ETV Bharat / sports

ଭାରତ ବନାମ ଇଂଲଣ୍ଡ: 420 ରନରେ ଦ୍ବିତୀୟ ଇନିଂସ ଶେଷ କଲା ଇଂଲଣ୍ଡ, ଟିମ ଇଣ୍ଡିଆକୁ 231 ରନର ବିଜୟ ଲକ୍ଷ୍ୟ

author img

By ETV Bharat Odisha Team

Published : Jan 28, 2024, 12:34 PM IST

ଭାରତ ବନାମ ଇଂଲଣ୍ଡ
ind vs eng test match

India vs England 1st Test Day 4: 196 ରନର ଦମଦାର ଇନିଂସ ଖେଳିଲେ ଓଲି ପୋପ । 420 ରନରେ ଅଲଆଉଟ ହୋଇ ଦ୍ବିତୀୟ ଇନିଂସ ଶେଷ କଲା ଇଂଲଣ୍ଡ । ଟିମ ଇଣ୍ଡିଆକୁ 231 ରନର ବିଜୟ ଲକ୍ଷ୍ୟ । ଅଧିକ ପଢନ୍ତୁ

ହାଇଦ୍ରାବାଦ: ହାଇଦ୍ରାବାଦରେ ଖେଳାଯାଉଥିବା ଭାରତ-ଇଂଲଣ୍ଡ ଟେଷ୍ଟ ମ୍ୟାଚର ଆଜି ଚତୁର୍ଥ ଦିନ । 420 ରନରେ ଅଲଆଉଟ ହୋଇ ଦ୍ବିତୀୟ ଇନିଂସ ଶେଷ କଲା ଇଂଲଣ୍ଡ ଦଳ । 196 ରନର ଦମଦାର ଇନିଂସ ଖେଳିଲେ ଓଲି ପୋପ । ଟିମ ଇଣ୍ଡିଆକୁ 231 ରନର ବିଜୟ ଲକ୍ଷ୍ୟ ଦେଲା ଇଂଲଣ୍ଡ । ଦ୍ବିତୀୟ ଇନିଂସରେ ବୁମରା 4ଟି ଓ୍ବିକେଟ ନେଇଥିବା ବେଳେ ଅଶ୍ବିନ 3 ଓ ଜାଡେଜା 2ଟି ଓ୍ବିକେଟ ଅକ୍ତିଆର କରିଥିଲେ ।

ଏହା ମଧ୍ୟ ପଢନ୍ତୁ-ରନ ପାଇଁ ସଂଘର୍ଷ କରୁଛନ୍ତି ଗିଲ, ଆଉ କେତେ ମିଳିବ ସୁଯୋଗ ?

ଇଂଲଣ୍ଡର ଦ୍ବିତୀୟ ପାଳି: ଟେଷ୍ଟ ମ୍ୟାଚର ତୃତୀୟ ଦିନରେ ଭାରତ 436 ରନରେ ପ୍ରଥମ ଇନିଂସ ଶେଷ କରିବା ପରେ ଦ୍ବିତୀୟ ଇନିଂସ ଆରମ୍ଭ କରିଥିଲା ଇଂଲଣ୍ଡ । ଖେଳ ଶେଷ ସୁଦ୍ଧା ଦଳ 6 ୱିକେଟ ହରାଇ 316 ରନ କରି 126 ରନରେ ଲିଡ କରିଥିଲା । ଆଜି ସକାଳ ସମୟରେ ପୁଣି ଥରେ ମ୍ୟାଚ ଆରମ୍ଭ ହୋଇଥିଲା । 148 ରନରେ ଅପରାଜିତ ଥିବା ଓଲି ପୋପ୍‌ ଓ ରେହାନ ଅହମ୍ମଦ ଆଜି ପୁଣି ଥରେ ପାଳି ଆରମ୍ଭ କରିଥିଲେ । ଦଳୀୟ ସ୍କୋର 339 ହୋଇଥିବା ବେଳେ ଦଳର ସପ୍ତମ ଓ୍ବିକେଟ ନେଇଥିଲେ ବୁମରା । କିନ୍ତୁ ଆକ୍ରମଣାତ୍ମକ ବ୍ୟାଟିଂ ଜାରି ରଖିଥିବା ଓଲି ପୋପଙ୍କୁ ଅଟକାଇବା ଭାରତୀୟ ବୋଲରଙ୍କୁ ସହଜ ହୋଇନଥିଲା । 419ରେ ଦଳର ଅଷ୍ଟମ ଓ୍ବିକେଟ ନେଇଥିଲେ ଅଶ୍ବିନୀ । ପରେ 196 ରନରେ ବୁମରାଙ୍କ ବଲରେ ବୋଲ୍ଡ ହୋଇଥିଲେ ପୋପ । ଦଳ ସମସ୍ତ ଓ୍ବିକେଟ ହରାଇ 420 ରନ କରି 230 ରନରେ ଆଗୁଆ ରହିଛି । ବିଜୟୀ ହେବା ପାଇଁ ଟିମ ଇଣ୍ଡିଆକୁ 231 ରନର ଆବଶ୍ୟକତା ରହିଛି ।

ଏହା ମଧ୍ୟ ପଢନ୍ତୁ-ଭାରତ ବନାମ ଇଂଲଣ୍ଡ: ଓଲି ପୋପ୍‌ଙ୍କ ଧୈର୍ଯ୍ୟପୂର୍ଣ୍ଣ ଶତକ, ୧୨୬ ରନରେ ଆଗୁଆ ଇଂଲଣ୍ଡ

ଭାରତ ଏବେ ଦ୍ବିତୀୟ ପାଳି ଆରମ୍ଭ କରିଛି । ରୋହିତ ଶର୍ମା ଓ ଜଶ୍ବାଲ ଓପନିଂ ଯୋଡି ବାବେ ପଡିଆକୁ ଓହ୍ଳାଇଛନ୍ତି । 3 ଓଭରରେ କୌଣସି ଓ୍ବିକେଟ ନହରାଇ ଦଳୀୟ ସ୍କୋର 17 ରହିଛି । ପ୍ରଥମ ଟେଷ୍ଟ ମ୍ୟାଚକୁ ନିଜ ସପକ୍ଷରେ କରିବା ପାଇଁ ଟିମ ଇଣ୍ଡିଆକୁ 214 ରନର ଆବଶ୍ୟକତା ରହିଛି । ଆରମ୍ଭରୁ ଆକ୍ରମଣାତ୍ମକ ବ୍ୟାଟିଂ ଆରମ୍ଭ କରିଛନ୍ତି ଅଧିନାୟକ ରୋହିତ ଶର୍ମା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.