ETV Bharat / sports

ଭାରତ ବନାମ ଇଂଲଣ୍ଡ: ଓଲି ପୋପ୍‌ଙ୍କ ଧୈର୍ଯ୍ୟପୂର୍ଣ୍ଣ ଶତକ, ୧୨୬ ରନରେ ଆଗୁଆ ଇଂଲଣ୍ଡ

author img

By ETV Bharat Odisha Team

Published : Jan 27, 2024, 6:08 PM IST

Updated : Jan 27, 2024, 6:45 PM IST

ଭାରତ ବନାମ ଇଂଲଣ୍ଡ
ଭାରତ ବନାମ ଇଂଲଣ୍ଡ

IND vs ENG 1st Test Day 3 Stumps: ଭାରତ ଓ ଇଂଲଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟର ୩ୟ ଦିନ ଖେଳ ଶେଷ ହୋଇଛି । ଶନିବାର ଖେଳ ଶେଷ ସୁଦ୍ଧା ୬ ୱିକେଟ୍‌ ହରାଇ ଇଂଲଣ୍ଡ ୩୧୬ ରନ କରିଛି । ଏହା ସହିତ ଘରୋଇ ଦଳଟୁ ଏବେ ୧୨୬ ରନ ଆଗୁଆ ହୋଇଛି ଭ୍ରମଣକରୀ ଦଳ । ଅଧିକ ପଢ଼ନ୍ତୁ...

ହାଇଦ୍ରାବାଦ: ଭାରତ ଓ ଇଂଲଣ୍ଡ ମଧ୍ୟରେ ହାଇଦ୍ରାବାଦରେ ଖେଳାଯାଉଥିବା ପ୍ରଥମ ଟେଷ୍ଟର ତୃତୀୟ ଦିନର ଖେଳ ଶେଷ ହୋଇଛି । ଆଜି ଆରମ୍ଭରୁ ଭାରତ ୪୩୬ରେ ଅଲ୍‌ଆଉଟ୍‌ ହେବାପରେ ୧୯୦ ରନ ଲିଡ୍‌ରେ ରହିଥିଲା । ଏହାପରେ ଦ୍ବିତୀୟ ପାଳି ବ୍ୟାଟିଂ ଆରମ୍ଭ କରି ଆଜି ଖେଳ ଶେଷ ସୁଦ୍ଧା ୬ ୱିକେଟ ହରାଇ ୩୧୬ ରନ କରିଛି ଭ୍ରମଣକାରୀ ଦଳ । ଏହା ସହିତ ଏପର୍ଯ୍ୟନ୍ତ ୧୨୬ ରନରେ ଆଗୁଆ ରହିଛି ଇଂଲଣ୍ଡ ।

ହାଇଦ୍ରାବାଦ: ଭାରତ ଓ ଇଂଲଣ୍ଡ ମଧ୍ୟରେ ହାଇଦ୍ରାବାଦରେ ଖେଳାଯାଉଥିବା ପ୍ରଥମ ଟେଷ୍ଟର ତୃତୀୟ ଦିନର ଖେଳ ଶେଷ ହୋଇଛି । ଆଜି ଆରମ୍ଭରୁ ଭାରତ ୪୩୬ରେ ଅଲ୍‌ଆଉଟ୍‌ ହେବାପରେ ୧୯୦ ରନ ଲିଡ୍‌ରେ ରହିଥିଲା । ଏହାପରେ ଦ୍ବିତୀୟ ପାଳି ବ୍ୟାଟିଂ ଆରମ୍ଭ କରି ଆଜି ଖେଳ ଶେଷ ସୁଦ୍ଧା ୬ ୱିକେଟ ହରାଇ ୩୧୬ ରନ କରିଛି ଭ୍ରମଣକାରୀ ଦଳ । ଏହା ସହିତ ଏପର୍ଯ୍ୟନ୍ତ ୧୨୬ ରନରେ ଆଗୁଆ ରହିଛି ଇଂଲଣ୍ଡ ।

ହାଇଦ୍ରାବାଦର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଖେଳାଯାଉଛି ଭାରତ ଓ ଇଂଲଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ୍‌ । ଗତକାଲି (୨ୟ ଦିନ) ଖେଳ ଶେଷ ସୁଦ୍ଧା ପ୍ରଥମ ପାଳିରେ ୭ ୱିକେଟ୍‌ ହରାଇ ୪୨୧ ରନ କରିଥିଲା ଭାରତ । ଏହା ସହିତ ଇଂଲଣ୍ଡ ଠାରୁ ୧୭୫ ରନ ଲିଡ୍‌ରେ ରହିଥିଲା ଟିମ୍‌ ଇଣ୍ଡିଆ । ହେଲେ ଆଜି ୩ୟ ଦିନରେ ଆରମ୍ଭରୁ କେବଳ ୧୫ ରନରେ ବାକି ଥିବା ୩ ୱିକେଟ୍‌ ହରାଇଦେଇଥିଲା ଟିମ୍‌ ଇଣ୍ଡିଆ । ଫଳରେ ୪୩୬ ରନରେ ଭାରତର ପ୍ରଥମ ପାଳି ଶେଷ ହୋଇଥିଲା । ଏହା ସହିତ ଭ୍ରମଣକାରୀ ଦଳଠାରୁ ୧୯୦ ରନ ଲିଡ୍‌ରେ ରହିଥିଲା ଭାରତ ।

ଏହା ମଧ୍ୟ ପଢ଼ନ୍ତୁ...ହାଇଦ୍ରାବାଦ ଟେଷ୍ଟ: ଭାରତ 436ରେ ଅଲଆଉଟ୍, ପ୍ରଥମ ଇନିଂସରେ 190 ରନରେ ଲିଡ୍

ଏହାପରେ ଦ୍ବିତୀୟ ପାଳି ଆରମ୍ଭରୁ ଆକ୍ରମଣାତ୍ମକ ଶାଳୀରେ ଖେଳିବାକୁ ଚେଷ୍ଟା କରିଥିଲା ଇଂଲଣ୍ଡ । ଦୁଇ ଓପନର ଜ୍ୟାକ୍‌ କ୍ରାଉଲି ଓ ବେନ୍‌ ଡକେଟ୍‌ ଯଥାକ୍ରମେ ୩୧ ଓ ୪୭ ରନ କରି ଆଉଟ୍‌ ହୋଇଥିଲେ । ଗୋଟିଏ ପଟେ ଓଲି ପୋପ୍‌ ଦଳୀୟ ପାଳି ସମ୍ଭାଳୁଥିବାବେଳେ ଅନ୍ୟପଟେ ଜୋ ରୁଟ୍‌ (୨), ଜନି ବେୟାର୍ଷ୍ଟୋ (୧୦) ଓ ଅଧିନାୟକ ବେନ୍‌ ଷ୍ଟୋକ୍ସ (୬)ଙ୍କ ୱିକେଟ୍‌ ଖସିଥିଲା । ଅନ୍ୟତମ ଅଲରାଉଣ୍ଡର ବେନ୍‌ ଫୋକ୍ସ ୩୪ ରନର ପାଳି ଖେଳି ଆଉଟ୍‌ ହୋଇଥିଲେ । ତେବେ ଓଲି ପୋପ୍‌ ଆଜି ଖେଳ ଶେଷ ସୁଦ୍ଧା ୧୪୮ ରନ କରି ଅପରାଜିତ ରହିଛନ୍ତି । ତାଙ୍କ ସହ ରେହାନ ଅହମ୍ମଦ ୧୬ ରନ କରି ପିଚ୍‌ରେ ମହଜୁଦ ରହିଛନ୍ତି । ଫଳରେ ଦଳୀୟ ସ୍କୋର ଆଜି ଖେଳ ଶେଷ ସୁଦ୍ଧା ୬ ୱିକେଟ ହରାଇ ୩୧୬ରେ ପହଞ୍ଚିଛି । ଏହା ସହିତ ଘରୋଇ ଦଳଠାରୁ ୧୨୬ ରନ ଆଗୁଆ ରହିଛି ଇଂଲଣ୍ଡ ।

ସେପଟେ ଆଜି ମଧ୍ୟ ଭାରତ ପକ୍ଷରୁ ବୋଲିଂ ବିଭାଗକୁ ଲିଡ୍‌ କରୁଛନ୍ତି ସ୍ପିନ୍‌ ବୋଲର । ଏଥିରେ ରବିଚନ୍ଦ୍ରନ ଅଶ୍ବିନ ୨ଟି ୱିକେଟ୍‌ ହାସଲ କରିଥିବାବେଳେ ରବୀନ୍ଦ୍ର ଜାଡେଜା ଓ ଅକ୍ଷର ପଟେଲଙ୍କୁ ଗୋଟିଏ ଲେଖାଏଁ ୱିକେଟ୍‌ ମିଳିଛି । ସେହିଭଳି ଶଯପ୍ରୀତ ବୁମ୍‌ରା ମଧ୍ୟ ୨ଟି ୱିକେଟ୍‌ ଅକ୍ତିଆର କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated :Jan 27, 2024, 6:45 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.