ETV Bharat / sports

ଭାରତ-ଇଂଲଣ୍ଡ ଟେଷ୍ଟ ମ୍ୟାଚ: ଟସ ଜିତି ଭ୍ରମଣକାରୀ ଦଳର ବ୍ୟାଟିଂ

author img

By ETV Bharat Odisha Team

Published : Jan 25, 2024, 9:45 AM IST

Updated : Jan 25, 2024, 10:49 AM IST

IND VS ENG 1st Test: ହାଇଦ୍ରବାଦ ସ୍ଥିତ ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଆରମ୍ଭ ହୋଇଯାଇଛି ଭାରତ ଓ ଇଂଲଣ୍ଡ ପ୍ରଥମ ମ୍ୟାଚ । ଟସ ଜିତି ଇଂଲଣ୍ଡର ବ୍ୟାଟିଂ ଜାରି ।

ଭାରତ-ଇଂଲଣ୍ଡ ଟେଷ୍ଟ ମ୍ୟାଚ
ind vs eng

ହାଇଦ୍ରାବାଦ: ଆଜି ଭାରତ ଓ ଇଂଲଣ୍ଡ ମଧ୍ୟରେ ଟେଷ୍ଟ ମ୍ୟାଚ । ଟସ ଜିତି ଇଂଲଣ୍ଡ ଦଳର ବ୍ୟାଟିଂ ନିଷ୍ପତ୍ତି । ଫଳରେ ବୋଲିଂ କରିବ ଭାରତ । ରୋହିତ ଶର୍ମାଙ୍କ ନେତୃତ୍ବରେ ପଡିଆକୁ ଓହ୍ଲାଇଛି ମେନ ଇନ ବ୍ଲୁ । ପରସ୍ପରକୁ ଟକ୍କର ଦେବାକୁ ଦୁଇ ଦଳ ପ୍ରସ୍ତୁତ । ହାଇଦ୍ରାବାଦ ସ୍ଥିତ ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଏହି ମ୍ୟାଚ ଆରମ୍ଭ ହୋଇଛି । ଆଗକୁ ଭାରତ ଓ ଇଂଲଣ୍ଡ ମଧ୍ୟରେ ଆହୁରି 4ଟି ଟେଷ୍ଟ ମ୍ୟାଚ ଖେଳାଯିବ । ଆଜି ପ୍ରଥମ ଟେଷ୍ଟ ମ୍ୟାଚ ଆରମ୍ଭ ହୋଇଛି । ଭାରତୀୟ ଦଳକୁ ଟକ୍କର ଦେବାକୁ ବେନ ଷ୍ଟୋକଙ୍କ ବାହିନୀ ପୁରା ରଣନୀତି ସହ ପଡିଆକୁ ଓହ୍ଲାଇଛନ୍ତି ।

କୋହଲିଙ୍କ ଅନୁପସ୍ଥିତି ଦଳକୁ ପଡିପାରେ ଭାରି: ଇଂଲଣ୍ଡ ବିପକ୍ଷ 2ଟି ଟେଷ୍ଟ ମ୍ୟାଚରେ ବିରାଟ କୋହଲି ଅନୁପସ୍ଥିତ ରହିବେ । ଏନେଇ ସେ ବିସିସିଆଇକୁ ପୂର୍ବରୁ ଅବଗତ କରାଇଥିଲେ । ତାଙ୍କର ଅନୁପସ୍ଥିତିର ଫାଇଦା ଉଠାଇବାକୁ ଆଜି ଚେଷ୍ଟା କରିବ ଭ୍ରମଣକାରୀ ଇଂଲଣ୍ଡ । ଯାହା ଭାରତ ପାଇଁ ଭାରି ପଡିବ ବୋଲି କୁହାଯାଉଛି । କୋହଲିଙ୍କ ସ୍ଥାନରେ ଦଳରେ ରଜତ ପଟିଦାରଙ୍କୁ ସ୍ଥାନ ମିଳିଛି । ମଧ୍ୟପ୍ରଦେଶ ପାଇଁ ଘରୋଇ କ୍ରିକେଟ ଖେଳୁଥିବା ରଜତ ଏବେ ଦମଦାର ଫର୍ମରେ ରହିଛନ୍ତି । ସେ ପୂର୍ବରୁ ବିଭିନ୍ନ ଅଭ୍ୟାସ ମ୍ୟାଚ୍‌ରେ ମଧ୍ୟ ଦମ ଦେଖାଇ ସାରିଛନ୍ତି । ପୂର୍ବରୁ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତ ପାଇଁ ଦିନିକିଆ ଡେବ୍ୟୁ କରିଥିଲେ ରଜତ । ଆଜି କିନ୍ତୁ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ସିରିଜରେ ଡେବ୍ୟୁ କରିବାକୁ ରଜତଙ୍କୁ ସୁଯୋଗ ମିଳିପାରିନି ।

ଏହା ମଧ୍ୟ ପଢନ୍ତୁ-ଇଂଲଣ୍ଡ ବିପକ୍ଷରେ କୋହଲିଙ୍କ ରିପ୍ଲେସ୍‌ମେଣ୍ଟ ରଜତ ପଟିଦାର, ଘୋଷଣା କଲା ବିସିସିଆଇ

2012ରେ ଆଲେଷ୍ଟାୟାର କୁକ୍‌ଙ୍କ ନେତୃତ୍ବାଧିନ ଇଂଲଣ୍ଡ ଦଳ ବିପକ୍ଷରେ ଭାରତ ଏକ ଟେଷ୍ଟ ସିରିଜ ଖେଳିଥିଲା । କିନ୍ତୁ ଭାରତ 1-2ରେ ସିରିଜ ହାରି ଯାଇଥିଲା । ସେବେଠାରୁ ଭାରତୀୟ ଦଳ କ୍ରମାଗତ 16ଟି ସିରିଜ୍ ଜିତିଛି । ଏପରିକି 7ଟି ସିରିଜକୁ କ୍ଲିନ୍‌ସ୍ବିପ୍‌ କରିଛି ଟିମ୍‌ ଇଣ୍ଡିଆ । କିନ୍ତୁ ଅତୀତର ରେକର୍ଡ ଗୁଡିକ ଉପରେ ଧ୍ୟାନ ଦେବାକୁ ଚାହୁଁନାହୁଁ । ଆମେ ଆମର ଶ୍ରେଷ୍ଠ ପ୍ରଦର୍ଶନ କରିବୁ ଏବଂ ସର୍ବୋତ୍ତମ କ୍ରିକେଟ୍‌ ଖେଳିବାକୁ ଚେଷ୍ଟା କରିବୁ ବୋଲି ପ୍ରି ମ୍ୟାଚ ପ୍ରେସ କନଫରେନ୍ସରେ କହିଛନ୍ତି ଅଧିନାୟକ ରୋହିତ ଶର୍ମା ।

କୋହଲି ଅନୁପସ୍ଥିତି ରହିଥିବା ବେଳେ ଦଳର ବ୍ୟାଟିଂ ଭାର ଯୁବ ଖେଳାଳିଙ୍କ ଉପରେ ରହିଛି । ଶୁବମନ ଗିଲ, ଶ୍ରେୟସ ଆୟର, ଯଶସ୍ବୀ ଜୈଶ୍ବାଲ ଓ କେଏଲ ରାହୁଲଙ୍କ ବ୍ୟାଟିଂ ଭାର ସମ୍ବାଳିବେ । ସେହିପରି ବୋଲିଂରେ ଜାଡେଜା, ଅଶ୍ବିନୀ, ମହମ୍ମଦ ସିରାଜ, ବୁମରା ଓ ଅକ୍ଷର ପଟେଲଙ୍କ ଉପରେ ଦଳ ଭରସା କରିଛି । ଆଜିର ମ୍ୟାଚରେ ଇଂଲଣ୍ଡ ବ୍ୟାଟର ଓ ଭାରତୀୟ ସ୍ପିନରଙ୍କ ମଧ୍ୟରେ ଜୋରଦାର ସଂଘର୍ଷ ହେବ ।

ଭାରତ ଏକାଦଶ ଦଳ: ରୋହିତ ଶର୍ମା(ଅଧିନାୟକ), ଯଶସ୍ବୀ ଜୈଶ୍ବାଲ, ଶୁବମନ ଗିଲ, କେଏଲ ରାହୁଲ, ଶ୍ରେୟାସ ଆୟର, ରବୀନ୍ଦ୍ର ଜାଡେଜା, କେଏସ ଭରତ (ୱିକେଟ କିପର), ରବିଚନ୍ଦ୍ର ଅଶ୍ବୀନ, ଅକ୍ଷର ପଟେଲ, ଯଶପ୍ରୀତ ବୁମରା, ମହମ୍ମଦ ସିରାଜ ।

Last Updated :Jan 25, 2024, 10:49 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.