ETV Bharat / state

ଦିଲ୍ଲୀ ଓ ଚେନ୍ନାଇରୁ ଆସୁଥିଲେ ଭୁବନେଶ୍ବର; ଚେକିଂ ବେଳେ ଧରାପଡ଼ିଲେ 2 ଯାତ୍ରୀ, 75 ଲକ୍ଷ ଜବତ - 75 LAKH SEIZED

author img

By ETV Bharat Odisha Team

Published : Apr 30, 2024, 1:24 PM IST

ଭୁବନେଶ୍ବର ଆସୁଥିବା ଦୁଇ ଯାତ୍ରୀଙ୍କଠାରୁ ଦିଲ୍ଲୀ ଓ ଚେନ୍ନାଇ ବିମାନ ବନ୍ଦରରେ ଜବତ ହେଲା ୭୫ଲକ୍ଷ
ଭୁବନେଶ୍ବର ଆସୁଥିବା ଦୁଇ ଯାତ୍ରୀଙ୍କଠାରୁ ଦିଲ୍ଲୀ ଓ ଚେନ୍ନାଇ ବିମାନ ବନ୍ଦରରେ ଜବତ ହେଲା ୭୫ଲକ୍ଷ

Bhubaneswar airport: ନିର୍ବାଚନ ସମୟରେ ଭୁବନେଶ୍ବର ଆସୁଥିବା ଦୁଇଯାତ୍ରୀଙ୍କ ଠାରୁ ଜବତ ହେଲା ୭୫ଲକ୍ଷ । ଚେନ୍ନାଇ ଓ ଦିଲ୍ଲୀରୁ ଭୁବନେଶ୍ବର ଆସୁଥିଲେ ଦୁଇ ଯାତ୍ରୀ । ତଦନ୍ତ ଜାରି । ଅଧିକ ପଢନ୍ତୁ

ଭୁବନେଶ୍ବର: ଦିଲ୍ଲୀ ଓ ଚେନ୍ନାଇ ବିମାନ ବନ୍ଦରରୁ ଭୁବନେଶ୍ବର ଆସୁଥିବା ଦୁଇ ଜଣ ଯାତ୍ରୀଙ୍କଠାରୁ ଜବତ ହେଲା ୭୫ଲକ୍ଷ ନଗଦ ଟଙ୍କା । ଦିଲ୍ଲୀ ଏବଂ ଚେନ୍ନାଇ ବିମାନ ବନ୍ଦରରେ କଷ୍ଟମ ବିଭାଗ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଉଭୟ ଯାତ୍ରୀଙ୍କୁ ଅଟକ ରଖାଯାଇଛି । ଉଭୟ ଦିଲ୍ଲୀ ଓ ଚେନ୍ନାଇରୁ ଭୁବନେଶ୍ବର ଅଭିମୁଖେ ଉଡାଣ ଭରିବା ପାଇଁ ପ୍ରସ୍ତୁତ ହେଉଥିବା ବେଳେ ଚେକିଂ ବେଳେ ଧରା ପଡିଛନ୍ତି । ଉଭୟଙ୍କ ଲଗେଜରୁ ପ୍ରାୟ 75 ଲକ୍ଷ ଟଙ୍କା ଜବତ ହୋଇଛି । ଉଭୟ ଯାତ୍ରୀଙ୍କ ପରିଚୟ ଓ ସେମାନେ କାହିଁକି ଏତେ ପରିମାଣର ନଗଦ ଟଙ୍କା ସହ ଯାତ୍ରା କରୁଥିଲେ, ତାହା ତଦନ୍ତ ପରେ ସ୍ପଷ୍ଟ ହେବା ନେଇ ଆଶା କରାଯାଉଛି ।

ଭୁବନେଶ୍ଵର ବିମାନ ବନ୍ଦର ନିର୍ଦେଶକଙ୍କ ସୂଚନା ଅନୁଯାୟୀ, ନିର୍ବାଚନ ସମୟରେ ସମସ୍ତ ବିମାନ ବନ୍ଦରରେ ଯାତ୍ରୀ ଯାତାୟତ ଉପରେ କଡା ନଜର ରଖାଯାଇଛି । ଏହି ଟଙ୍କା ଭୁବନେଶ୍ବରର ବିମାନ ବନ୍ଦରରେ ନୁହେଁ ବରଂ ଦିଲ୍ଲୀ ଏବଂ ଚେନ୍ନାଇ ବିମାନ ବନ୍ଦରରୁ ଠାବ ହୋଇଛି । କାରଣ ଏହି ଦୁଇ ଜଣ ଭୁବନେଶ୍ଵର ଆସିବାକୁ ପ୍ରସ୍ତୁତ ହେଉଥିଲେ । ତେବେ ଏତେ ଟଙ୍କା କେଉଁଠୁ ଆସିଲା, ସେମାନେ କାହିଁକି ଏତେ ଟଙ୍କା ଧରି ବିମାନ ଯାତ୍ରା କରୁଥିଲେ, ତାହା ତଦନ୍ତ ପରେ ସ୍ପଷ୍ଟ ହେବା ନେଇ କହିଛନ୍ତି ଭୁବନେଶ୍ବର ବିମାନ ବନ୍ଦରର ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନ ।

ଏବେ ସାରା ଦେଶରେ ସାଧାରଣ ନିର୍ବାଚନ ପ୍ରକ୍ରିୟା ଜାରି ରହିଥିବା ବେଳେ ଦେଶବ୍ୟାପୀ ବିଭିନ୍ନ ସ୍ଥାନରେ ଚେକିଂ କଡାକଡି କରାଯାଉଛି । ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶାବଳୀ ଅନୁସାରେ, ନିର୍ବାଚନ ଫ୍ଲାଇଁ ସ୍କ୍ବାଡ, ପ୍ରାଶାସନିକ ଅଧିକାରୀ ଓ ପୋଲିସ ଟିମ ବିଭିନ୍ନ ସ୍ଥାନରେ ନିୟମିତ ଚେକିଂ କରୁଛନ୍ତି । ବିମାନ ବନ୍ଦର, ରେଳ ଷ୍ଟେସନ ପରି ସାର୍ବଜନୀନ ସ୍ଥାନରେ ମଧ୍ୟ କଡାକଡି ଚେକିଂ କରାଯାଉଛି । ବିଭିନ୍ନ ରାଜନୈତିକ ଦଳର ନେତାଙ୍କ ଗାଡି ଓ ହେଲିକପ୍ଟର ମଧ୍ୟ ସମୟ ସମୟରେ ଯାଞ୍ଜ କରାଯାଉଛି ।

ଏହା ମଧ୍ୟ ପଢନ୍ତୁ:- ଗଞ୍ଜାମରେ ପହଞ୍ଚିଲେ ନବୀନ, ତାରାତାରିଣୀଙ୍କୁ ଦର୍ଶନ ପରେ ଭରିବେ ନାମାଙ୍କନ - Naveen to file nomination

ଅନ୍ୟପଟେ ନିର୍ବାଚନ ପାଇଁ ରାଜଧାନୀ ଭୁବନେଶ୍ବରରେ ଜୋରଦାର ହୋଇଛି ପୋଲିସର ଚେକିଂ । ରାଜଧାନୀରେ ବ୍ଲକିଂ ବେଳେ ଧରାପଡ଼ିଛି ଚୋରା ଗାଡି଼ ଓ ଟଙ୍କା । ଶନିବାର ରାତିରେ ଚେକିଂ କରାଯାଉଥିବା ବେଳେ ନଗଦ ଟଙ୍କା ଯାଉଥିବା ଗାଡି ସହ ୫ଟି ଚୋରା ମୋଟର ସାଇକେଲ ଜବତ କରିଥିଲା କମିଶନରେଟ ପୋଲିସ । ଚନ୍ଦକାରୁ ପୁରୀ ସାତଶଙ୍ଖ ଅଭିମୁଖେ ଏକ ପାଣି କମ୍ପାନୀର ମ୍ୟାନେଜର ଯାଉଥିବା ବେଳେ ଚେକିଂ କରାଯାଇଥିଲା । ସେହି ସମୟରେ ଗାଡିରୁ ୩ ଲକ୍ଷ ୬୦ ହଜାର ଟଙ୍କା ଜବତ ହୋଇଥିଲା ।


ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.