ETV Bharat / state

ରାଜ୍ୟ କ୍ୟାବିନେଟ; 10 ବିଭାଗର 12 ପ୍ରସ୍ତାବକୁ ମୋହର

author img

By ETV Bharat Odisha Team

Published : Feb 16, 2024, 9:51 PM IST

State Cabinet Meeting
State Cabinet Meeting

Cabinet gives NOD to 12 major Proposals: ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକ । 10 ବିଭାଗର 12 ପ୍ରସ୍ତାବ ଉପରେ ବାଜିଲା ମୋହର । ଅଧିକ ପଢ଼ନ୍ତୁ

State Cabinet Meeting

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ବସିଛି ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକ । କ୍ୟାବିନେଟ 10 ବିଭାଗର 12 ପ୍ରସ୍ତାବ ଉପରେ ମୋହର ମାରିଛି । ମିଶନ ଶକ୍ତି, ଉଚ୍ଚଶିକ୍ଷା, ଦକ୍ଷତା ବିକାଶ, ପଞ୍ଚାୟତିରାଜ ଏବଂ ପାନୀୟ ଜଳ, ପୂର୍ତ୍ତ, ଏସି ଏବଂ ଏସଟି, ହସ୍ତତନ୍ତ ଏବଂ ହସ୍ତଶିଳ୍ପ, ଓଡ଼ିଶା, ଭାଷା, ସାହିତ୍ୟ ଏବଂ ସଂସ୍କୃତି, ରାଜସ୍ବ ଏବଂ ବିପର୍ଯ୍ୟୟ ପରିଚାଳନା ଓ ସୂଚନା ଏବଂ ପ୍ରଯୁକ୍ତି ବିଦ୍ୟା ବିଭାଗର ବିଭିନ୍ନ ପ୍ରସ୍ତାବରେ କ୍ୟାବିନେଟ ମୋହର ବାଜିଛି ।

କ୍ୟାବିନେଟ ନିଷ୍ପତ୍ତି ବାବଦରେ ସୂଚନା ଦେଇଛନ୍ତି ପଞ୍ଚାୟତିରାଜ ଏବଂ ପାନୀୟ ଜଳ ବିଭାଗ ମନ୍ତ୍ରୀ ପ୍ରଦୀପ କୁମାର ଅମାତ, ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା, ପଞ୍ଚାୟତିରାଜ ଏବଂ ପାନୀୟ ଜଳ ବିଭାଗର ପ୍ରମୁଖ ଶାସନ ସଚିବ ସୁଶୀଲ କୁମାର ଲୋହାନି, ପୂର୍ତ୍ତ ବିଭାଗର ପ୍ରମୁଖ ଶାସନ ସଚିବ ବୀର ବିକ୍ରମ ଯାଦବ, ଏସି ଏବଂ ଏସଟି ବିଭାଗର ଶାସନ ସଚିବ ରୂପା ରୋସନ ସାହୁ, ଓଡ଼ିଶା, ଭାଷା, ସାହିତ୍ୟ ଏବଂ ସଂସ୍କୃତି ସଚିବ ସୁଜାତା ଆର. ପାଣ୍ଡିଆନ ଓ ଉଚ୍ଚଶିକ୍ଷା ସଚିବ ଅରବିନ୍ଦ ଅଗ୍ରୱାଲ ।

ଏହା ମଧ୍ୟ ପଢ଼ନ୍ତୁ...ରାଜ୍ୟ କ୍ୟାବିନେଟ; ୧୪ ବିଭାଗର ୨୬ ପ୍ରସ୍ତାବରେ ମୋହର

କ୍ୟାବିନେଟ ନିଷ୍ପତ୍ତି ଅନୁସାରେ ରାଜ୍ୟର ମିଶନ ଶକ୍ତି ଅଧୀନରେ ଥିବା ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ସଦସ୍ୟାଙ୍କୁ 1 ହଜାର ଟଙ୍କା ଲେଖାଏଁ ମିଳିବ । ୟୁନିଫର୍ମ ପୋଷାକ ବାବଦରେ 70 ଲକ୍ଷ ଏସ୍‌ଏଚ୍‌ଜି ସଦସ୍ୟାଙ୍କୁ ଏହି ଟଙ୍କା ମିଳିବ । ଏହା ସହିତ ପ୍ରାୟ 1.5 ଲକ୍ଷ ପରିଚାଳନା କମିଟି ଓ କାର୍ଯ୍ୟ ନିର୍ବାହୀ କମିଟି ସଦସ୍ୟଙ୍କୁ ବ୍ଲେଜର ପାଇଁ 2 ହଜାର ଟଙ୍କା ଲେଖାଏଁ ମିଳିବ । ରାଜ୍ୟ ସରକାର ଏଥିପାଇଁ 730 କୋଟି ଟଙ୍କା ଖର୍ଚ୍ଚ କରିବେ । ନିଜ ପସନ୍ଦର ୟୁନିଫର୍ମ ଓ ବ୍ଲେଜର ଚୟନ କରିପାରିବେ ମହିଳା । ଏହି ଅର୍ଥ ରାଶି ଏସ୍‌ଏଚ୍‌ଜି ଓ ମହାସଂଘର ବ୍ୟାଙ୍କ ଆକାଉଣ୍ଟରେ ସିଧାସଳଖ ଜମା ହେବ ।

ସେହିପରି ବୁଣାକାରଙ୍କୁ ଅଧିକ ସହାୟତା ଦେବାକୁ ଯୋଜନା କରାଯାଇଛି । 2000ରୁ 2500 ଲେଖାଏଁ ସହାୟତା ପାଇବେ ବୁଣାକାର । 40ରୁ 80 ବର୍ଷ ବୟସ୍କ ବୁଣାକାର ଓ କାରିଗରମାନଙ୍କୁ ମାସିକ 2000 ମିଳିବ । 80 ବର୍ଷରୁ ଊର୍ଦ୍ଧ୍ବ ବୁଣାକାରଙ୍କୁ 2500 ଟଙ୍କା ମିଳିବ । ନୂଆ-ଓ ଛାତ୍ର ବୃତ୍ତିକୁ ମଧ୍ୟ କ୍ୟାବିନେଟ ମଞ୍ଜୁରି ମିଳିଛି । ରାଜ୍ୟର ପ୍ରତି ପଞ୍ଚାୟତରେ ଆକାଉଣ୍ଟାଣ୍ଟ, ଡାଟା ଏଣ୍ଟ୍ରି ଅପରେଟର ରହିବେ । ମୋଟ 7142ଟି ଡାଟା ଏଣ୍ଟ୍ରି ପଦବୀ ସୃଷ୍ଟି ପାଇଁ କ୍ୟାବିନେଟ ମଞ୍ଜୁରୀ ମିଳିଛି । ମୋଟ ପଦବୀରୁ 70 ପ୍ରତିଶତ OSSC ଦ୍ବାରା ମନୋନୀତ କରାଯିବ । ବାକି 30 ପ୍ରତିଶତ ଗ୍ରାମ ରୋଜଗାର ସେବକଙ୍କ ମଧ୍ୟରୁ ମନୋନୟନ ହେବେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.