ETV Bharat / sports

ଖେଲୋ ଇଣ୍ଡିଆ ପାରା ଗେମ୍ସ: 11 ପଦକ ସହ ସପ୍ତମ ସ୍ଥାନରେ ଓଡିଶା, ଭାର ଉତ୍ତୋଳନରେ ଚନ୍ଦନଙ୍କୁ ବ୍ରୋଞ୍ଜ

author img

By ETV Bharat Odisha Team

Published : Dec 15, 2023, 10:18 AM IST

ଖେଲୋ ଇଣ୍ଡିଆ ପାରା ଗେମ୍ସ
Khelo India Para Games

Khelo India Para Games: ଦିଲ୍ଲୀରେ ଜାରି ରହିଥିବା ଖେଲୋ ଇଣ୍ଡିଆ ପାରା ଗେମ୍ସରେ ଭାର ଉତ୍ତୋଳନରେ ଚନ୍ଦନଙ୍କୁ ବ୍ରୋଞ୍ଜ । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ନୂଆଦିଲ୍ଲୀରେ ଜାରି ରହିଛି ଖେଲୋ ଇଣ୍ଡିଆ ପାରା ଗେମ୍ସ । ଗୋଟିଏ ପରେ ଗୋଟିଏ ପଦକ ହାସଲ କରିଚାଲିଛନ୍ତି ଓଡିଶା କ୍ରୀଡାବିତ୍‌ । ବର୍ତ୍ତମାନ ସୁଦ୍ଧା 11ଟି ପଦକ ହାସଲ କରିଛି ଓଡ଼ିଶା । ସେଥି ମଧ୍ୟରେ 6ଟି ସ୍ବର୍ଣ୍ଣ ରହିଥିବା ବେଳେ ଗୋଟିଏ ସିଲିଭର ଓ 4ଟି ବ୍ରୋଞ୍ଜ ପଦକ ରହିଛି । ପଞ୍ଚମ ଦିନରେ ଓଡ଼ିଶା କ୍ରୀଡାବିତ ଚନ୍ଦନ କୁମାର ବେହେରା ଭାର ଉତ୍ତୋଳନରେ ବ୍ରୋଞ୍ଜ ପଦକ ହାସଲ କରିଥିଲେ । ପୁରୁଷ 97 କିଲୋ ବର୍ଗରେ ସେ 144 କିଲୋ ଭାର ଉତ୍ତୋଳନ କରି ତୃତୀୟ ସ୍ଥାନରେ ରହିଥିଲେ । ପୂର୍ବରୁ ଭାର ଉତ୍ତୋଳନରେ ଗଦାଧର ସାହୁ ସ୍ବର୍ଣ୍ଣ ଓ ଚନ୍ଦନ ବ୍ରୋଞ୍ଜ୍‌ ପଦକ ହାସଲ କରିଥିଲେ । ଓଡ଼ିଶାର କ୍ରୀଡ଼ାବିତ୍‌ ବ୍ୟାଡମିଣ୍ଟନ, ଭାର ଉତ୍ତୋଳନ, ଲଙ୍ଗ୍‌ ଜମ୍ପ୍‌ ଓ ଦୌଡ଼ରେ ଭାଗ ନେଇଥିଲେ ।

ଏହା ମଧ୍ୟ ପଢନ୍ତୁ-ପୁରୁଷ ଜୁନିୟର ହକି ବିଶ୍ବକପ; ମଉଳିଲା ଭାରତର ଫଇନାଲ ଆଶା, ସେମିଫାଇନାଲରେ ଜର୍ମାନୀଠୁ ପରାସ୍ତ

ଆଥଲେଡ ଜୟନ୍ତୀ ବେହେରା 100 ମିଟର, 200 ମିଟର ଓ 400 ମିଟର ଦୌଡ଼ରେ 3ଟି ସ୍ବର୍ଣ୍ଣ ପଦକ ହାସଲ କରିଥିବା ବେଳେ ଲଙ୍ଗ୍‌ ଜମ୍ପ୍‌ରେ ସୁଚିତ୍ରା ପରିଡା ରୌପ୍ୟ ଓ ଜାଭେଲିନରେ ଜାତୀୟ ରେକର୍ଡ ହାସଲ ସହ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ । ସେହିପରି ଅର୍ଜୁନ ବାତ୍ରା 400 ମିଟରରେ ବ୍ରୋଞ୍ଜ, ମଙ୍ଗତ ହେମ୍ବ୍ରମ 100 ମିଟରରେ ବ୍ରୋଞ୍ଜ ହାସଲ କରିଥିଲେ । ପାରା ବ୍ୟାଡମିଣ୍ଟନରେ ଦୀପରଞ୍ଜନ ବିଶୋଇ ବ୍ରୋଞ୍ଜ ପଦକ ହାସଲ କରିଥିଲେ । ଓଡ଼ିଶାର କ୍ରୀଡାବିତ ଖେଲୋ ଇଣ୍ଡିଆ ପାରା ଗେମ୍ସରେ ଭାଗ ନେଇ ମୋଟ 11ଟି ପଦକ ହାସଲ କରି ଅଭିଯାନ ଶେଷ କରିଛନ୍ତି ।

ଗତ 10 ତାରିଖରେ ନୂଆଦିଲ୍ଲୀର କେ.ଡି. ଯାଦବ ଇଣ୍ଡୋର ହଲ୍‌‌ରେ ଖେଲୋ ଇଣ୍ଡିଆ ପାରା ଗେମ୍ସର ଉଦଘାଟନ କରିଥିଲେ କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁର । 32ଟି ରାଜ୍ୟ, କେନ୍ଦ୍ରଶାସିତ ଅଞ୍ଚଳ ଓ କ୍ରୀଡ଼ା ସଂଗଠନର 1400ରୁ ଅଧିକ କ୍ରୀଡ଼ାବିତ୍‌‌ ଭାଗ ନେଇଛନ୍ତି । ଚଳିତ ମାସ 17 ତାରିଖ ପର୍ଯ୍ୟନ୍ତ ଏହି ପ୍ରତିଯୋଗିତା ଜାରି ରହିବ । ବର୍ତ୍ତମାନ ସୁଦ୍ଧା ଖେଳାଯାଇଥିବା ଇଭେଣ୍ଟରେ ହରିୟାଣାର କ୍ରୀଡ଼ାବିତ ସର୍ବାଧିକ ପଦକ ହାସଲ କରି ପ୍ରଥମ ସ୍ଥାନରେ ରହିଛନ୍ତି । ହରିୟାଣା 34ଟି ସ୍ବର୍ଣ୍ଣ ପଦକ ହାସଲ କରିଥିବା ବେଳେ 30ଟି ସିଲଭର୍‌ ଓ 18ଟି ବ୍ରୋଞ୍ଜ ପଦକ ହାସଲ କରିଛି । ମୋଟ ପଦକ ସଂଖ୍ୟା 88 ରହିଛି । ସେହିପରି ପଦକ ହାସଲ କରିବାରେ ଉତ୍ତରପ୍ରଦେଶ ଦ୍ବିତୀୟ, ତାମିଲନାଡୁ ତୃତୀୟ ଓ ଓଡ଼ିଶା 10ମ ସ୍ଥାନରେ ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.