ETV Bharat / state

ସ୍ଥାୟୀ ନିଯୁକ୍ତି ଦାବିରେ ଆନ୍ଦୋଳନରେ ଠିକା ସ୍ୱାସ୍ଥ୍ୟ କର୍ମଚାରୀ

author img

By ETV Bharat Odisha Team

Published : Mar 19, 2024, 10:56 PM IST

Ayush doctors protest
Ayush doctors protest

Ayush doctor demand regularization of their jobs: ଆନ୍ଦୋଳନରେ ସ୍ୱାସ୍ଥ୍ୟ ଠିକା କର୍ମଚାରୀ । ଚାକିରିରେ ନିୟମିତ କରାନଗଲେ ଆସନ୍ତାକାଲି (ବୁଧବାର)ଠାରୁ କାର୍ଯ୍ୟରେ ଅସହଯୋଗ କରିବା ନେଇ ଚେତାବନୀ ଦେଲେ ଆୟୁଷ ଡାକ୍ତର ସଂଘ । ଅଧିକ ପଢନ୍ତୁ

Ayush doctors protest

ଖୋର୍ଦ୍ଧା: ସ୍ଥାୟୀ ନିଯୁକ୍ତି ଦାବିରେ ଠିକା କର୍ମଚାରୀ । ରାଜ୍ୟ ସରକାର ବିଭିନ୍ନ ବିଭାଗର କର୍ମଚାରୀଙ୍କ ଦାବି ପୂରଣ କରୁଥିବା ବେଳେ ଆୟୁଷ ଡାକ୍ତରମାନଙ୍କୁ ଅଣଦେଖା କରୁଥିବା ଅଭିଯୋଗ ଆଣିଛନ୍ତି ଆୟୁଷ ଡାକ୍ତର ସଂଘ । ଏନେଇ ଖୋର୍ଦ୍ଧା CDMOଙ୍କୁ ଆଜି (ମଙ୍ଗଳବାର) ଦାବିପତ୍ର ଦେବା ସହ କାର୍ଯ୍ୟରେ ଅସହଯୋଗ କରିବାକୁ ଚେତାବନୀ ଦେଇଛନ୍ତି ଡାକ୍ତରମାନେ । ଚାକିରିରେ ନିୟମିତ ନ ହେବା ଯାଏ ଅସହଯୋଗ ଆନ୍ଦୋଳନ ଜାରି ରହିବ ବୋଲି ଆନ୍ଦୋଳନକାରୀ ପକ୍ଷରୁ କୁହାଯାଇଛି ।

ଆୟୁଷ ଡାକ୍ତର ସଂଘର ଅଭିଯୋଗ ଅନୁଯାୟୀ, ରାଜ୍ୟ ସରକାର ସମସ୍ତ କର୍ମଚାରୀମାନଙ୍କ ଅଭିଯୋଗ ଶୁଣୁଥିବା ବେଳେ ଆୟୁଷ ଡାକ୍ତରମାନଙ୍କୁ ଅଣଦେଖା କରିଆସୁଛନ୍ତି । ଠିକା ସ୍ୱାସ୍ଥ୍ୟ କର୍ମଚାରୀମାନେ ଅଣଦେଖାର ଶିକାର ହେଉଛନ୍ତି । ଏନେଇ ଖୋର୍ଦ୍ଧା CDMOଙ୍କୁ ଆଜି ଦାବିପତ୍ର ଦେବା ସହ କାର୍ଯ୍ୟରେ ଅସହଯୋଗ କରିବାକୁ ଚେତାବନୀ ଦେଇଛନ୍ତି । ଜାତୀୟ ସାସ୍ଥ୍ୟ ମିଶନ ଅଧିନରେ କାର୍ଯ୍ୟ କରୁଥିବା ଆୟୁଷ ଡାକ୍ତର ଏବଂ ପାରା ମେଡିକାଲ କର୍ମଚାରୀଙ୍କ ଓଡ଼ିଶା ସ୍ବାସ୍ଥ୍ୟ ଠିକା କର୍ମଚାରୀ ମହାସଂଘ ପକ୍ଷରୁ ଆଜି (ମଙ୍ଗଳବାର) ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ଦାବିପତ୍ର ଦିଆଯାଇଛି ।

ଏହାମଧ୍ୟ ପଢନ୍ତୁ.. ବାରମ୍ବାର ପ୍ରତିଶ୍ରୁତି ସତ୍ତ୍ୱେ ପୂରଣ ହେଲାନି ଦାବି, ୨୦ରୁ ଅସହଯୋଗ କରିବେ ଆୟୁଷ ଡାକ୍ତର

ସରକାରଙ୍କୁ ବିଭିନ୍ନ ସମୟର ସହଯୋଗ କରି ଆସିଥିବା ଏହି ସ୍ବାସ୍ଥ୍ୟ କର୍ମଚାରୀଙ୍କ ଚାକିରୀକୁ ନିୟମିତ କରିବା ପାଇଁ ସରକାର ବିଭିନ୍ନ ସମୟର ପ୍ରତିଶ୍ରୁତି ଦେଇ ପ୍ରତାରଣା କରିଥିବା କହିଛନ୍ତି ଠିକା କର୍ମଚାରୀମାନେ । ତେବେ ଆସନ୍ତା କାଲି (ବୁଧବାର) ଠାରୁ ସମସ୍ତ କର୍ମଚାରୀ କାର୍ଯ୍ୟରେ ଅସହଯୋଗ କରିବାକୁ ଚେତାବନୀ ଦେଇଛନ୍ତି । ଅନ୍ୟପଟେ ଆୟୁଷ ଡାକ୍ତର ଓ ପାରା ମେଡିକାଲ କର୍ମଚାରୀଙ୍କ ଆନ୍ଦୋଳନ ପାଇଁ ଟୀକାକରଣ, ରୋଗ ଚିହ୍ନଟ, ସଚେତନତା କାର୍ଯ୍ୟକ୍ରମ ସହ ଜାତୀୟ ସ୍ୱାସ୍ଥ୍ୟ ମିଶନ କାର୍ଯ୍ୟକ୍ରମ ଅଧୀନରେ ଚାଲିଥିବା ସମସ୍ତ କାର୍ଯ୍ୟକ୍ରମ ପ୍ରଭାବିତ ହେବାର ଆଶଙ୍କା ରହିଛି ।

ତେବେ ଖୋର୍ଦ୍ଧା ଜିଲ୍ଲାରେ ପ୍ରାୟ ୪୫୦ ଡାକ୍ତର ଓ ପାରାମେଡିକାଲ କର୍ମଚାରୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ସେହିପରି ଏହି ଆନ୍ଦୋଳନ ଦ୍ଵାରା ଗ୍ରାମାଞ୍ଚଳରେ କାର୍ଯ୍ୟରତ ଆଶା କର୍ମୀ ମାନେ ଠିକ୍ ସମୟର ସେମାନଙ୍କ ପ୍ରାପ୍ୟ ନପାଇ ପାରିବା ଭଳି ପରିସ୍ଥିତି ସୃଷ୍ଟି ହେବା ସହ ଗର୍ଭବତୀ ମହିଳାମାନଙ୍କୁ ମିଳୁଥିବା ସହାୟତା ରାଶି ପାଇବାରେ ମଧ୍ୟ ସମସ୍ୟା ଉପୁଜି ପାରେ ବୋଲି ଆଶଙ୍କା କରାଯାଉଛି । ଆୟୁଷ ଡାକ୍ତରମାନଙ୍କ ଆନ୍ଦୋଳନ ଫଳରେ ସ୍ବାସ୍ଥ୍ୟ ବିଭାଗ ଏକ ପ୍ରକାର ଅଚଳ ହୋଇଯିବାର ଆଶଙ୍କା ରହିଛି । ସେହିପରି ଆୟୁଷ ଡାକ୍ତର କାର୍ଯ୍ୟ ବନ୍ଦ କରିବାକୁ ଚେତାବନୀ ଦେଇଥିବା ବେଳେ ରୋଗୀଙ୍କୁ କେବଳ ଓପିଡି ସେବା ଯୋଗାଇ ଦେବାକୁ କହିଛନ୍ତି ।



ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.