ETV Bharat / state

ସମ୍ବିଧାନ ପ୍ରଣେତା ଆମ୍ବେଦକରଙ୍କ 134ତମ ଜୟନ୍ତୀ ପାଳିଲେ ଝାରସୁଗୁଡ଼ାବାସୀ - B R Ambedkar Birth Anniversary

author img

By ETV Bharat Odisha Team

Published : Apr 14, 2024, 4:55 PM IST

ଆମ୍ବେଦକର ଜୟନ୍ତୀ ପାଳିତ
ଆମ୍ବେଦକର ଜୟନ୍ତୀ ପାଳିତ

Celebration of B R Ambedkar's Birth Anniversary: ଆଜି ଝାରସୁଗୁଡ଼ାରେ ଆମ୍ବେଦକର ଜୟନ୍ତୀ ପାଳନ କରାଯାଇଛି । କାର୍ଯ୍ୟକ୍ରମରେ ଯୋଗ ଦେଲେ ବିଜେଡ଼ି ଏବଂ ବିଜେପି ବିଧାୟକ ପ୍ରାର୍ଥୀ। ଅଧିକ ପଢ଼ନ୍ତୁ,

ଆମ୍ବେଦକର ଜୟନ୍ତୀ ପାଳିତ

ଝାରସୁଗୁଡ଼ା: ଆଜି ହେଉଛି ଭାରତରତ୍ନ ବାବାସାହେବ ଡ଼ଃ ଭୀମରାଓ ଆମ୍ବେଦକରଙ୍କ ଜୟନ୍ତୀ । ଏହି ଅବସରରେ ଝାରସୁଗୁଡ଼ା ସହରର ସୁନାରୀମୁଣ୍ଡା ଛକରେ ଥିବା ଆମ୍ବେଦକରଙ୍କ ମୂର୍ତ୍ତିରେ ମାଲ୍ୟାର୍ପଣ କରି ତାଙ୍କ ଜନ୍ମ ଜୟନ୍ତୀ ପାଳନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଝାରସୁଗୁଡା ବିଜେଡ଼ି ବିଧାୟକ ପ୍ରାର୍ଥୀ ଦୀପାଲି ଦାସ ଏବଂ ବିଜେପି ବିଧାୟକ ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ଯୋଗଦେଇଥିଲେ । ବାବା ସାହେବ ଆମ୍ବେଦକର ମହିଳା ଏବଂ ଶ୍ରମିକଙ୍କ ଅଧିକାର ପାଇଁ ଲଢ଼ିଥିଲେ ଏବଂ ଅସ୍ପୃଶ୍ୟତା ପାଇଁ ସମାନତା ଏବଂ ନ୍ୟାୟ ସଂଗ୍ରାମରେ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ ବୋଲି ଅତିଥିମାନେ କହିଛନ୍ତି ।

ସାମାଜିକ ନବଜାଗରଣର ଅଗ୍ରଦୂତ ତଥା ଏକ ସମାନ୍ତରାଳ ସମାଜର ନିର୍ମାଣକାରୀ ଡକ୍ଟର ଭୀମରାଓ ଆମ୍ବେଦକରଙ୍କ ଆଜି ୧୩୪ତମ ଜନ୍ମ ବାର୍ଷିକ । ଡକ୍ଟର ଭୀମରାଓ ଆମ୍ବେଦକର ସମ୍ବିଧାନର ସୃଷ୍ଟିକର୍ତ୍ତା ଭାବରେ ପରିଚିତ। ସେ ୧୪ ଏପ୍ରିଲରେ ଜନ୍ମଗ୍ରହଣ କରିଥିଲେ । ବାବା ସାହେବଙ୍କ ଜନ୍ମ ବାର୍ଷିକକୁ ଭାରତୀୟ ଉତ୍ସାହର ସହିତ ସାରା ଦେଶରେ ପାଳନ କରିଥାନ୍ତି । ଭାରତ ରତ୍ନ ପ୍ରାପ୍ତ କରିଥିବା ଆମ୍ବେଦକର ତାଙ୍କ ଜୀବନସାରା ସଂଘର୍ଷ ଜାରି ରଖିଥିଲେ । ଆମ୍ବେଦକରଙ୍କ ରାଜନୈତିକ ଜୀବନର କଥା କହିଲେ ସେ ଲେବର ପାର୍ଟି ଗଠନ କରିଥିଲେ । ସମ୍ବିଧାନ କମିଟିର ସଭାପତି ଥିଲେ ବାବା ସାହେବ । ସ୍ୱାଧୀନତା ପରେ ପରେ ଦେଶର ଆଇନ ମନ୍ତ୍ରୀ ଭାବରେ ନିଯୁକ୍ତ ହୋଇଥିଲେ। ପରେ ବମ୍ବେ ଉତ୍ତର ଆସନରୁ ଦେଶର ପ୍ରଥମ ସାଧାରଣ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ମଧ୍ୟ ତାଙ୍କୁ ପରାଜୟର ସାମ୍ନା କରିବାକୁ ପଡିଥିଲା । ବାବା ସାହେବ ଦୁଇଥର ରାଜ୍ୟସଭାରୁ ସାଂସଦ ଭାବରେ ମଧ୍ୟ ନିର୍ବାଚିତ ହୋଇଥିଲେ ।

ଏହା ମଧ୍ୟ ପଢ଼ନ୍ତୁ... ଆଜି ହେଉଛି ଭାରତରତ୍ନ ବାବାସାହେବ ଡ଼ଃ ଭୀମରାଓ ଆମ୍ବେଦକରଙ୍କ ଜୟନ୍ତୀ - B R Ambedkar Birth Anniversary

୬ ଡିସେମ୍ବର ୧୯୫୬ରେ ଡକ୍ଟର ଭୀମରାଓ ଆମ୍ବେଦକରଙ୍କ ଦେହାନ୍ତ ହୋଇଥିଲା । ତାଙ୍କ ମୃତ୍ୟୁ ପରେ, ୧୯୯୦ ମସିହାରେ ବାବା ସାହେବଙ୍କୁ ଭାରତର ସର୍ବୋଚ୍ଚ ସମ୍ମାନ ଭାରତ ରତ୍ନ ପ୍ରଦାନ କରାଯାଇଥିଲା । ତେବେ ଆଜି ଝାରସୁଗୁଡ଼ା ସହରର ସୁନାରୀମୁଣ୍ଡା ଛକଠାରେ ଥିବା ଆମ୍ବେଦକର ମୂର୍ତ୍ତିଠାରେ ଆମ୍ବେଦକର ଜୟନ୍ତୀ ପାଳନ କରାଯାଇଛି । ଏଥିରେ ସମସ୍ତ ରାଜନୈତିକ ଦଳ ଯୋଗ ଦେଇଥିବା ବେଳେ ଭିମ୍ ଆର୍ମି, ଲକ୍ଷଘର ସମାଜ, କୋଶଲ୍ ସେନା ପକ୍ଷରୁ ବାବା ସାହେବଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଝାରସୁଗୁଡ଼ା ନିର୍ବାଚନ ମଣ୍ଡଳୀର ବିଜେଡି ବିଧାୟକ ପ୍ରାର୍ଥୀ ଦୀପାଳି ଦାସ, ବିଜେପି ବିଧାୟକ ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ, କୋଶଲ୍ ସେନା ସମ୍ପାଦୀକା ପୂଜା ଚୌଧୁରୀ, କୋଶଲ୍ ସେନାର ସମ୍ବଲପୁର ଲୋକସଭା ପ୍ରାର୍ଥୀ ଜ୍ଞାନେନ୍ଦ୍ର ବେହେରା ପ୍ରମୁଖ ଉପସ୍ଥିତ ରହିଥିଲେ। ଏହା ସହିତ ଉଭୟ ଶାସକ ଦଳର ପ୍ରାର୍ଥୀ ମାନେ ସରକାରଙ୍କ ସାମ୍ବିଧାନିକ ନୀତି ଆଦର୍ଶକୁ ପାଥେୟ କରି ଜନସାଧାରଣଙ୍କ ସେବା କରୁଥିବା କହିଛନ୍ତି ।

ଇଟିଭି ଭାରତ, ଝାରସୁଗୁଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.