ETV Bharat / state

ଗଞ୍ଜାମରେ ଚାଞ୍ଚଲ୍ୟ, 2 ଦିନରେ 2 ଜଣଙ୍କୁ ହତ୍ୟା

author img

By ETV Bharat Odisha Team

Published : Feb 28, 2024, 1:18 PM IST

Etv Bharat
Etv Bharat

Heinous crime in Ganjam: ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଏବଂ ପୋଲସରା ଅଞ୍ଚଳରେ ଦୁଇ ଦିନରେ 2 ଜଣଙ୍କୁ ହତ୍ୟା । ଅଧିକ ପଢ଼ନ୍ତୁ,

କବିସୂର୍ଯ୍ୟନଗର ଏବଂ ପୋଲସରା

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ଚାଞ୍ଚଲ୍ୟ । 2 ଦିନରେ ଦୁଇ ଦୁଇଟି ହତ୍ୟା । ଏହି ଦୁଇଟି ହତ୍ୟାକାଣ୍ଡ ଗଞ୍ଜାମ ଜିଲ୍ଲାର କବିସୂର୍ଯ୍ୟନଗର ଏବଂ ପୋଲସରା ଅଞ୍ଚଳରେ ଘଟିଛି । କବିସୂର୍ଯ୍ୟନଗର ଅଞ୍ଚଳର ଜଣେ ବୃଦ୍ଧଙ୍କୁ ହତ୍ୟା କରାଯାଇଥିବା ବେଳେ ତାଙ୍କ ମୃତଦେହ ଏକ ଚାଷ ଜମିରୁ ଉଦ୍ଧାର କରାଯାଇଛି । ସେହିଭଳି ପୋଲସରା ଅଞ୍ଚଳର ଜଣେ ୟୁବକଙ୍କୁ ଛୁରିରେ ଆକ୍ରମଣ କରି ଅତି ନିର୍ମମ ଭାବରେ ହତ୍ୟା କରାଯାଇଛି । ତେବେ ଏଭଳି ଦୁଇଟି ହତ୍ୟାକାଣ୍ଡକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଲାଗିଥିବା ବେଳେ ପୋଲିସ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି ।

ସୂଚନା ଅନୁସାରେ, ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଦେଓଗାଁ ଓ ଖଜ୍ଜାପଲି ଗ୍ରାମର ମଝିରେ ଥିବା ଏକ ଜମିରେ ଜଣେ ବୃଦ୍ଧଙ୍କ ମୃତଦେହ ମିଳିଥିଲା । ମୃତ ବୃଦ୍ଧ ଜଣଙ୍କ ଦେଓଗାଁର ରମାକାନ୍ତ ପ୍ରଧାନ ବୋଲି ପରିଚୟ ମିଳିଥିଲା । ସେପଟେ ବୃଦ୍ଧ ଜଣଙ୍କୁ କୌଣସି ଦୁର୍ବୃତ୍ତ ହତ୍ୟା କରିଥିବା ବୃଦ୍ଧଙ୍କ ପରିବାର ଲୋକ ଅଭିଯୋଗ ଆଣିଛନ୍ତି । ସେପଟେ କିଏ ଏବଂ କାହିଁକି ଏଭଳି ବୃଦ୍ଧଙ୍କୁ ହତ୍ୟା କଲା ତାହା ପୋଲିସର ତଦନ୍ତ ପରେ ହିଁ ସ୍ପଷ୍ଟ ହେବ ବୋଲି କୁହାଯାଇଛି ।

ଗତ ରବିବାର ବଳମ୍ବିତ ରାତିରେ ପୋଲସରା ଥାନା ଅନ୍ତର୍ଗତ ପୋଲସରା ସହରର ବଜାର ସାହି ଛକରେ ଜଣେ ଯୁବକଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଯୁବକ ଜଣଙ୍କୁ ଛୁରୀରେ ଆକ୍ରମଣ କରାଯାଇ ହତ୍ୟା କରିରାଯାଇଥିବା ଅଭିଯୋଗ ଆସିଥିବା ବେଳେ ମୃତକ ଜଣକ ହେଲେ ହେମନ୍ତ କନକ ଗୋହି ଓରଫ ଟିନିଆ । ମୃତ ହେମନ୍ତ କନକଙ୍କ ଘର ଗୁଜୁରାଟ ଅଞ୍ଚଳ ବୋଲି ଜଣାପଡିଛି l ମୃତକ ଜଣକ ଗତ କିଛି ବର୍ଷ ଧରି ପୋଲସରା ଅଞ୍ଚଳରେ ଏକ ଭଡା ଘରେ ରହି ଆସୁଥିଲେ । ଘଟଣା ଦିନ ସେ ରହୁଥିବା ଘରେ ତାଙ୍କୁ କେହି ଦୁର୍ବୃତ୍ତ ହତ୍ୟା କରିବା ପରେ ଘରେ ତାଲା ବନ୍ଦ କରି ଚାଲିଯାଇଥିଲା ।

ଏହା ମଧ୍ୟ ପଢ଼ନ୍ତୁ...ପୁଅ ସାଜିଲା ପିଶାଚ, ସାମାନ୍ୟ ଝଗଡ଼ାରୁ ବାପାକୁ ହତ୍ୟା !

ସେପଟେ ବନ୍ଦ କୋଠରୀ ଭିତରେ ମୃତଦେହ ପଡି ରହିଥିବା ଜଣାପଡିବା ପରେ ଘଟଣାସ୍ଥଳରେ ଲୋକଙ୍କ ଭିଡ ଜମିଥିଲା । ପରେ ଘଟଣା ସମ୍ପର୍କରେ ଖବର ପାଇ ପୋଲିସ ଏବଂ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ମୃତଦେହକୁ ଉଦ୍ଧାର କରିଥିଲେ । କିଏ ଏବଂ କେଉଁ ପରିସ୍ଥିତିରେ ଏଭଳି ହତ୍ୟା କଲା ତାହାକୁ ନେଇ ପୋଲିସ ଖୋଳତାଡ଼ ଆରମ୍ଭ କରିଥିବା ବେଳେ ବିଭିନ୍ନ ଦିଗରୁ ତଦନ୍ତ ଜାରି ରଖିଛି । ତେବେ ଏଭଳି ଦୁଇ ଦିନରେ ଦୁଇଟି ହତ୍ୟାକାଣ୍ଡ ଘଟଣାରେ ପୋଲିସ କିଭଳି ଅଭିଯୁକ୍ତଙ୍କ ନିକଟରେ ପହଞ୍ଚିବାରେ ସଫଳ ହେଉଛି ତାହା ଉପରେ ସମସ୍ତଙ୍କ ନଜର ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.