ETV Bharat / sports

ଘରେ ଘରେ ପହଞ୍ଚିବ କ୍ରିକେଟ, ରାଜଧାନୀରେ ଆୟୋଜିତ ହେବ ଟାଟା IPL ଫ୍ୟାନ ପାର୍କ - TATA IPL Fan Park 2024

author img

By ETV Bharat Odisha Team

Published : Apr 19, 2024, 10:39 PM IST

Updated : Apr 19, 2024, 11:10 PM IST

ଘରେ ଘରେ ପହଞ୍ଚିବ କ୍ରିକେଟ ,ଭୁବନେଶ୍ବରରେ ଆୟୋଜିତ ହେବ ଟାଟା IPL ଫ୍ୟାନ ପାର୍କ
ଘରେ ଘରେ ପହଞ୍ଚିବ କ୍ରିକେଟ ,ଭୁବନେଶ୍ବରରେ ଆୟୋଜିତ ହେବ ଟାଟା IPL ଫ୍ୟାନ ପାର୍କ

TATA IPL Fan Park 2024: ଆସନ୍ତା ୨୦ ଏବଂ ୨୧ ତାରିଖ ଦୁଇ ଦିନ ଧରି ରାଜଧାନୀରେ ଆୟୋଜିତ ହେବ IPL ଫ୍ୟାନ ପାର୍କ । ଏହି ପାର୍କର ମୂଳ ଲକ୍ଷ୍ୟ ହେଉଛି ବିନା ଦେୟରେ ବଡ଼ ପରଦାରେ କ୍ରିକେଟ ପ୍ରେମୀଙ୍କୁ ଆଇପିଏଲ ମ୍ୟାଚର ମଜା ପ୍ରଦାନ କରିବା । ଅଧିକ ପଢନ୍ତୁ

ଘରେ ଘରେ ପହଞ୍ଚିବ କ୍ରିକେଟ

ଭୁବନେଶ୍ବର: କ୍ରିକେଟ୍ ପ୍ରେମୀଙ୍କ ପାଇଁ ଖୁସି ଖବର । ରାଜଧାନୀରେ ଆୟୋଜିତ ହେବ IPL ଫ୍ୟାନ ପାର୍କ । ଘରେ ଘରେ ପହଞ୍ଚିବ କ୍ରିକେଟ ଏହି ଲକ୍ଷ୍ୟ ନେଇ ଭୁବନେଶ୍ବରରେ ଆୟୋଜିତ ହେବ ଟାଟା IPL ଫ୍ୟାନ ପାର୍କ ୨୦୨୪ । କ୍ରିକେଟର ପ୍ରଚାର ପ୍ରସାର ପାଇଁ ବିସିସିଆଇ ପକ୍ଷରୁ ଏହି କାର୍ଯ୍ୟକ୍ରମ ଦେଶର ବିଭିନ୍ନ ସ୍ଥାନରେ କରାଯାଉଛି । ଏହି କ୍ରମରେ କିଟ୍ କ୍ରିକେଟ ଷ୍ଟାଡିୟମ ଏହି ଫ୍ୟାନ ପାର୍କ ଆୟୋଜିତ ହେବ । ଆସନ୍ତା ୨୦ ଏବଂ ୨୧ ତାରିଖ ଦୁଇ ଦିନ ଚାଲିବ ଏହି IPL ଫ୍ୟାନ ପାର୍କ ।

ଆଇପିଏଲର ଲୋକପ୍ରିୟତାକୁ ଆଖି ଆଗରେ ରଖି ଏଭଳି ପରିକଳ୍ପନାକୁ କାର୍ଯ୍ୟକାରୀ କରିବାକୁ ଯାଉଛି ବିସିଆଇ । ୫୦ଟି ସହରରେ ଏଭଳି ଫ୍ୟାନ ପାର୍କ ଆୟୋଜିତ କରାଯାଉଥିବା ବେଳେ ଏକାଥରେ ଏହି ନିଆରା କାର୍ଯ୍ୟକ୍ରମ ଦ୍ୱାରା ୧୦ଲକ୍ଷରୁ ଊର୍ଦ୍ଧ୍ବ ପ୍ରଶଂସକ ଦେଖିପାରିବେ । ଏହି ପାର୍କର ମୂଳ ଲକ୍ଷ୍ୟ ହେଉଛି ବିନା ଦେୟରେ ବଡ଼ ପରଦାରେ କ୍ରିକେଟ ପ୍ରେମୀଙ୍କୁ ଆଇପିଏଲ ମ୍ୟାଚର ମଜା ପ୍ରଦାନ କରିବା । ଷ୍ଟାଡିୟମକୁ ନଯାଇ ମଧ୍ୟ କ୍ରୀଡା ପ୍ରେମୀ ଷ୍ଟାଡିୟମର ମଜା ପାଇ ପାରିବେ । ସବୁଠାରୁ ବଡ କଥା ହେଉଛି ସବୁ ବର୍ଗର କ୍ରିକେଟ ପ୍ରଶଂସକ ଗୋଟିଏ ଜାଗାରେ ବସି ଆଇପିଏଲକୁ ଉପଭୋଗ କରିବେ ।

ଏହା ମଧ୍ୟ ପଢନ୍ତୁ ...ଆଜି ଆଇପିଏଲରେ ଲକ୍ଷ୍ନୌକୁ ଭେଟିବ ଚେନ୍ନାଇ - IPL 2024

ଏହା ମଧ୍ୟ ପଢନ୍ତୁ ....ମୁମ୍ବାଇର ଘାତକ ବୋଲିଂରେ ଧରାଶାୟୀ ପଞ୍ଜାବ, 9 ରନରେ ହାରିଲା PBKS - IPL 2024

ତେବେ ଶନିବାର ଓ ରବିବାର ଦୁଇଦିନ ଏହି ଫ୍ୟାନ ପାର୍କ ଆୟୋଜିତ କରାଯାଉଥିବା ବେଳେ ଦିଲ୍ଲୀ ସହ ଏସଆରଚ୍ ହାଇଦ୍ରାବାଦ ଏବଂ କୋଲକାତା ସହ ବାଙ୍ଗାଲୋର ମୁକାବିଲା ହେବ । ଏହି ଦୁଇ ରୋମାଞ୍ଚକର ମ୍ୟାଚକୁ ଆଇପିଏଲର ପ୍ରଶଂସକମାନେ ଗୋଟିଏ ସ୍ଥାନରେ ଦେଖି ଉପଭୋଗ କରିବେ । ୨୦୧୭ରୁ କିଟ ବିଶ୍ୱବିଦ୍ୟାଳୟ ପରିସରରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଆସୁଛି । ଏହାସହ IPL ଫ୍ୟାନ ପାର୍କରେ ଯେଉଁ ଫ୍ୟାନ୍ସ ମାନେ ମ୍ୟାଚ ଦେଖିବାକୁ ଆସିବେ ସେମାନେ ମ୍ୟାଚ ସହ ବିଭିନ୍ନ ପ୍ରକାରର ମନୋରଞ୍ଜନ ଖେଳକୁଦର ମଧ୍ୟ ମଜା ନେଇ ପାରିବେ । ଏହା ସହ ବିଭିନ୍ନ ପ୍ରକାର ଖାଦ୍ୟ ପାନୀୟର ମଧ୍ୟ ମଜା ନେଇ ପାରିବେ ଦର୍ଶକ । ସେପଟେ ବିଶ୍ବରେ ଦିନକୁ ଦିନ ବଢିବାରେ ଲାଗିଛି IPL ଲୋକପ୍ରିୟତା । ଏହି କାର୍ଯ୍ୟକ୍ରମ ଦ୍ବାରା IPL ଲୋକଙ୍କ ପାଖରେ ବେଶ୍ ଆଦୃତ ହେବ ବୋଲି ସୂଚନା ମିଳିଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated :Apr 19, 2024, 11:10 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.