ETV Bharat / sports

ଆଇପିଏଲରେ ଆଜି ଚେନ୍ନାଇ-କୋଲକାତା ଫାଇଟ - IPL 2024

author img

By ETV Bharat Odisha Team

Published : Apr 8, 2024, 3:34 PM IST

CSK vs KKR
CSK vs KKR

IPL 2024: ଆଇପିଏଲରେ ଆଜି ସିଏସକେ ଓ କେକେଆର ମଧ୍ୟରେ ହେବ ମୁକାବିଲା । ବିଜୟ ଧାରାକୁ ଫେରିବା ଲକ୍ଷ୍ୟରେ ଚେନ୍ନାଇ । ଅଧିକ ପଢନ୍ତୁ

ଚେନ୍ନାଇ: ଆଇପିଏଲର 17 ତମ ସଂସ୍କରଣରେ ଆଜି ରହିଛି 22 ତମ ମୁକାବିଲା । ମୁହାଁମୁହିଁ ହେବେ ଚେନ୍ନାଇ ସୁପର କିଙ୍ଗ୍ସ ଓ କୋଲକାତା ନାଇଟ ରାଇଡର୍ସ । ବିଜୟ ଲକ୍ଷ୍ୟ ରଖି ପଡିଆକୁ ଓହ୍ଲାଇବେ ଦୁଇ ଦଳ । ଚେନ୍ନାଇ ତୃତୀୟ ହାସଲ ଲକ୍ଷ୍ୟରେ ପଡିଆକୁ ଓହ୍ଲାଇବାକୁ ପୁରା ପ୍ରସ୍ତୁତ । ସେପଟେ ଲଗାତାର 3ଟି ମ୍ୟାଚରେ ଜିତିଥିବାରୁ ଆଜିର ମ୍ୟାଚ ପାଇଁ କୋଲକାତାର ମନୋବଳ ଦୃଢ ରହିଛି । ଦୁଇ ଦଳ ମଧ୍ୟରେ ଆଜି ଏକ ରୋମାଞ୍ଚକର ମୁକାବିଲା ଦେଖିବାକୁ ମିଳିବ ।

ଏହା ମଧ୍ୟ ପଢନ୍ତୁ-ଫଟାଫଟ୍ କ୍ରିକେଟରେ ବିରଳ ରେକର୍ଡ, ୧୫୦ ମ୍ୟାଚ ଜିତି କୀର୍ତ୍ତିମାନ ସ୍ଥାପନ କଲା ଏହି ଦଳ - Mumbai Indians Records

ସନ୍ଧ୍ୟା 7ଟା 30ରେ ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଚେନ୍ନାଇ ସୁପର କିଙ୍ଗ୍ସ ଓ କୋଲକାତା ନାଇଟ ରାଇଡର୍ସ ମଧ୍ୟରେ ମ୍ୟାଚ ଖେଳାଯିବ । ଘରୋଇ ଗ୍ରାଉଣ୍ଡରେ ପୂର୍ବରୁ 2ଟି ମ୍ୟାଚ ଖେଳି ଚେନ୍ନାଇ ବିଜୟୀ ହୋଇଥିଲା । ତେଣୁ ଆଜିର ମ୍ୟାଚରେ ମଧ୍ୟ ଦଳ ବିଜୟୀ ହେବ ବୋଲି ଆଶା ରଖିଛି। ଅନ୍ୟ ଦୁଇଟି ମ୍ୟାଚ ଅଲଗା ଷ୍ଟାଡିୟମରେ ଖେଳାଯାଇଥିବା ବେଳେ ଦଳ ହାରିଥିଲା । ତେଣୁ ଆଜି ବିଜୟ ଧାରାକୁ ଫେରିବାକୁ ଦଳ ଉଦ୍ୟମ କରିବ । ତୃତୀୟ ବିଜୟ ଲକ୍ଷ୍ୟରେ ରହିଛି ଚେନ୍ନାଇ ।

ଅନ୍ୟପଟେ କୋଲକାତା ନାଇଟ ରାଇଡର୍ସ ଚଳିତ ସିଜିନରେ ବର୍ତ୍ତମାନ ପର୍ଯ୍ୟନ୍ତ ଭଲ ସ୍ଥିତିରେ ରହିଛି । ଦଳ ମୋଟ 3ଟି ମ୍ୟାଚ ଖେଳି ହ୍ୟାଟ୍ରିକ ବିଜୟ ହାସଲ କରିଛି । ତେଣୁ ଚତୁର୍ଥ ମ୍ୟାଚରେ ମଧ୍ୟ ବିଜୟୀ ହେବ ବୋଲି ଆଶାବାଦୀ । ଉଭୟ ବ୍ୟାଟିଂ ବୋଲିଂରେ ଖେଳାଳି ମାନେ ଭଲ ପ୍ରଦର୍ଶନ ଜାରି ରଖିଛନ୍ତି । ଚିପକ ଷ୍ଟାଡୟମରେ ଋତୁରାଜ ଓ ଶ୍ରେୟସ ଆୟରଙ୍କ ଟିମ ମଧ୍ୟରେ ଜୋରଦାର ଫାଇଟ ଦେଖିବାକୁ ମିଳିବ ।

ଏହା ମଧ୍ୟ ପଢନ୍ତୁ-ୟସ ଠାକୁରଙ୍କ ଘାତକ ବୋଲିଂ, 33 ରନରେ ହାରିଲା ଗୁଜୁରାଟ - IPL 2024

ଯଦି ପୂର୍ବ ରେକର୍ଡ ଦେଖାଯାଏ ତେବେ ଆଜି ଚେନ୍ନାଇର ପଲ୍ଲା ଭାରି ରହିବ ବୋଲି ଅନୁମାନ କରାଯାଉଛି । ଆଇପିଏଲରେ ଏହି ଦୁଇ ଦଳ ମଧ୍ୟରେ 29 ଥର ମ୍ୟାଚ ଖେଳାଯାଇଛି । 18ଟିରେ ଚେନ୍ନାଇ ବିଜୟୀ ହୋଇଥିବା ବେଳେ 10ଟିରେ କୋଲକାତା ବିଜୟୀ ହୋଇଛି । ଚିପକ ଷ୍ଟାଡିୟମରେ ଏହି ଦଳ ମଧ୍ୟରେ 13 ଥର ମୁକାବିଲା ହୋଇଥିବା ବେଳେ ସିଏସକେ 9 ଥର ବାଜି ମାରିଛି । ତେଣୁ ସିଏସକେ ପଲ୍ଲା ଆଜି ଭାରି ରହିପାରେ । କିନ୍ତୁ ଚଳିତ ସିଜିନରେ କୋଲକାତାର ପ୍ରଦର୍ଶନ ଭଲ ଥିବାରୁ ବିଜୟକୁ ଏଡାଇ ଦିଆଯାଇପାରିବନି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.