ETV Bharat / sports

ଫଟାଫଟ୍ କ୍ରିକେଟରେ ବିରଳ ରେକର୍ଡ, ୧୫୦ ମ୍ୟାଚ ଜିତି କୀର୍ତ୍ତିମାନ ସ୍ଥାପନ କଲା ଏହି ଦଳ - Mumbai Indians Records

author img

By ETV Bharat Odisha Team

Published : Apr 8, 2024, 1:22 PM IST

Mumbai Indians Records: ଫଟାଫଟ କ୍ରିକେଟରେ ସର୍ବାଧିକ ମ୍ୟାଚ ଜିତିବାରେ ଆଗରେ ମୁମ୍ବାଇ ଇଣ୍ଡିଆନ୍ସ । ଓ୍ବାଙ୍ଖଡେ ଷ୍ଟାଡିୟମରେ 150 ତମ ବିଜୟ ହାସଲ କଲା ଦଳ । ଅଧିକ ପଢନ୍ତୁ

Mumbai Indians
Mumbai Indians

ମୁମ୍ବାଇ: ଓ୍ବାଙ୍ଖଡେ ଷ୍ଟାଡିୟମରେ ଇତିହାସ ରଚିଲା ଆଇପିଏଲରେ ପାଞ୍ଚ ଥର ଟ୍ରଫି ହାତେଇଥିବା ମୁମ୍ବାଇ ଇଣ୍ଡିଆନ୍ସ । ଟି 20 ଟୁର୍ଣ୍ଣାମେଣ୍ଟରେ 150 ତମ ବିଜୟ ହାସଲ କଲା ମୁମ୍ବାଇ ଟିମ । ଦିଲ୍ଲୀ ବିପକ୍ଷ ମ୍ୟାଚରେ ଏହି ରେକର୍ଡ କରିଛି ଏମଆଇ ଟିମ । ଯାହା ଟି ଟ୍ବେଣ୍ଟି ଇତିହାସରେ ପ୍ରଥମ । ଅନ୍ୟ କୌଣସି ବି ଦଳ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ରେକର୍ଡ ହାସଲ କରିପାରିନାହାନ୍ତି । ସେହିପରି ଆଇପିଏଲରେ ଗୋଟିଏ ଷ୍ଟାଡିୟମରେ ସର୍ବାଧିକ ମ୍ୟାଚ ଜିତିବାରେ ରେକର୍ଡ କରିଛି ଏମଆଇ ।

ଏହା ମଧ୍ୟ ପଢନ୍ତୁ-ୟସ ଠାକୁରଙ୍କ ଘାତକ ବୋଲିଂ, 33 ରନରେ ହାରିଲା ଗୁଜୁରାଟ - IPL 2024

ଟି 20 ରେ ସର୍ବାଧିକ ମ୍ୟାଚ ଜିତିବାରେ ସବୁଠାରୁ ଆଗରେ ରହିଛି ମୁମ୍ବାଇ ଇଣ୍ଡିଆନ୍ସ । ବର୍ତ୍ତମାନ ସୁଦ୍ଧା ଇଣ୍ଡିଆନ ପ୍ରିମିୟର ଲିଗରେ ମୋଟ 275ଟି ମ୍ୟାଚ ଖେଳି ସାରିଛି ମୁମ୍ବାଇ । ସେଥି ମଧ୍ୟରୁ 150ଟିରେ ବିଜୟୀ ହୋଇଥିବା ବେଳେ 117ଟିରେ ପରାଜିତ ହୋଇଛି ଏମଆଇ । 2ଟି ମ୍ୟାଚରେ କୌଣସି ଫଳାଫଳ ଆସିନାହିଁ । ସୁପର ଓଭରରେ ଦୁଇଟି ମ୍ୟାଚରେ ହାରିଛି ଓ 2ଟି ମ୍ୟାଚରେ ଜିତିଛି ମୁମ୍ବାଇ । ଏହି ତାଲିକାର ଦ୍ବିତୀୟ ସ୍ଥାନରେ ରହିଛି ଚେନ୍ନାଇ ସୁପର କିଙ୍ଗ୍ସ । ଟି 20ରେ ମୋଟ 253ଟି ମ୍ୟାଚ ଖେଳି 148ରେ ବିଜୟ ଓ 101ଟି ମ୍ୟାଚରେ ଦଳ ପରାଜିତ ହୋଇଛି । ଦୁଇଟି ମ୍ୟାଚର ଫଳାଫଳ ଆସିନାହିଁ । ସୁପର ଓଭରରେ ଦଳ 2ଟି ମ୍ୟାଚରେ ପରାଜିତ ହୋଇଛି । ତାଲିକାର ତୃତୀୟ ସ୍ଥାନରେ ରହିଛି ଭାରତୀୟ ଟିମ । ଭାରତୀୟ ଦଳ 219ଟି ଟି 20 ମ୍ୟାଚ ଖେଳି 140ଟିରେ ବିଜୟୀ ହୋଇଛି । 6ଟି ମ୍ୟାଚର ଫଳାଫଳ ଆସିନାହିଁ । ଗୋଟିଏ ମ୍ୟାଚ ଟାଇରେ ଶେଷ ହୋଇଛି । 68ଟି ମ୍ୟାରେ ଦଳ ପରାଜିତ ହୋଇଛି । ଚାରୋଟି ସୁପ ଓଭର ମ୍ୟାଚରେ ଦଳ ବିଜୟୀ ହୋଇଛି ।

ଏହା ମଧ୍ୟ ପଢନ୍ତୁ-ୱାଙ୍ଖଡେରେ ଖାତା ଖୋଲିଲା ମୁମ୍ବାଇ, ଦିଲ୍ଲୀକୁ ୨୯ ରନରେ ଦେଲା ମାତ୍‌ - IPL 2024

ଗୋଟିଏ ଷ୍ଟାଡିୟମରେ ସର୍ବାଧିକ ମ୍ୟାଚ ଜିତିଛି ମୁମ୍ବାଇ: ଓ୍ବାଙ୍ଖଡେ ଷ୍ଟାଡିୟମରେ ଦଳ ସର୍ବାଧିକ 50ଟି ମ୍ୟାଚ ଜିତିଛି । ଏହି ତାଲିକାର ଦ୍ବିତୀୟ ସ୍ଥାନରେ ରହିଛି କୋଲକତା । ଘରୋଇ ଷ୍ଟାଡିୟମରେ ଦଳ ସର୍ବାଧିକ 48ଟି ମ୍ୟାଚ ଜିତିଛି । ଚିପକ ଷ୍ଟାଡିୟମରେ ଚେନ୍ନାଇ ସୁପର କିଙ୍ଗସ 74ଟି ମ୍ୟାଚରେ ବିଜୟୀ ହୋଇଛି । ଚଳିତ ଆଇପିଏଲ ସିଜିନରେ ମୁମ୍ବାଇ ଆରମ୍ଭରୁ ନୈରାଶ୍ୟ ଜନକ ପ୍ରଦର୍ଶନ ଜାରି ରଖିଥିଲା । ଗତକାଲି ମୁମ୍ବାଇ ବିପକ୍ଷ ମ୍ୟାଚରେ ଦଳ ପ୍ରଥମ ବିଜୟ ହାଲ କରିଛି । 234 ରନର ବିଶାଳ ସ୍କୋର କରି 29 ରନରେ ଦିଲ୍ଲୀକୁ ପରାସ୍ତ କରି ପଏଣ୍ଟ ଟେବୁଲରେ ଖାତା ଖୋଲିଥିଲା ମୁମ୍ବାଇ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.