ETV Bharat / sports

ଫେବୃଆରୀ 12ରୁ ହକି ପ୍ରୋ ଲିଗ୍‌; ପୁଣି ଝଲସିବ ବିର୍ସା ମୁଣ୍ଡା ଷ୍ଟାଡିୟମ

author img

By ETV Bharat Odisha Team

Published : Jan 29, 2024, 10:59 PM IST

FIH Pro League: ପୁଣି ଚଳଚଞ୍ଚଳ ରାଉରକେଲା ସହର । ଆରମ୍ଭ ହେବାକୁ ଯାଉଛି ହକି ପ୍ରୋ ଲିଗ୍‌ । ଫେବୃଆରୀ 12ରୁ 25 ଯାଏଁ ହେବ ମହାଲଢ଼େଇ । ଅଧିକ ପଢ଼ନ୍ତୁ

ଫେବୃଆରୀ 12ରୁ ହକି ପ୍ରୋ ଲିଗ୍‌
ଫେବୃଆରୀ 12ରୁ ହକି ପ୍ରୋ ଲିଗ୍‌

ଫେବୃଆରୀ 12ରୁ ହକି ପ୍ରୋ ଲିଗ୍‌

ରାଉରକେଲା: ପୁଣି ଝଲସିବ ରାଉରକେଲା ବିର୍ସା ମୁଣ୍ଡା ଷ୍ଟାଡିୟମ । ହକି ପ୍ରୋ ଲିଗ୍‌କୁ ମାତ୍ର ଆଉ କେଇଟା ଦିନ । ରାଉରକେଲା ସହରରେ ଆୟୋଜନ ହେବ ଆଉ ଏକ ହକି ମହାକୁମ୍ଭ । ରାଉରକେଲା ସହରରେ ପୁଣି ହକିର ମହଲଢ଼େଇ ଦେଖିବାକୁ ଲୋକଙ୍କ ମଧ୍ୟରେ ଦେଖାଦେଇଛି ପ୍ରବଳ ଉତ୍ସାହ । ଏଥର ପ୍ରଥମ ଥର ଭାରତୀୟ ମହିଳା ଦଳ ରାଉରକେଲା ସହରର ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଓହ୍ଲାଇବ । ମାର୍ଚ୍ଚ 12 ତାରିଖରୁ ରାଉରକେଲା ସହରରେ ଆରମ୍ଭ ହେବାକୁ ଯାଉଛି ହକି ପ୍ରୋ ଲିଗ୍‌ । ଉଭୟ ଭାରତୀୟ ମହିଳା ଦଳ ଏବଂ ଭାରତୀୟ ପୁରୁଷ ଦଳ ଖେଳିବେ ।

ପ୍ରଥମେ ୧୨ ତାରିଖରୁ ରାଉରକେଲା ସହରରେ ଭାରତୀୟ ମହିଳା ଦଳ ସହ ନେଦରଲ୍ୟାଣ୍ଡ, ୟୁଏସ୍‌ଏ, ଚାଇନା, ଅଷ୍ଟ୍ରେଲିଆ ମହିଳା ଦଳଙ୍କ ମଧ୍ୟରେ ମ୍ୟାଚ୍‌ ହେବ । ଫେବୃଆରୀ 12 ତାରିଖରେ ପ୍ରଥମ ମ୍ୟାଚ ନେଦରଲ୍ୟାଣ୍ଡ ଓ ଆମେରିକା ଏବଂ ଭାରତ ଓ ଚାଇନା ମଧ୍ୟରେ ହେବ । 14 ତାରିଖରେ ଅଷ୍ଟ୍ରେଲିଆ ଓ ଚାଇନା ଏବଂ ଭାରତ ଓ ନେଦରଲ୍ୟାଣ୍ଡ ମଧ୍ୟରେ ଖେଳାଯିବ । ସେହିଭଳି 15 ତାରିଖରେ ଅଷ୍ଟ୍ରେଲିଆ ଓ ଆମେରିକା ଏବଂ ନେଦରଲ୍ୟାଣ୍ଡ ଓ ଚାଇନା ମଧ୍ୟରେ ଖେଳାଯିବ ମ୍ୟାଚ୍‌ । 17 ଫେବୃଆରୀରେ ଆମେରିକାକୁ ଭେଟିବ ଚାଇନା । ସେହିଦିନ ଘରୋଇ ଭାରତ ମଧ୍ୟ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳିବ ମ୍ୟାଚ୍‌ । ଶେଷ ଦିନ ଅର୍ଥାତ 18 ଫେବୃଆରୀରେ ଅଷ୍ଟ୍ରେଲିଆ ଓ ନେଦରଲ୍ୟାଣ୍ଡ ଏବଂ ଭାରତ ଓ ଆମେରିକା ମଧ୍ୟରେ ମ୍ୟାଚ୍‌ ହେବ ।

ଏହା ମଧ୍ୟ ପଢ଼ନ୍ତୁ...ରଣଜୀରେ ଓଡ଼ିଶାର ପ୍ରଥମ ବିଜୟ, ହିମାଚଳକୁ ହରାଇ ହାତେଇଲା 6 ପଏଣ୍ଟ

ଏହାପରେ ପୁଣି 19 ଫେବୃଆରୀରୁ ଭାରତୀୟ ପୁରୁଷ ଦଳ ମୈଦାନକୁ ଓହ୍ଲାଇବ ଏବଂ ଅଷ୍ଟ୍ରେଲିଆ, ସ୍ପେନ, ନେଦରଲ୍ୟାଣ୍ଡ, ଆୟରଲ୍ୟାଣ୍ଡ ଭଳି ଦଳ ସହ ଟକ୍କର ଦେବ । 19 ତାରିଖରେ ଆୟରଲ୍ୟାଣ୍ଡ ବନାମ ନେଦରଲ୍ୟାଣ୍ଡ ଏବଂ ଭାରତ ବନାମ ସ୍ପେନ ମଧ୍ୟରେ ହେବ ଟକ୍କର । 21 ଫେବୃଆରୀରେ ସ୍ପେନ ବନାମ ଅଷ୍ଟ୍ରେଲିଆ ଏବଂ ଇଣ୍ଡିଆ ବନାମ ନେଦରଲ୍ୟାଣ୍ଡ ଏବଂ 22 ଫେବୃଆରୀରେ ଆୟରଲ୍ୟାଣ୍ଡ ବନାମ ଅଷ୍ଟ୍ରେଲିଆ ଏବଂ ନେଦରଲ୍ୟାଣ୍ଡ ବନାମ ସ୍ପେନ ମ୍ୟାଚ୍‌ ଖେଳାଯିବ । 24 ଫେବୃଆରୀରେ ଆୟରଲ୍ୟାଣ୍ଡ ଓ ସ୍ପେନ ଏବଂ ଭାରତ ବନାମ ଅଷ୍ଟ୍ରେଲିଆ ମ୍ୟାଚ୍‌ ଖେଳାଯିବ । 25 ଫେବୃଆରୀରେ ଅଷ୍ଟ୍ରେଲିଆ ବନାମ ନେଦରଲ୍ୟାଣ୍ଡ ଏବଂ ଭାରତ ବନାମ ଆୟରଲ୍ୟାଣ୍ଡ ମଧ୍ୟରେ ଲଢେଇ ହେବ । ତେବେ ଏହି ମ୍ୟାଚକୁ ନେଇ ହକି ପ୍ରେମୀ ଏବଂ ଖେଳାଳୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖା ଦେଇଛି ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.