ETV Bharat / state

ଗୁଣିଗାରେଡି ସନ୍ଦେହରେ ସ୍ୱାମୀ-ସ୍ତ୍ରୀଙ୍କୁ ହତ୍ୟା, ୧୦ ଅଭିଯୁକ୍ତ ଗିରଫ

author img

By ETV Bharat Odisha Team

Published : Mar 19, 2024, 10:36 AM IST

Kalahandi Crime: ଫୁଲବାଣୀ ଦମ୍ପତି ହତ୍ୟା ଘଟଣାର ପର୍ଦ୍ଦାଫାସ । ଏହି ମାମଲାରେ ୧୦ ଅଭିଯୁକ୍ତଙ୍କୁ ଗିରଫ କରି ଅଧିକ ତଦନ୍ତ ଜାରି ରଖିଛି ପୋଲିସ । ଅଧିକ ପଢନ୍ତୁ

Kalahandi Crime
Kalahandi Crime

Kalahandi Crime

ଫୁଲବାଣୀ: ଫୁଲବାଣୀ ଦମ୍ପତି ହତ୍ୟା ଘଟଣାର ପର୍ଦ୍ଦାଫାସ କରିଛି ପୋଲିସ । ମାଓବାଦୀ ନୁହେଁ ବରଂ ଗୁଣିଗାରେଡି ସନ୍ଦେହରେ ଦମ୍ପତିଙ୍କୁ କରାଯାଇଥିଲା ହତ୍ୟା । ଏନେଇ ସୂଚନା ଦେଇଛନ୍ତି କନ୍ଧମାଳ ଏସପି । ଏହି ମାମଲାରେ ୧୦ ଅଭିଯୁକ୍ତଙ୍କୁ ଗିରଫ କରି ଅଧିକ ତଦନ୍ତ ଜାରି ରଖିଛି ପୋଲିସ । ଏହାସହ ହତ୍ୟାକାଣ୍ଡରେ ବ୍ୟବହୃତ ହାତୁଡି ପୋଲିସ ଜବତ କରିଥିବା ଜଣାପଡ଼ିଛି । ଗୁଣିଗାରେଡି ସନ୍ଦେହରେ ଅଭିଯୁକ୍ତମାନେ ଯୋଜନାବଦ୍ଧ ଭାବେ ସଂଘବଦ୍ଧ ଆକ୍ରମଣ କରି ସ୍ବାମୀ ଓ ସ୍ତ୍ରୀଙ୍କୁ ପିଟିପିଟି ହତ୍ୟା କରିଥିବା ନେଇ ପୋଲିସ ଗତକାଲି(ସୋମବାର) ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛି ।

ସୂଚନା ଅନୁଯାୟୀ, ଗତ ୯ ତାରିଖରେ ଗୋଚ୍ଛାପଡା ଥାନା ଅନ୍ତର୍ଗତ ସଲାଗୁଡା ପଞ୍ଚାୟତ ବିଗାପଦର ଗାଁର ତାହିରା କହଁର ଓ ତାଙ୍କ ସ୍ତ୍ରୀ ବତାଶୀ କହଁର ପାଖ ବଗଳାଦେବୀ ମନ୍ଦିରରେ ପୂଜା କରୁଥିଲେ । ଏହି ସ୍ୱାମୀ-ସ୍ତ୍ରୀ ଗୁଣିଗାରେଡି କରୁଥିବା ଗୁମାଲଦାନୀ ଗ୍ରାମର ଲୋକମାନେ ସନ୍ଦେହ କରୁଥିଲେ । ସେହି ରାଗରେ ଗୁମାଲଦାନୀ ଲୋକ ସେମାନଙ୍କୁ ଗ୍ରାମରୁ ତଡି ଦେଇଥିଲେ । ଫଳରେ ସେମାନେ ଜାଲିବିହାରୀ ଗାଟାରେ ଘର କରି ରହୁଥିଲେ । ମୃତ ଦମ୍ପତି ଗୁଣିଗାରେଡି କରୁଥିବାରୁ ଗୁମାଲଦାନୀ ଗ୍ରାମର ଲୋକମାନଙ୍କ ଦେହ ଖରାପ ହେଉଛି ବୋଲି ଭାବି କିଛି ଗ୍ରାମବାସୀ ଗତ ୪ ତାରିଖରେ ବୈଠକ କରିଥିଲେ । ତେବେ ମୁଖ୍ୟ ଅଭିଯୁକ୍ତ ସୁନୀଲର ପିତା ଲଙ୍କପତିଙ୍କ ଗତ ୨୦୨୩ରେ ମୃତ୍ୟୁ ହୋଇଥିବା ବେଳେ ତାହିରା ଆଉ ତାଙ୍କ ସ୍ତ୍ରୀ ଗୁଣି କରିଥିବାରୁ ଏହା ଘଟିଥିବା ନେଇ ସୁନୀଲ ପୂର୍ବରୁ ସନ୍ଦେହ କରୁଥିଲା ।

ଏହା ମଧ୍ୟ ପଢନ୍ତୁ-ମାଓଗଡ଼ରେ ଦମ୍ପତିଙ୍କୁ ବୀଭତ୍ସ ହତ୍ୟା: ପୋଲିସ ଇନଫର୍ମର ସନ୍ଦେହ ନା ପୂର୍ବଶତୃତା ? ଜଣାପଡୁନି କାରଣ

ଗ୍ରାମବାସୀ ମଧ୍ୟ ସୁନୀଲକୁ ଏହି କଥା କହିବା ପରେ ସେ ଏହି କଥାକୁ ବିଶ୍ବାସ କରିଥିଲା । ଏହାପରେ ଯୋଜନା ପ୍ରକାରେ ସୁନୀଲ ଗତ ୭ ତାରିଖ ରାତିରେ ଫୁଲବାଣୀରୁ ଗ୍ରାମକୁ ଆସି ପହଞ୍ଚିଥିଲା । ପିନ୍ଧିବା ଜ୍ୟାକେଟରେ ଏକ ହାତୁଡି ନେଇ ବତାସୀଙ୍କ ଘର ପାଖକୁ ଯାଇ ମାଆ ଦେହ ଖରାପ ଅଛି କହି ଡାକି ଆଣିଥିଲା । ଯିବା ବାଟରେ ହାତୁଡିରେ ବତାସୀର ମୁଣ୍ଡ ଓ ମୁହଁକୁ ପିଟିପିଟି ହତ୍ୟା କରିଥିଲା । ସେଠାରୁ ତାହିରା ପାଖକୁ ଯାଇଥିଲା । ତେବେ ସୁନୀଲକୁ ଦେଖି ତାହିରା ଦୌଡ଼ି ପଳାଇବା ଉଦ୍ୟମ କରିଥିବା ବେଳେ ଅଭିଯୁକ୍ତ ହାତରୁ ବର୍ତ୍ତି ପାରିନଥିଲା । ଅଭିଯୁକ୍ତ ସେହି ହାତୁଡିରେ ତାହିରାଙ୍କ ମୁଣ୍ଡକୁ ପିଟିପିଟି ହତ୍ୟା କରିଥିଲା ଓ ସେହି ଜାଗାରେ ହାତୁଡିକୁ ଫିଙ୍ଗି ପଳାଇଥିଲା ।

ଗୋଛାପଡ଼ା ଥାନା ଅନ୍ତର୍ଗତ ସଲାଗୁଡ଼ା ପଞ୍ଚାୟତର ବଦାପାଜୁ ନିକଟସ୍ଥ ଗିଡ଼ାପଦରର ଛୋଟ ଗାଁ କାଡାଗାଟାଠାରୁ କିଛି ଦୂରରେ ପୂର୍ବତନ ୱାର୍ଡ଼ସଭ୍ୟ ଦମ୍ପତି ତାହିରା କହଁର ଓ ବତାଶୀ କହଁର ଅସ୍ଥାୟୀ ଘରେ ରହୁଥିଲେ । ଆଖପାଖରେ ଆଉ କାହାର ଘର ନଥିବା ବେଳେ ଉଭୟଙ୍କୁ ହତ୍ୟା କରାଯାଇଥିଲା । ମାଓପ୍ରବଣ ଇଲାକା ହୋଇଥିବାରୁ ଏହା ମାଓବାଦୀଙ୍କ କାଣ୍ଡ ବୋଲି ପ୍ରଥମେ ଆଲୋଚନା ହୋଇଥିଲା । ତେବେ ପୋଲିସ ଏହି ହତ୍ୟାକାଣ୍ଡ ଗୁଣିଗାରେଡ଼ି ଯୋଗୁଁ ହୋଇଥିବା ସ୍ପଷ୍ଟ କରିଛି ।

ଇଟିଭି ଭାରତ, ଫୁଲବାଣୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.