ETV Bharat / sports

ୟସ ଠାକୁରଙ୍କ ଘାତକ ବୋଲିଂ, 33 ରନରେ ହାରିଲା ଗୁଜୁରାଟ - IPL 2024

author img

By ETV Bharat Odisha Team

Published : Apr 8, 2024, 7:17 AM IST

IPL 2024: ଗୁଜୁରାଟ ଟାଇଟନ୍ସକୁ 33 ରନରେ ହରାଇଲା ଲକ୍ଷ୍ନୌ । 5ଟି ଓ୍ବିକେଟ ନେଇ ମ୍ୟାନ ଅଫ ଦ ମ୍ୟାଚ ବିବେଚିତ ହେଲେ ୟସ ଠାକୁର । ଅଧିକ ପଢନ୍ତୁ

IPL 2024
IPL 2024

ଲକ୍ଷ୍ନୌ: ଚଳିତ ଆଇପିଏଲର 21 ତମ ମ୍ୟାଚରେ ଲକ୍ଷ୍ନୌ ସୁପର ଜିଆଣ୍ଟ୍ସର ବିଜୟ । 33 ରନରେ ଗୁଜୁରାଟ ଟାଇଟନ୍ସକୁ ହରାଇଲା ଏଲଏସଜି । ଲକ୍ଷ୍ନୌ ବୋଲରଙ୍କ ଜାଲରେ ଫସିଲେ ଗୁଜୁରାଟ ବ୍ୟାଟର । ଚଳିତ ସିଜିନରେ ତୃତୀୟ ପରାଜୟ ସହ ପଏଣ୍ଟ ଟେବୁଲର ତୃତୀୟ ସ୍ଥାନରେ ଲକ୍ଷ୍ନୌ । ତୃତୀୟ ପରାଜୟ ସହ ପଏଣ୍ଟ ଟେବୁଲର ସପ୍ତମ ସ୍ଥାନରେ ଗିଲଙ୍କ ବାହିନୀ । ମାର୍କସ ଷ୍ଟେନିସଙ୍କ ଲଢୁଆ ଅର୍ଦ୍ଧଶତକ । 3.5 ଓଭରରେ 30 ରନ ଦେଇ 5 ଓ୍ବିକେଟ ନେଇଥିବାରୁ ୟସ ଠାକୁର ମ୍ୟାନ ଅଫ ଦ ମ୍ୟାଚ ବିବେଚିତ ।

ଲକ୍ଷ୍ମୌର ଏକନା ଷ୍ଟାଡିୟମରେ ରବିବାର ସନ୍ଧ୍ୟା 7ଟା 30ରେ ଘରୋଇ ଦଳ ଓ ଗୁଜୁରାଟ ଟାଇଟନ୍ସ ମଧ୍ୟରେ ମ୍ୟାଚ ଖେଳାଯାଇଥିଲା । ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଲକ୍ଷ୍ନୌ । ନିର୍ଦ୍ଧାରିତ ଓଭରରେ ଦଳ 5 ଓ୍ବିକେଟ ହରାଇ 163 ରନ କରିଥିଲା ଏଲଏସଜି । ଦଳ ପକ୍ଷରୁ ମାର୍କ୍ୟୁସ 58, କେଏଲ ରାହୁଲ 33 ଓ ନିକୋଲାସ ପୁରନ ଅପରାଜିତ 32 ରନ କରିଥିଲେ । ଗୁଜୁରାଟ ପକ୍ଷରୁ ଉମେଶ ଯାଦବ 2, ଦର୍ଶନ 2 ଓ ରଶିଦ ଖାନ ଗୋଟିଏ ଓ୍ବିକେଟ ନେଇଥିଲେ ।

ଏହା ମଧ୍ୟ ପଢନ୍ତୁ-ୱାଙ୍ଖଡେରେ ଖାତା ଖୋଲିଲା ମୁମ୍ବାଇ, ଦିଲ୍ଲୀକୁ ୨୯ ରନରେ ଦେଲା ମାତ୍‌ - IPL 2024

ଏହାପରେ 164 ରନର ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିଲା ଗୁଜୁରାଟ । କିନ୍ତୁ ଲକ୍ଷ୍ନୌ ବୋଲରଙ୍କ ବୋଲିଂରେ ଧରାୟଶାୟୀ ହୋଇଥଲା ଦଳ । ଗୋଟିଏ ଓଭର ବାକି ଥାଇ ଗୁଜୁରାଟ ସମସ୍ତ ଓ୍ବିକେଟ ହରାଇ 130 ରନରେ ଅଟକିଥିଲା । ସାଇ ସୁଦର୍ଶନ 21, ରାହୁଲ 30 ଓ ଗିଲ ସର୍ବାଧିକ 19 ରନ କରିଥିଲେ । ଆଉ କୌଣସିବି ବ୍ୟାଟର ଦୁଇ ଅଙ୍କ ରନ କରିବାକୁ ସକ୍ଷମ ହୋଇନଥିଲେ । ଲକ୍ଷ୍ନୌ ବୋଲରଙ୍କ ଆଗରେ ଚାଲିପାରିନଥିଲା ଜିଟି ବ୍ୟାଟରଙ୍କ ବ୍ୟାଟ । ଆଇପିଏଲ ସିଜିନ 17ରରେ ପ୍ରଥମ ବୋଲର ଭାବେ ଯଶ ଠାକୁର ଗୋଟିଏ ମ୍ୟାଚରେ ସର୍ବାଧିକ 5ଟି ଓ୍ବିକେଟ ନେଇଥିଲେ । ସେହିପରି କୃନାଲ ପାଣ୍ଡ୍ୟା 3 ଓ ରବି ବିଶୋଇ ଗୋଟିଏ ଓ୍ବିକେଟ ନେଇ ଦଳକୁ ବିଜୟୀ କରାଇଥିଲେ । ଗତକାଲି ଅପରାହ୍ନରେ ଖେଳାଯାଇଥିବା ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସକୁ ହରାଇଥିଲା ମୁମ୍ବାଇ ଇଣ୍ଡିଆନ୍ସ । ଏହି ମ୍ୟାଚ୍‌କୁ 29 ରନରେ ଜିତି ଚଳିତ ସିଜିନର ପ୍ରଥମ ବିଜୟ ହାସଲ କରିଥିଲା ଏମଆଇ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.