ETV Bharat / state

ବିଏମ୍‌ସି ସାଉଥ-ଇଷ୍ଟ ଜୋନ୍‌ରେ ‘ଆମ ଓଡିଶା ନବୀନ ଓଡିଶା’ କାର୍ଯ୍ୟକ୍ରମ

author img

By ETV Bharat Odisha Team

Published : Feb 18, 2024, 12:34 PM IST

Ama Odisha Nabin Odisha: ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ ଆରମ୍ଭ ହୋଇଯାଇଛି ‘ଆମ ଓଡିଶା ନବୀନ ଓଡିଶା’ (ସହରୀ) ସଚେତନତା ଶିବିର କାର୍ଯ୍ୟକ୍ରମ । ଅଧିକ ପଢ଼ନ୍ତୁ

ଆମ ଓଡିଶା ନବୀନ ଓଡିଶା
ଆମ ଓଡିଶା ନବୀନ ଓଡିଶା

ଆମ ଓଡିଶା ନବୀନ ଓଡିଶା

ଭୁବନେଶ୍ବର: ବିଏମସି (ଭୁବନେଶ୍ବର ମହାନଗର ନିଗମ) ପକ୍ଷରୁ ଆରମ୍ଭ ହୋଇଯାଇଛି ‘ଆମ ଓଡିଶା ନବୀନ ଓଡିଶା’ (ସହରୀ) ସଚେତନତା ଶିବିର କାର୍ଯ୍ୟକ୍ରମ । ଆଜି ସାଉଥ-ଇଷ୍ଟ ଜୋନରେ ଏହି କାର୍ଯ୍ୟକ୍ରମର ଅୟମାରମ୍ଭ ହୋଇଥିବା ବେଳେ ଭୁବନେଶ୍ୱର ମେୟର ସୁଲୋଚନା ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜଧାନୀର ବିକାଶ ପାଇଁ ସରକାରଙ୍କ ପକ୍ଷରୁ କରାଯାଇଥିବା ବିଭିନ୍ନ ଯୋଜନା ବିଷୟରେ ଆଲୋଚନା କରିଛନ୍ତି ।

ତେବେ ରାଜ୍ୟ ସରକାରଙ୍କ ଦ୍ୱାରା ବିଏମ୍‌ସିର ୬୦, ୬୧ ଏବଂ ୬୭ ୱାର୍ଡରେ ହୋଇଥିବା ରାସ୍ତାଘାଟ, ଡ୍ରେନ, ଆଲୋକୀକରଣ, ପାନୀୟ ଜଳ, ମୋ ପାଖରୀ, ଆହାର କେନ୍ଦ୍ର, ଭିକାରି ଥଇଥାନ କେନ୍ଦ୍ର, କୁଷ୍ଠ କଲୋନୀ ଭଳି ଯେଉଁ ସବୁ ଉନ୍ନତିମୂଳକ କାମ ହୋଇଛି ଏହାର ତଥ୍ୟ ପ୍ରଦାନ କରିବା ସହ ସରକାର ଯେଉଁ ସବୁ ଯୋଜନା କରୁଛନ୍ତି, ସେ ସବୁର ସୁବିଧା ସୁଯୋଗ ଲୋକଙ୍କ ପାଖରେ ପହଞ୍ଚୁଛି କି ନାହିଁ, ସେ ସଂପର୍କରେ ଉପସ୍ଥିତ ଲୋକମାନଙ୍କୁ ସଚେତନ କରାଇଛନ୍ତି ମେୟର ଓ କର୍ପୋରେଟର ।

ସେହିପରି ରାଜ୍ୟ ସରକାର କିପରି ମୁକ୍ତ ହସ୍ତରେ ଉନ୍ନୟନ ମୂଳକ କାମ ପାଇଁ ଅନୁଦାନ ଦେଉଛନ୍ତି, ସେ ସଂପର୍କରେ ଉପସ୍ଥିତ କର୍ପୋରେଟରମାନେ ବିସ୍ତୃତ ଭାବେ କହିବା ସହ ଏଥିରେ ଗୋଷ୍ଠୀ ସହଯୋଗ କିପରି ସଫଳତା ଆଣିଛି ସେ ସଂପର୍କରେ ବକ୍ତବ୍ୟ ପ୍ରଦାନ କରିଛନ୍ତି । ମୋଟାମୋଟି ଭାବରେ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳର ବିକାଶ ତଥା ରୂପାନ୍ତରୀକରଣ ହେଉଛି କି ନାହିଁ, ତାହା ଲୋକମାନେ କେତେ ଜାଣିଛନ୍ତି । ବିଗତ ୧୦ ବର୍ଷ ପୂର୍ବରୁ ଭୁବନେଶ୍ୱର ଯାହା ଥିଲା, ତାର ଚିତ୍ର ଆଜିସଂପୂର୍ଣ୍ଣ ବଦଳିଇଛି କି ନାହିଁ ସେ ସମ୍ପର୍କରେ ଆଲୋଚନା ହୋଇଥିଲା । ତେଣୁ ଆଗାମୀ ଦିନରେ ଆହୁରି ବିକାଶ ମୂଳକ କାମ ହେବାକୁ ଯାଉଛି ବୋଲି ଲୋକଙ୍କୁ କାର୍ଯ୍ୟକ୍ରମରେ ପ୍ରତିଶୃତି ଦେଇଥିଲେ ନିର୍ବାଚିତ ପଦାଧିକାରୀ ମେୟର ଓ କର୍ପୋରେଟର । ଗୋଷ୍ଠୀ, ଖାସ କରି ମାଆମାନଙ୍କ ଦ୍ୱାରା ଅସମ୍ଭବ କାମ ସମ୍ଭବ ହୋଇପାରିଛି ବୋଲି ମେୟର କହିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ନବୀନ ଓଡ଼ିଶା କାର୍ଯ୍ୟକ୍ରମରେ ଦଳୀୟ ଉତ୍ତରୀୟକୁ ନେଇ ବିବାଦ, କାର୍ଯ୍ୟାନୁଷ୍ଠାନ ପାଇଁ କଂଗ୍ରେସର ଦାବି

ସେପଟେ ରାଜ୍ୟ ସରକାରଙ୍କ ଦ୍ୱାରା ହେଉଥିବା ବିଭିନ୍ନ ଯୋଜନା ଯଥା-ମମତା ଯୋଜନା, ବିଏସ୍‌କେୱାଇ, ମୋ ପୋଖରୀ, ମୁକ୍ତା, ଆବାସ ଯୋଜନା, କଚ୍ଚା ରାସ୍ତାରୁ ପକ୍କା ରାସ୍ତା, ମଧୁବାବୁ ପେନସନ ଯୋଜନା, ଫାଇଭ ଟି ଅଧିନରେ ରାସ୍ତାଘାଟ, ସ୍କୁଲ, ଶ୍ମଶାନ, ଡାକ୍ତରଖାନା ଆଦିର ରୂପାନ୍ତରୀକରଣ ଆଦି ବହୁ ଯୋଜନା କରାଯାଇଛି । ଏକାମ୍ର ପ୍ରକଳ୍ପ ମାଧ୍ୟମରେ ପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିର ଚତୁଃ ପାଶ୍ୱର୍ର ଉନ୍ନତି କରଣ କରାଯିବ ବୋଲି କହିଛନ୍ତି ମେୟର ସୁଲଚନା ଦାସ ।

ଏହାସହ ଗୋଷ୍ଠୀ ସହଯୋଗ ଓ ସହଭାଗିତା ପାଇଁ ଓ ଜନସାଧାରଣଙ୍କ ସହଯୋଗ ବିନା ଏହା କରିବା ସମ୍ଭବ ନୁହେଁ, ତେଣୁ ନୂଆ ଓଡ଼ିଶାରେ ସମସ୍ତେ ବିକାଶର ସହଭାଗିତାରେ ସାମିଲ ହୁଅନ୍ତୁ ବୋଲି କହିଛନ୍ତି ମେୟର । ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱର ମେୟରଙ୍କ ସହ ସ୍ଥାନୀୟ କର୍ପୋରେଟର ଶିବ ନାରାୟଣ ରାୟ ଓ ଚନ୍ଦ୍ରଶେଖର ମଲ୍ଲିଆ, ଫାଇନାନ୍ସ ଡିପାର୍ଟମେଣ୍ଟର ଅବସରପ୍ରାପ୍ତ ସେକ୍ରେଟାରୀ କୃଷ୍ଣଚନ୍ଦ୍ର ବଡୁ ଓ ଜୋନାଲ ଡେପୁଟି କମିଶନର ରାଜଲକ୍ଷ୍ମୀ ନାୟକ ପ୍ରମୁଖ ଯୋଗ ଦେଇଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.