ETV Bharat / sports

ଖେଲୋ ଇଣ୍ଡିଆ ଖେଳାଳିଙ୍କ ପାଇଁ ମୋଦି ସରକାରଙ୍କ ଉପହାର, ଏଣିକି ବିଜେତାଙ୍କୁ ମିଳିବ ସରକାରୀ ଚାକିରି

author img

By ETV Bharat Odisha Team

Published : Mar 7, 2024, 9:04 AM IST

Khelo India
Khelo India

Khelo India Athletes: ଖେଲୋ ଇଣ୍ଡିଆ ଗେମ୍ସ ପଦକ ବିଜେତାଙ୍କୁ ମିଳିବ ସରକାରୀ ଚାକିରି । ସୂଚନା ଦେଲେ କେନ୍ଦ୍ର କ୍ରୀଡାମନ୍ତ୍ରୀ ଅନୁରାଗ ଠାକୁର । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: କ୍ରୀଡାବିତଙ୍କ ପାଇଁ ବଡ ଘୋଷଣା । ଏଣିକି ଖେଲୋ ଇଣ୍ଡିଆ ଗେମ୍ସ ପଦକ ବିଜେତାଙ୍କୁ ମିଳିବ ସରକାରୀ ଚାକିରି । କ୍ରୀଡାର ଉନ୍ନତି, ପ୍ରସାର ଓ ପ୍ରଚାର ପାଇଁ ଏପରି ନିଷ୍ପତ୍ତି ନିଆଯାଇଛି । ଏହା ଦ୍ବାରା କ୍ରୀଡା କ୍ଷେତ୍ରରେ ପ୍ରତିଭା ମାନେ ଏକାଧିକ ପଦକ ହାସଲ କରି ପାରିବେ ବୋଲି କହିଛନ୍ତି କେନ୍ଦ୍ର କ୍ରୀଡାମନ୍ତ୍ରୀ ଅନୁରାଗ ଠାକୁର । ଏକ୍ସ ହ୍ୟାଣ୍ଡେଲରେ ଅନୁରାଗ ଠାକୁର କହିଛନ୍ତି, ''କ୍ରୀଡାକୁ କ୍ୟାରିୟର ବିକଳ୍ପ ଭାବେ ଗ୍ରହଣ କରିବାକୁ ଏହି ନିଷ୍ପତ୍ତି ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ବାରା କ୍ରୀଡାର ଉନ୍ନତି ପାଇଁ ଆରମ୍ଭ ହୋଇଥିବା ଯୋଜନାର ଏହା ଅଂଶ ବିଶେଷ ।''

ଏହା ମଧ୍ୟ ପଢନ୍ତୁ-ଖେଲୋ ଇଣ୍ଡିଆ ପାରା ଗେମ୍ସ: 11 ପଦକ ସହ ସପ୍ତମ ସ୍ଥାନରେ ଓଡିଶା, ଭାର ଉତ୍ତୋଳନରେ ଚନ୍ଦନଙ୍କୁ ବ୍ରୋଞ୍ଜ

ମନ୍ତ୍ରୀ ଘୋଷଣା କରିଛନ୍ତି ଯେ, ପରର୍ସନାଲ ଏବଂ ଟ୍ରେନିଂ ଡିପାର୍ଟମେଣ୍ଟ କ୍ରୀଡ଼ା ମନ୍ତ୍ରଣାଳୟର ପରାମର୍ଶ କ୍ରମେ ସରକାରୀ ଚାକିରି ଖୋଜୁଥିବା କ୍ରୀଡ଼ାବିତଙ୍କ ଯୋଗ୍ୟତା ଅନୁଯାୟୀ ସଂଶୋଧନ କରିଛି । ଏହି ନିଷ୍ପତ୍ତି ଖେଲୋ ଇଣ୍ଡିଆ ଗେମ୍ସରେ ଯୁବ, ବିଶ୍ୱବିଦ୍ୟାଳୟ, ପାରା ଏବଂ ଶୀତକାଳୀନ ଖେଳରେ ପଦକ ହାସଲକାରୀ ସରକାରୀ ଚାକିରି ପାଇଁ ଯୋଗ୍ୟ ବିବେଚିତ ହେବେ । କେନ୍ଦ୍ର ସରକାରୀଙ୍କ ଏହି ପଦକ୍ଷେପରେ ପଞ୍ଜାବ ଏବଂ ହରିୟାଣାର କ୍ରୀଡାବିତ ଅଧିକ ଲାଭବାନ ହେବେ । କାରଣ ଏହି ଦୁଇ ରାଜ୍ୟରୁ ସର୍ବାଧିକ ସଂଖ୍ୟକ କ୍ରୀଡ଼ାବିତ୍ ଭାଗ ନିଅନ୍ତି ।

ଏହା ମଧ୍ୟ ପଢନ୍ତୁ-ମହିଳା ପ୍ରିମିୟର ଲିଗ: ଗୁଜୁରାଟର ପ୍ରଥମ ବିଜୟ, 19 ରନରେ ହାରିଲା RCB

କ୍ରୀଡାକୁ ପ୍ରୋତ୍ସାହିତ କରିବା ପାଇଁ ତଥା ଖେଳ ପ୍ରତି କିପରି ଛାତ୍ରଛାତ୍ରୀ ମାନେ ଅଧିକ ଧ୍ୟାନ ଦେବେ ଓ ଖେଳ ବିକାଶ ପାଇଁ 2018 ମସିହାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଦ୍ବାରା ଖେଲୋ ଇଣ୍ଡିଆ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ପ୍ରାୟ 4,000 କୋଟି ଟଙ୍କା ବ୍ୟୟରେ ଏହା ଆରମ୍ଭ ହୋଇଥିଲା । ଏହି ଯୋଜନା ଅଧିନରେ ଖେଲୋ ଇଣ୍ଡିଆ ୟୁଥ ଗେମ୍ସ, ୟୁନିଭର୍ସିଟି ଗେମ୍ସ ଓ ଓ୍ବିଣ୍ଟର ଗେମ୍ସର ଆୟୋଜନ କରାଯାଉଛି । ଏବେ ଠାରୁ ଖେଲୋ ଇଣ୍ଡିଆ ପାରା ଗେମ୍ସର ଆୟୋଜନ କରାଯାଇଛି । ଦେଶର ବିଭିନ୍ନ ରାଜ୍ୟରେ ଏହାର ଆୟୋଜନ କରାଯାଉଛି । କଲେଜ ଓ ସ୍କୁର ଛାତ୍ରଛାତ୍ରୀ ଏଥିରେ ଅଂଶ ଗ୍ରହଣ କରୁଛନ୍ତି । ଗତ ଫେବୃଆରୀରେ ଖେଲୋ ଇଣ୍ଟିଆ ୱିଣ୍ଟର ଗେମ୍ସ କାଶ୍ମୀରରେ ଆରମ୍ଭ ହୋଇଥିଲା । ଗତ ବର୍ଷ ଡିସେମ୍ବରରେ ନୂଆଦିଲ୍ଲୀରେ ଖେଲୋ ଇଣ୍ଡିଆ ପାରା ଗେମ୍ସ ଆୟୋଜନ କରାଯାଇଥିଲା। ଏଥିରେ ଓଡିଶାର କ୍ରୀଡାବିତ 11ରୁ ଅଧିକ ପଦକ ହାସଲ କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.