ETV Bharat / sports

ମହିଳା ପ୍ରିମିୟର ଲିଗ: ଗୁଜୁରାଟର ପ୍ରଥମ ବିଜୟ, 19 ରନରେ ହାରିଲା RCB

author img

By ETV Bharat Odisha Team

Published : Mar 7, 2024, 7:35 AM IST

WPL 2024: ଡବ୍ଲୁପିଏଲର 13 ତମ ମ୍ୟାଚରେ ଗୁଜୁରାଟ ଜିଆଣ୍ଟ୍ସର ବିଜୟ । ଆରସିବିକୁ ହରାଇ ପଏଣ୍ଟ ଟେବୁଲରେ ଖାତା ଖୋଲିଲା ଜିଆଣ୍ଟ୍ସ । ଅଧିକ ପଢନ୍ତୁ

WPL 2024
WPL 2024

ନୂଆଦିଲ୍ଲୀ: ମହିଳା ପ୍ରିମିୟର ଲିଗର ଚଳିତ ସଂସ୍କରଣରେ ଗୁଜୁରାଟ ଜିଆଣ୍ଟ୍ସର ପ୍ରଥମ ବିଜୟ । 19 ରନରେ ଆରସିବିକୁ ହରାଇ ପଏଣ୍ଟ ଟେବୁଲରେ ଖାତା ଖୋଲିବାକୁ ସମର୍ଥ ହୋଇଛି ଗୁଜୁରାଟ । କ୍ରମାଗତ 4ଟି ମ୍ୟାଚରେ ନୈରାଶ୍ୟ ଜନକ ପ୍ରଦର୍ଶନ ପରେ ଗୁଜୁରାଟ ଜିଆଣ୍ଟ୍ସ ପଞ୍ଚମ ମ୍ୟାଚରେ ବିଜୟୀ ହୋଇଛି । ବେଥ ମୋନି ଓ ଲୌରାଙ୍କ ଲଢୁଆ ବ୍ୟାଟିଂ । ଚଳିତ ସିଜିନରେ ଚତୁର୍ଥ ବିଜୟ ହାସଲ କରିବାରୁ ବଞ୍ଚିତ ହେଲା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ।

ଏହା ମଧ୍ୟ ପଢନ୍ତୁ-ଆଇପିଏଲ୍‌ ଖେଳିବେନି ଧୋନି ! ଫେସବୁକ୍‌ ପୋଷ୍ଟକୁ ନେଇ ବଢିଲା ସସପେନ୍ସ

ବୁଧବାର ସନ୍ଧ୍ୟା 7ଟା 30ରେ ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଗୁଜୁରାଟ ଜିଆଣ୍ଟ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ମ୍ୟାଚ ଖେଳାଯାଇଥିଲା । ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଗୁଜୁରାଟ । ଓପନିଂ ପାଇଁ ପଡିଆକୁ ଓହ୍ଲାଇଥିଲେ ଲୌରା ଓ ବେଥ ମୋନି । ଉଭୟ ପ୍ରଥମରୁ ବିସ୍ଫୋରକ ବ୍ୟାଟିଂ କରିଥିଲେ । ବିପକ୍ଷ ଦଳର ଗୋଟିଏ ପରେ ଗୋଟିଏ ବଲକୁ ଲଙ୍ଗ ସଟ ମାରି ପଡିଆ ବାହାରକୁ କରିଥିଲେ । ଉଭୟ ଅର୍ଦ୍ଧଶତକ ହାସଲ କରିବା ପରେ ଦଳୀୟ ସ୍କୋର 140 ରନ ହୋଇଥିବା ବେଳେ ଲୌରା 76 ରନ କରି ଆଉଟ ହୋଇଥିଲେ । କିନ୍ତୁ ଖେଳ ଶେଷ ପର୍ଯ୍ୟନ୍ତ ଅପରାଜିତ ରହି 85 ରନ କରିଥିଲେ ବେଥ ମୋନି । 20 ଓଭରରେ 5 ଓ୍ବିକେଟ ହରାଇ 199 ରନ କରିଥିଲା ଗୁଜୁରାଟ ।

ଏହା ମଧ୍ୟ ପଢନ୍ତୁ-ମହିଳା ପ୍ରିମିୟର ଲିଗ: 23 ରନରେ ୟୁପିକୁ ହରାଇ ତୃତୀୟ ବିଜୟ ହାସଲ କଲା RCB

ଏହାପରେ 200 ରନର ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିଲା ଆରସିବି । କିନ୍ତୁ ଦଳର କୌଣସି ବି ବ୍ୟାଟର 50 ରନ କରିବାକୁ ସମର୍ଥ ହୋଇନଥିଲେ । ଅଧିନାୟକ ସ୍ମୃତି ମନ୍ଧାନା ମାତ୍ର 16 ରନ କରି ପାଭିଲିୟନକୁ ଫେରିଥିବା ବେଳେ ମେଘନା 4 ରନରେ ଆଉଟ ହୋଇଥିଲେ । ପ୍ରଥମକୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା ଦଳ । ଅନ୍ୟମାନଙ୍କ ମଧ୍ୟରେ ଏଲିସା ପେରୀ 24, ସୋଫି 23, ରିଚା ଘୋଷ 30 ଓ ଜର୍ଜିଆ 48 ରନ କରିଥିଲେ ମଧ୍ୟ ବିଜୟ ରନ ହାସଲ କରିବାରେ ବିଫଳ ହୋଇଥିଲେ । 20 ଓଭରରେ ଦଳ 8 ଓ୍ବିକେଟ ହରାଇ 180 ରନ କରି ବିପକ୍ଷ ଦଳ ଠାରୁ ପରାଜିତ ହୋଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.