ETV Bharat / sports

ହାଇଦ୍ରାବାଦ ଟେଷ୍ଟ: ଭାରତ 436ରେ ଅଲଆଉଟ୍, ପ୍ରଥମ ଇନିଂସରେ 190 ରନରେ ଲିଡ୍

author img

By ETV Bharat Odisha Team

Published : Jan 27, 2024, 12:37 PM IST

ଭାରତ ବନାମ ଇଂଲଣ୍ଡ
ind vs eng

IND vs ENG 1ts Test: ଭାରତ ଓ ଇଂଲଣ୍ଡ ମଧ୍ୟରେ ଜାରି ରହିଛି ପ୍ରଥମ ଟେଷ୍ଟ ମ୍ୟାଚ । ତୃତୀୟ ଦିନରେ 436 ରନରେ ପ୍ରଥମ ପାଳି ଶେଷ କଲା ଭାରତ। ଅଧିକ ପଢନ୍ତୁ

ହାଇଦ୍ରାବାଦ: ହାଇଦ୍ରାବାଦ ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଜାରି ରହିଛି ଭାରତ-ଇଂଲଣ୍ଡ ପ୍ରଥମ ଟେଷ୍ଟ ମ୍ୟାଚ । ତୃତୀୟ ଦିନରେ ସମସ୍ତ ଓ୍ବିକେଟ ହରାଇ 436 ରନରେ ପ୍ରଥମ ପାଳି ଶେଷ କଲା ଭାରତ । ବର୍ତ୍ତମାନ 190 ରନରେ ଲିଡ କରୁଛି ଟିମ୍ ଇଣ୍ଡିଆ । ପ୍ରଥମ ପାଳିରେ ଉଭୟ ବ୍ୟାଟିଂ ଓ ବୋଲିଂରେ ମେନ୍ ଇନ ବ୍ଲୁର ଦମଦାର ପ୍ରଦର୍ଶନ । ଜୟସ୍ବାଲ, କେଏଲ ରାହୁଲ ଓ ଜାଡେଜାଙ୍କ ଧୁମାଧାର ବ୍ୟାଟିଂ ଯୋଗୁ ବିଶାଳ ସ୍କୋର କରିପାରିଛି ମେନ ଇନ ବ୍ଲୁ । ଟେଷ୍ଟ ମ୍ୟାଚର ଦ୍ବିତୀୟ ଦିନରେ ଭାରତ ଷ୍ଟମ୍ପ ଅପସାରଣ ସୁଦ୍ଧା 7 ଓ୍ବିକେଟ ହରାଇ 421ରେ ଅଟକିଥିଲା । ଆଜି ସକାଳ ସମୟରେ ରବୀନ୍ଦ୍ର ଜାଡେଜା ଓ ଅକ୍ସର ପଟେଲ ପାଳି ଆରମ୍ଭ କରିଥିଲେ । ଜାଡେଜା 87 ରନରେ ଓ ଅକ୍ସର ପଟେଲ 44 ରନ କରି ଆଉଟ ହୋଇଥିଲେ । ବର୍ତ୍ତମାନ ଇଂଲଣ୍ଡ ଦ୍ବିତୀୟ ପାଳି ଆରମ୍ଭ କରିଛି । 15 ଓଭରରେ ଗୋଟିଏ ଓ୍ବିକେଟ ହରାଇ 89 ରନ କରିଛି ଭ୍ରମଣକାରୀ ଦଳ ।

ଏହା ମଧ୍ୟ ପଢନ୍ତୁ-ଭାରତ-ଇଂଲଣ୍ଡ ଟେଷ୍ଟ ମ୍ୟାଚ: ଟସ ଜିତି ଭ୍ରମଣକାରୀ ଦଳର ବ୍ୟାଟିଂ

ଗୁରୁବାରଠାରୁ ଭାରତ ଓ ଇଂଲଣ୍ଡ ମଧ୍ୟରେ ଆରମ୍ଭ ହୋଇଛି ଟେଷ୍ଟ ମ୍ୟାଚ । ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଇଂଲଣ୍ଡ । ପ୍ରଥମ ପାଳିରେ ଭାରତୀୟ ସ୍ପିନରଙ୍କ ସମ୍ମୁଖରେ ଫେଲ ମାରିଥିଲେ ଇଂଲଣ୍ଡ ବ୍ୟାଟର । ପ୍ରଥମ ଦିନରେ ହିଁ ଭ୍ରମଣକାରୀ ଦଳ ମାତ୍ର 246 ରନ କରି ଅଲଆଉଟ ହୋଇଥିଲା । ଏହାପରେ ପ୍ରଥମ ପାଳି ଆରମ୍ଭ କରିଥିଲା ଭାରତ । ଆରମ୍ଭରୁ ଯୁବ ବ୍ୟାଟର ଯଶସ୍ବୀ ଜୟସ୍ବାଲ ଧୁମାଧାର ବ୍ୟାଟିଂ କରି 76 ରନ କରିଥିଲେ । ଅଧିନାୟକ ରୋହିତ ଶର୍ମା କେବଳ24 ରନ କରି ଆଉଟ୍‌ ହୋଇଥିଲେ । ପ୍ରଥମ ଦିନରେ ଷ୍ଟମ୍ପ ଅପସାରଣ ସୁଦ୍ଧା ଟିମ ଇଣ୍ଡିଆ ଗୋଟିଏ ଓ୍ବିକେଟ ହରାଇ 119 ରନ କରିଥିଲା ।

ଜୟସ୍ବାଲ 80 ରନ କରି ପାଭିଲିୟନକୁ ଫେରିଥିଲେ। ପରେ ଗିଲ୍‌ 23 ଓ ଆୟର 35 ରନ କରି ଆଉଟ୍‌ ହୋଇଥିଲେ । କେ ଏଲ ରାହୁଲ ବ୍ୟାଟିଂ ପାଇଁ ପଡିଆକୁ ଓହ୍ଳାଇଥିଲେ । ସେ ଧୂଆଁଧାର ବ୍ୟାଟିଂ କିର ମଧ୍ୟ ଶତକରୁ ବଞ୍ଚିତ ହୋଇ 86 ରନରେ ଆଉଟ୍‌ ହୋଇଥିଲେ । ଏହାପରେ ଜାଡେଜା 81 ରନ ସ୍କୋର କରି ଅପରାଜିତ ରହିଥିଲେ । ଆଜି ସକାଳେ ଅକ୍ଷର ପଟେଲ ଓ ଜାଡେଜା ପାଳି ଆରମ୍ଭ କରିଥିଲେ । ଜାଡେଜା 87 ରନ କରି ଆଉଟ ହୋଇଥିବା ବେଳେ, ପଟେଲ 44 ରନରେ ଆଉଟ ହୋଇଥିଲେ । ତୃତୀୟ ଦିନରେ ସମସ୍ତ ଓ୍ବିକେଟ ହରାଇ ଭାରତ 436 ରନ କରି ପ୍ରଥମ ପାଳି ଶେଷ କରିଥିବା ବେଳେ, ପ୍ରଥମ ଇନିଂସ ଭିତ୍ତିରେ ଦଳ 190 ରନରେ ଅଗ୍ରଣୀ ରହିଛି। ...

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.