ETV Bharat / sports

ଗିଲ୍‌ଙ୍କ କମ୍‌ବ୍ୟାକ୍‌ ସେଞ୍ଚୁରି; ଇଂଲଣ୍ଡ ଆଗରେ ୩୯୮ ରନ ଟାର୍ଗେଟ୍‌

author img

By ETV Bharat Odisha Team

Published : Feb 4, 2024, 3:52 PM IST

ଇଂଲଣ୍ଡ ଆଗରେ ୩୯୮ ରନ ଟାର୍ଗେଟ୍‌
ଇଂଲଣ୍ଡ ଆଗରେ ୩୯୮ ରନ ଟାର୍ଗେଟ୍‌

IND vs ENG 2nd Test: ଇଂଲଣ୍ଡ ବିପକ୍ଷରେ ଶୁଭମନ ଗିଲ୍‌ଙ୍କ ଧୂଆଁଧାର ଶତକ । ଦ୍ବିତୀୟ ଟେଷ୍ଟରେ ଜିତିବା ପାଇଁ ଇଂଲଣ୍ଡ ଆଗରେ ୩୯୯ ରନ ଟାର୍ଗେଟ ରଖିଲା ଟିମ୍‌ ଇଣ୍ଡିଆ । ଅଧିକ ପଢ଼ନ୍ତୁ

ବିଶାଖାପାଟଣା: ଇଂଲଣ୍ଡ ବିପକ୍ଷ ଦ୍ବିତୀୟ ଟେଷ୍ଟରେ ଗିଲ୍‌ଙ୍କ ଧୂଆଁଧାର ଶତକ । ଦୀର୍ଘ ଦିନରୁ ଆଉଟ୍‌ ଅଫ୍‌ ଫର୍ମରେ ଥିବା ଗିଲ୍‌‌ଙ୍କ ଗୁରୁତ୍ବପୂର୍ଣ୍ଣ ଶତକୀୟ ପାଳି ବଳରେ ଇଂଲଣ୍ଡ ଆଗରେ ବିଶାଳ ଲକ୍ଷ୍ୟ ରଖିଲା ଭାରତ । ଭାରତ ଓ ଇଂଲଣ୍ଡ ମଧ୍ୟରେ ବିଶାଖାପାଟଣାରେ ଖେଳାଯାଉଥିବା ଟେଷ୍ଟର ଆଜି ୩ୟ ଦିନ । ଗତକାଲି (ଶନିବାର) ଦ୍ବିତୀୟ ପାଳି ବ୍ୟାଟିଂ ଆରମ୍ଭ କରିଥିବା ଭାରତ ଆଜି ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ହେଲେ ଦଳକୁ ସଙ୍କଟରୁ ଉଦ୍ଧାର କରିବାରେ ସକ୍ଷମ ହୋଇଥିଲେ ଗିଲ୍‌ । ସେ ରନର ଦମଦାର ପାଳି ଖେଳି ଦଳକୁ ମଜଭୁତ ସ୍ଥିତିରେ ପହଞ୍ଚାଇଥିଲେ । ଶେଷରେ

ଭାରତ ପ୍ରଥମ ପାଳି: ଏହି ଟେଷ୍ଟରେ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିଲା ଭାରତ । ଯଦିଓ ଦଳକୁ ଯୁବ ଓପନର ଯଶସ୍ବୀ ଜୟସ୍ବାଲ ଭଲ ଆରମ୍ଭ ଦେଇଥିଲେ, ଅଧିନାୟକ ରୋହିତ କେବଳ ୧୪ ରନ କରି ଆଉଟ୍‌ ହୋଇଥିଲେ । ତେବେ ପ୍ରଥମ ପାଳିରେ କୌଣସି ଭାରତୀୟ ବ୍ୟାଟର ଅର୍ଦ୍ଧଶତକ ମଧ୍ୟ ହାସଲ କରିବାରେ ସକ୍ଷମ ହୋଇନଥିଲେ । ହେଲେ ଏକାକୀ ଯୁବ ତାରକା ଯଶସ୍ବୀ ଜୟସ୍ବାଲ ଦ୍ବିଶତକ କରି ଇଂଲଣ୍ଡ ବିପକ୍ଷରେ ଭାରତକୁ ଦୃଢ଼ ସ୍ଥିତିକୁ ନେଇଥିଲେ । ସେ ୨୯୦ ବଲରୁ ୧୯ ଚୌକା ଓ ୭ ଛକା ବଳରେ ୨୦୯ ରନ ସଂଗ୍ରହ କରିଥିଲେ । ଜୟସ୍ବାଲଙ୍କ ସହ ଅନ୍ୟାନ୍ୟ ଛୋଟ ଛୋଟ ଭାଗିଦାରୀ ବଳରେ ଭାରତ ପ୍ରଥମ ପାଳିରେ ୩୯୬ ରନ କରିବାରେ ସକ୍ଷମ ହୋଇଥିଲା ।

ଇଂଲଣ୍ଡ ପ୍ରଥମ ପାଳି: ଶନିବାର ଦ୍ବିତୀୟ ଦିନ ଖେଳରେ ଭାରତ ଅଲ୍‌ ଆଉଟ୍‌ ହେବାପରେ ପ୍ରଥମ ପାଳି ବେଶ ଆକ୍ରାମକ ଭାବେ ଆରମ୍ଭ କରିଥିଲା ଇଂଲଣ୍ଡ । ଦଳ ପକ୍ଷରୁ ଏକାକୀ ଓପନର ଜ୍ୟାକ୍‌ କ୍ରାଓଲି ସର୍ବାଧିକ ୭୬ ରନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ କେବଳ ଅଧିନାୟକ ବେନ୍‌ ଷ୍ଟୋକ୍ସ ୪୭ ରନ କରିବାରେ ସକ୍ଷମ ହୋଇଥିଲେ । ଅନ୍ୟ କୌଣସି ବ୍ୟାଟର ୩୦ ରନ ମଧ୍ୟ କରିପାରିନଥିଲେ । ଫଳରେ ୨୫୩ରେ ସମସ୍ତ ୱିକେଟ୍‌ ହରାଇଥିଲା ଇଂଲଣ୍ଡ । ଭାରତୀୟ ସ୍ପିଡ୍‌ଷ୍ଟାର ଯଶପ୍ରୀତ ବୁମ୍‌ରା ଏକାକୀ ୬ ୱିକେଟ୍‌ ଅକ୍ତିଆର କରି ଭ୍ରମଣକାରୀ ଦଳର ବ୍ୟାଟିଂ ଲାଇନ୍‌ ଅପ୍‌ ଭାଙ୍ଗି ଦେଇଥିଲେ । ଫଳରେ ପ୍ରଥମ ପାଳିରେ ଭାରତ ଠାରୁ ୧୪୩ ରନ ପଛରେ ରହିଯାଇଥିଲା ଇଂଲଣ୍ଡ ।

ଏହା ମଧ୍ୟ ପଢ଼ନ୍ତୁ...୨୫୩ରେ ସରିଲା ଇଂଲଣ୍ଡର ପ୍ରଥମ ପାଳି: ବୁମ୍‌ରାଙ୍କୁ ୬ ୱିକେଟ୍‌, ୧୭୧ ରନରେ ଆଗୁଆ ଭାରତ

ଭାରତ ଦ୍ବିତୀୟ ପାଳି: ଶନିବାର ଦ୍ବିତୀୟ ଦିନରେ ହିଁ ଇଂଲଣ୍ଡ ଅଲ୍‌ ଆଉଟ୍‌ ହେବା ପରେ ଭାରତ ଦ୍ବିତୀୟ ଇନିଂସ୍‌ ବ୍ୟାଟିଂ ଆରମ୍ଭ କରିଥିଲା । ରୋହିତ ଶର୍ମା ଓ ଯଶସ୍ବୀ ଜୟସ୍ବାଲ ଉଭୟ ୩ଟି ଲେଖାଏଁ ଚୌକା ସହ ଯଥାକ୍ରମେ ୧୩ ଓ ୧୫ ରନ ସଂଗ୍ରହ କରି ପିଚ୍‌ରେ ମହଜୁଦ ରହିଥିଲେ । ହେଲେ ସେମାନଙ୍କ ବ୍ୟାଟ୍‌ ଆଜି ୩ୟ ଦିନରେ ଚାଲିନଥିଲା । ଉଭୟ କ୍ରମାଗତ ଭାବେ ୩ୟ ଦିନ ଖେଳ ଆରମ୍ଭରୁ ଆଉଟ୍‌ ହୋଇଯିବାପରେ ଗିଲ୍‌ଙ୍କ ସହ ମିଶି ଶ୍ରେୟସ ଆୟର କିଛି ସମୟ ସ୍କୋରବୋର୍ଡକୁ ଗତି ଦେଇଥିଲେ । ହେଲେ ସେ ୨୯ ରନ କରି ଆଉଟ୍‌ ହୋଇଥିଲେ । କେବଳ ଅକ୍ଷର ପଟେଲ ଦଳ ପାଇଁ ୪୫ ରନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ରବିଚନ୍ଦ୍ରନ ଅଶ୍ବିନ (୨୯)ଙ୍କ ବ୍ୟତୀତ କୌଣସି ବ୍ୟାଟର ଦୁଇ ଅଙ୍କ ସ୍କୋର କରିପାରିନଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...ଷ୍ଟୋକ୍ସ ବାହିନୀକୁ ଧରାଶାୟୀ କଲେ ବୁମ୍‌ରା, ଭାଙ୍ଗିଲେ ଏକାଧିକ ରେକର୍ଡ

ଫର୍ମକୁ ଫେରିଲେ ଗିଲ୍‌: ବହୁ ଦିନରୁ ଆଉଟ୍‌ ଅଫ୍‌ ଫର୍ମ ଥିବା ଶୁଭମନ ଗିଲ୍‌ ଆଜି ଦଳକୁ ବହୁ ଗୁରୁତ୍ବପୂର୍ଣ୍ଣ ଯୋଗଦାନ ଦେଇଛନ୍ତି । ଆବଶ୍ୟକ ସମୟରେ ଦମଦାର ଶତକ ସହ ଫର୍ମକୁ ଫେରିଛନ୍ତି ଗିଲ୍‌ । ଗୋଟିଏ ପଟେ ଭାରତ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିବା ବେଳେ ଅନ୍ୟପଟେ ଗିଲ୍‌ ଆକ୍ରମଣାତ୍ମକ ଢଙ୍ଗରେ ଖେଳି ୧୦୪ ରନର ପାଳି ଖେଳିଥିଲେ । ଗିଲ୍‌ଙ୍କ ପାଳିରେ ୧୧ ଚୌକା ଓ ୨ ଛକା ସାମିଲ ଅଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.