥିଲା । ଏହାପରେ ବଲାଙ୍ଗୀର ଟାଉନ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ବୌଦ୍ଧ ଜିଲ୍ଲା ଘଣ୍ଟପଡ଼ାରେ ନବଜାତକଟି ରହିଥିବା ଜାଣିବାକୁ ପାଇଥିଲା । ଶିଶୁଟିକୁ ଘଣ୍ଟପଡାରୁ ତୁରନ୍ତ ଉଦ୍ଧାର କରାଯାଇ ପ୍ରକୃତ ପରିବାରକୁ ହସ୍ତାନ୍ତର କରିଥିଲା । ଏହାପରେ ପରିସ୍ଥିତି ଶାନ୍ତ ପଡିଥିଲା ।

ଏହାମଧ୍ୟ ପଢନ୍ତୁ.. ଅଲୋଡା ହେଲା ନବଜାତ ଶିଶୁ, ଅଳିଆ ଗଦାରୁ ମିଳିଲା ମୃତଦେହ

ଅନ୍ୟପଟେ ଏହି ମାମଲାରେ ପୋଲିସ ଏକ ଦମ୍ପତ୍ତିକୁ ଅଟକ ରଖିବା ସହ ତଦନ୍ତ ଜାରି ରଖିଛି । ତେବେ ବଲାଙ୍ଗୀର ହସ୍ପିଟାଲରେ ବାରମ୍ବାର ଏଭଳି ଘଟଣା ସାମ୍ନାକୁ ଆସୁଥିବା ବେଳେ ଏହା ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.