ETV Bharat / sports

ଟି20 ବିଶ୍ବକପ, ଏପ୍ରିଲ ଶେଷ ସପ୍ତାହରେ ଘୋଷଣା ହେବ ଭାରତୀୟ ଦଳ - T20 World Cup 2024

author img

By ETV Bharat Odisha Team

Published : Mar 31, 2024, 8:29 AM IST

Updated : Mar 31, 2024, 2:24 PM IST

T20 World Cup 2024
T20 World Cup 2024

T20 World Cup 2024: ଟି20 ବିଶ୍ବକପ ପାଇଁ ଖୁବଶୀଘ୍ର ଭାରତୀୟ ଦଳ ଘୋଷଣା ହେବ । ଏପ୍ରିଲ ଶେଷ ସପ୍ତାହରେ ଘୋଷଣା ହେବା ନେଇ ସୂଚନା । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଆସନ୍ତା ଜୁନରେ ଆମେରିକା ଓ ୱେଷ୍ଟଇଣ୍ଡିଜରେ ଖେଳାଯିବ ଟି20 ବିଶ୍ବକପ । ଏହି ଟୁର୍ଣ୍ଣାମେଣ୍ଟ ପାଇଁ ଖୁବଶୀଘ୍ର ଘୋଷଣା ହେବ ଭାରତୀୟ ଦଳ । ଆସନ୍ତା ମାସ ଏପ୍ରିଲ ଶେଷ ସପ୍ତାହରେ 15 ଜଣିଆ ଭାରତୀୟ ଦଳ ଘୋଷଣା ହେବ ବୋଲି ବିସିସିଆଇ ପକ୍ଷରୁ ସୂଚନା ଦିଆଯାଇଛି । ମେ 1 ତାରିଖକୁ ଦଳ ଘୋଷଣା କରିବାର ଶେଷ ତାରିଖ ଧାର୍ଯ୍ୟ କରିଛି ଆଇସିସି । ବର୍ତ୍ତମାନ ଦେଶରେ ଆଇପିଏଲ ମହାସମର ଚାଲିଥିବା ବେଳେ ଖେଳାଳିଙ୍କ ପ୍ରଦର୍ଶନ ଉପରେ ଚୟନ କମିଟି ନଜର ରଖିଛି । ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରୁଥିବା ପ୍ରତ୍ୟେକ ଦଳ ମେ 25 ତାରିଖ ମଧ୍ୟରେ ଖେଳାଳି ପରିବର୍ତ୍ତନ କରିପାରିବେ ।

ଏହା ମଧ୍ୟ ପଢନ୍ତୁ-ବାଜିଲା ଟି20 ବିଶ୍ବକପ୍‌ ବିଗୁଲ୍‌, ଏହିଦିନ ଖେଳିବେ ଭାରତ ଓ ପାକିସ୍ତାନ

ବିସିସିଆଇର ଜଣେ ବରିଷ୍ଠ ଅଧିକାରୀ ଗୋପନୀୟତା ସର୍ତ୍ତରେ ସୂଚନା ଦେଇ କହିଛନ୍ତି, 'ଏପ୍ରିଲ୍ ଶେଷ ସପ୍ତାହରେ ଭାରତୀୟ ଦଳ ଚୟନ କରାଯିବ ଏବଂ ଏହି ସମୟ ସୁଦ୍ଧା ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)ର ପ୍ରଥମ ଭାଗ ଶେଷ ହେବ । ଜାତୀୟ ଚୟନ କମିଟି ଖେଳାଳିଙ୍କ ପ୍ରଦର୍ଶନ ଓ ଫିଟନେସ୍ ଆକଳନ କରିବେ । ଆଇପିଏଲର ଲିଗ୍ ପର୍ଯ୍ୟାୟ ମେ 19ରେ ଶେଷ ହେବା ପରେ କ୍ରିକେଟରଙ୍କ ପ୍ରଥମ ବ୍ୟାଚ୍ ତୁରନ୍ତ ନ୍ୟୁୟର୍କ ଯାତ୍ରା କରିବେ । ଯେଉଁ ଖେଳାଳିଙ୍କ ଦଳ ଶେଷ ଚାରିଟି ମ୍ୟାଚ ପାଇଁ ଯୋଗ୍ୟତା ଅର୍ଜନ କରିଥିବେ ସେହି ଦଳର ସଦସ୍ୟ ଦ୍ବିତୀୟ ପର୍ଯ୍ୟାୟରେ ନ୍ୟୁୟର୍କ ଗସ୍ତ କରିବେ ।

ଏହା ମଧ୍ୟ ପଢନ୍ତୁ-ଭାରତୀୟ ଟିମକୁ ଝଟକା, ଆଇସିସି T20 ବିଶ୍ୱକପ ଖେଳିବେନି ଶାମି

ଆସନ୍ତା ଜୁନ 1ରୁ ଜୁନ 29 ମଧ୍ୟରେ ଖେଳାଯିବ ଟି20 ବିଶ୍ବକପ୍‌ 2024 । ପ୍ରଥମ ଥର ପାଇଁ ଆଇସିସି ଟୁର୍ଣ୍ଣାମେଣ୍ଟରେ 20ଟି ଦଳ ଅଂଶଗ୍ରହଣ କରିବେ । ଉଦଘାଟନୀ ମ୍ୟାଚ୍ ଆୟୋଜକ ଆମେରିକା ଓ କାନାଡ଼ା ମଧ୍ୟରେ ଖେଳାଯିବ । ଭାରତ ଏହାର ଅଭିଯାନ ଜୁନ 5 ତାରିଖରୁ ଆୟରଲାଣ୍ଡ ବିପକ୍ଷରେ ଆରମ୍ଭ କରିବ । ଭାଗ ନେଇଥିବା 20 ଦଳ ମଧ୍ୟରେ ମୋଟ 55ଟି ମ୍ୟାଚ୍‌ ଖେଳାଯିବ । ଏହାପରେ ଜୁନ 19ରୁ 24 ତାରିଖ ମଧ୍ୟରେ ସୁପର-8 ପର୍ଯ୍ୟାୟ ମ୍ୟାଚ୍‌ ଖେଳାଯିବ । ଏହି ପର୍ଯ୍ୟାୟରୁ ଯେଉଁ 4ଟି ଦଳ ସେମିରେ ପ୍ରବେଶ କରିବେ, ସେମାନଙ୍କ ମଧ୍ୟରେ ସେମିଫାଇନାଲ୍‌ 26 ଓ 27 ଜୁନରେ ଖେଳାଯିବ । ଶେଷରେ ଫାଇନାଲ୍‌ ମ୍ୟାଚ୍‌ ଜୁନ 29 ତାରିଖରେ ବାରବାଡୋସ୍‌ରେ ଖେଳାଯିବ ।

Last Updated :Mar 31, 2024, 2:24 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.