ETV Bharat / state

ରାଜ୍ୟ କ୍ୟାବିନେଟ; ୩ ବିଭାଗର ୮ ପ୍ରସ୍ତାବରେ ମୋହର

author img

By ETV Bharat Odisha Team

Published : Feb 29, 2024, 10:48 PM IST

ରାଜ୍ୟ କ୍ୟାବିନେଟ; ୩ ବିଭାଗର ୮ ପ୍ରସ୍ତାବରେ ମୋହର
ରାଜ୍ୟ କ୍ୟାବିନେଟ; ୩ ବିଭାଗର ୮ ପ୍ରସ୍ତାବରେ ମୋହର

Cabinet Meeting: ରାଜ୍ୟ କ୍ୟାବିନେଟର ୭୫ ତମ ବୈଠକ ଲୋକସେବା ଭବନର ତୃତୀୟ ମହଲା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ । ଭିସି ଜରିଆରେ ନବୀନ ନିବାସରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୈଠକର ଅଧ୍ୟକ୍ଷତା କରିଛନ୍ତି । ବୈଠକରେ ୩ ବିଭାଗର ୮ ପ୍ରସ୍ତାବକୁ ମଞ୍ଜୁରି ମିଳିଛି । ଅଧିକ ପଢନ୍ତୁ

ରାଜ୍ୟ କ୍ୟାବିନେଟ; ୩ ବିଭାଗର ୮ ପ୍ରସ୍ତାବରେ ମୋହର

ଭୁବନେଶ୍ବର: ରାଜ୍ୟ କ୍ୟାବିନେଟର ୭୫ ତମ ବୈଠକ ଲୋକସେବା ଭବନର ତୃତୀୟ ମହଲା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ । ଭିସି ଜରିଆରେ ନବୀନ ନିବାସରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୈଠକର ଅଧ୍ୟକ୍ଷତା କରିଛନ୍ତି । ବୈଠକରେ ୩ ବିଭାଗର ୮ ପ୍ରସ୍ତାବକୁ ମଞ୍ଜୁରି ମିଳିଛି । ଜଳସମ୍ପଦ ବିଭାଗର ଗୋଟିଏ, ମହିଳା ଏବଂ ଶିଶୁ ବିକାଶ ବିଭାଗର ଗୋଟିଏ ଓ ସ୍ବାସ୍ଥ୍ୟ ବିଭାଗର ୬ ପ୍ରସ୍ତାବକୁ କ୍ୟାବିନେଟର ମଞ୍ଜୁରୀ ମିଳିଛି । କ୍ୟାବିନେଟ ନିଷ୍ପତ୍ତି ସଂପର୍କରେ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା, ଜଳସମ୍ପଦ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ମହିଳା ଓ ଶିଶୁ ବିକାଶ ବିଭାଗ ପ୍ରମୁଖ ଶାସନ ସଚିବ ଶୁଭା ଶର୍ମା, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ କମିଶନର ତଥା ଶାସନ ସଚିବ ଶାଳିନୀ ପଣ୍ଡିତ ।

ଅଧିକ ପଢନ୍ତୁ- ରାଜ୍ୟ କ୍ୟାବିନେଟ; ୧୪ ବିଭାଗର ୨୬ ପ୍ରସ୍ତାବରେ ମୋହର

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟରେ ୩ ବିଭାଗର ୮ ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରି ମିଳିଛି । ସ୍ବାସ୍ଥ୍ୟ ବିଭାଗର ୬ ପ୍ରସ୍ତାବ ଉପରେ କ୍ୟାବିନେଟ ମୋହର ବାଜିଛି । ଏଥିରେ ଅଧିକାଂଶ ପ୍ରସ୍ତାବ କ୍ୟାଡ଼ର ସଂଶୋଧନ ଓ ସେବା ସର୍ତ୍ତାବଳୀ ସଂକ୍ରାନ୍ତ । ୬ ପାରାମେଡିକ କ୍ୟାଡର ରୁଲରେ ସଂଶୋଧନ ନେଇ ବି ନିଷ୍ପତ୍ତି ହୋଇଛି । ସେହିପରି ଓଡ଼ିଶାରେ ରାଜ୍ୟ ଜଳସୂଚନା ବିଜ୍ଞାନ କେନ୍ଦ୍ର ସ୍ଥାପନ ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରୀ ଦେଇଛନ୍ତି । ପାଣିପାଗ ତଥ୍ୟର ଏକ ବିସ୍ତୃତ ଭଣ୍ଡାର ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏହି ଜଳସୂଚନା ବିଜ୍ଞାନ କେନ୍ଦ୍ର କାର୍ଯ୍ୟ କରିବ । ଓଡ଼ିଶା ସରକାରଙ୍କ ଜଳସମ୍ପଦ ବିଭାଗ ଅଧୀନରେ ଜଳସୂଚନା ବିଜ୍ଞାନ କେନ୍ଦ୍ରରେ ଜଳସମ୍ପଦ ପରିଚାଳନା, ତଥ୍ୟ ପରିଚାଳନା ଓ ଆଇଟି କ୍ଷେତ୍ରରେ ଜ୍ଞାନ ଥିବା ଦକ୍ଷ ଟିମ ରହିବେ । ଯେଉଁମାନେ କି ନିଜ ସଂସ୍ଥାରୁ ନିୟୋଜିତ ରହିବେ କିମ୍ବା ବାହ୍ୟ ସଂସ୍ଥାରୁ ଆଉଟସୋର୍ସିଂ ଭାବେ କାର୍ଯ୍ୟ କରିବେ । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜଳ ପାଣିପାଗ ବିଜ୍ଞାନ ତଥ୍ୟ ଆଦାନପ୍ରଦାନକୁ ସୁଗମ କରିବା ପାଇଁ ରାଜ୍ୟ ଜଳସୂଚନା ବିଜ୍ଞାନ କେନ୍ଦ୍ର, ଜାତୀୟ ଜଳସୂଚନା ବିଜ୍ଞାନ କେନ୍ଦ୍ର ସହିତ ନିରବଚ୍ଛିନ୍ନ ସହଯୋଗ କରିବ ।

ମହିଳା ଓ ଶିଶୁ ବିକାଶ ବିଭାଗ ଅଧୀନରେ କାର୍ଯ୍ୟରତ ୫୦୪ ଜଣ ଚୁକ୍ତିଭିତ୍ତିକ ସୁପରଭାଇଜରଙ୍କ ଚାକିରିକୁ ନିୟମିତକରଣ ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁର କରିଛନ୍ତି । ସେମାନଙ୍କ ଚାକିରି ନିୟମିତ ହେବା ଦ୍ବାରା ରାଜ୍ୟରେ ଅତ୍ୟାବଶ୍ୟକ ସେବାଗୁଡ଼ିକର ନିରନ୍ତର ବିତରଣ ଓ ରାଜ୍ୟରେ ସମନ୍ବିତ ଶିଶୁ ବିକାଶ ସେବା କାର୍ଯ୍ୟକ୍ରମ ଅଧୀନରେ ଥିବା ସମାଜର ଅସୁରକ୍ଷିତ ଶିଶୁ ଓ ମହିଳାଙ୍କୁ ସହାୟତା ପ୍ରଦାନ କରିବାରେ ସହାୟକ ହେବ । ଚୁକ୍ତିଭିତ୍ତିକ ସୁପରଭାଇଜର ସଂଘ ଜରିଆରେ ମିଳିଥିବା ଦାବିପତ୍ର ଓ ଆନ୍ତଃ ମନ୍ତ୍ରୀସ୍ତରୀୟ କମିଟିଙ୍କୁ ଦେଇଥିବା ଆବେଦନକୁ ଦୃଷ୍ଟିରେ ରଖି ସେମାନଙ୍କ ଚାକିରିକୁ ନିୟମିତ କରିବା ପାଇଁ ବିଚାର ହୋଇଛି । ଏଥିପାଇଁ ରାଜ୍ୟ ସରକାରଙ୍କୁ ୧୮.୫୧ କୋଟି ଟଙ୍କାର ଅତିରିକ୍ତ ଆର୍ଥିକ ବୋଝ ବହନ କରିବାକୁ ପଡ଼ିବ ।

ଅଧିକ ପଢନ୍ତୁ- ରାଜ୍ୟ କ୍ୟାବିନେଟ; 10 ବିଭାଗର 12 ପ୍ରସ୍ତାବକୁ ମୋହର

ସେହିପରି ଓଡ଼ିଶା ନର୍ସିଂ ସେବା କ୍ୟାଡ଼ରର ପୁନର୍ଗଠନ ଓ ଓଡିଶା ନର୍ସିଂ ସେବା ଚୟନ ପ୍ରକ୍ରିୟା ଓ ଚାକିରି ସର୍ତ୍ତାବଳୀ-୨୦୧୯ର ପୁନଃ ସଂଶୋଧନ ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ କରିଛନ୍ତି । ଭାରତୀୟ ନର୍ସିଂ ପରିଷଦର ନିୟମାବଳୀ ଓ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଦ୍ବାରା ଜାରି ଭାରତୀୟ ଜନସ୍ବାସ୍ଥ୍ୟ ପରିମାପକ ସଂଶୋଧିତ ନିୟମାବଳୀ-୨୦୨୨ ଅନୁସାରେ ରାଜ୍ୟ ସରକାର ଅନୁରୂପ ଉନ୍ନତମାନର ସ୍ବାସ୍ଥ୍ୟ ସେବା ଯୋଗାଇ ଦେବାକୁ ପ୍ରତିଶ୍ରୁତିବଦ୍ଧ । ସେହିପରି ଓଡ଼ିଶା ନର୍ସିଂ ସେବା କ୍ୟାଡ଼ରର ପୁନର୍ଗଠନ ପ୍ରସ୍ତାବକୁ ସାଧାରଣ ପ୍ରଶାସନ ଓ ଅର୍ଥ ବିଭାଗ ଦ୍ବାରା ମଧ୍ୟ ମଞ୍ଜୁରୀ ମିଳିଛି ।

ଓଡ଼ିଶା ନର୍ସିଂ ସେବା କ୍ୟାଡ଼ରରେ ଏବେ ଅତିରିକ୍ତ ୩୯୯ ନୂଆ ପଦବୀ ସୃଷ୍ଟି ହୋଇଛି । ଏବେ ଓଡ଼ିଶା ନର୍ସିଂ ସେବା କ୍ୟାଡ଼ରରେ ମୋଟ ୨୮୨୮୫ ମୂଳ ପଦବୀ ରହିଛି । ସେଥିରୁ ୧୧୯୪୩ ପଦବୀକୁ ଉଚ୍ଛେଦ କରି ନୂତନ ଭାବେ ୭୯୯୭ ବରିଷ୍ଠ ନର୍ସିଂ ଅଧିକାରୀ ପଦବୀ ସୃଷ୍ଟି ଓ ଆନୁପାତିକ ଭାବେ ପଦୋନ୍ନତିଭିତ୍ତିକ ପଦବୀରେ ବୃଦ୍ଧି କରାଯାଇ ପଦବୀ ସଂଖ୍ୟା ୨୮୬୮୪ କରାଯାଇଛି । ନର୍ସିଂ ଅଧିକାରୀଙ୍କଠୁ ଆରମ୍ଭ କରି ସହାୟକ ନର୍ସିଂ ଅଧିକ୍ଷକଙ୍କ ପର୍ଯ୍ୟନ୍ତ ବରିଷ୍ଠତା ତାଲିକା, ନର୍ସିଂ ନିର୍ଦ୍ଦେଶକସ୍ତରରେ ଓ ତଦୁର୍ଦ୍ଧ୍ୱ ଅଧିକାରୀଙ୍କ ବରିଷ୍ଠତା ତାଲିକା ପ୍ରଶାସନିକ ବିଭାଗସ୍ତରରେ ପ୍ରସ୍ତୁତ କରାଯିବ । ଏହି ବିଭିନ୍ନ ଉଚ୍ଚପଦବୀକୁ ପଦୋନ୍ନତି ପାଇଁ ପୂର୍ବରୁ ଥିବା ସର୍ବନିମ୍ନ ବୟସ ସୀମାକୁ ହ୍ରାସ କରାଯାଇଛି । ଏହି ପୁନର୍ଗଠନ ଦ୍ବାରା ରାଜ୍ୟ ସରକାରଙ୍କୁ ବାର୍ଷିକ ୨୪୫ କୋଟି ଟଙ୍କାର ଅତିରିକ୍ତ ବୋଝ ମୁଣ୍ଡାଇବାକୁ ପଡ଼ିବ ।

  • " class="align-text-top noRightClick twitterSection" data="">

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.