ETV Bharat / sports

ରଣଜୀରେ ଓଡ଼ିଶାର ପ୍ରଥମ ବିଜୟ, ହିମାଚଳକୁ ହରାଇ ହାତେଇଲା 6 ପଏଣ୍ଟ

author img

By ETV Bharat Odisha Team

Published : Jan 29, 2024, 4:35 PM IST

Updated : Jan 29, 2024, 4:45 PM IST

Ranji Trophy 2024: ଚଳିତ ରଣଜୀ ସିଜିନ୍‌ରେ ପ୍ରଥମ ବିଜୟ ହାସଲ କଲା ଟିମ୍‌ ଓଡ଼ିଶା । ହିମାଚଳ ପ୍ରଦେଶ ବିପକ୍ଷ ମ୍ୟାଚ୍‌ରେ ସନ୍ଦୀପ ପଟ୍ଟନାୟକଙ୍କ ଧୈର୍ଯ୍ୟପୂର୍ଣ୍ଣ ଶତକ ଓ ରାଜେଶ ମହାନ୍ତିଙ୍କ ବ୍ୟକ୍ତିଗତ 5 ୱିକେଟ୍‌ ହାସଲ ବଳରେ 238 ରନରେ ବିଜୟ ହାସଲ କରିଛି ଓଡ଼ିଶା । ଅଧିକ ପଢ଼ନ୍ତୁ

ରଣଜୀ ସିଜିନରେ ଓଡ଼ିଶାର ପ୍ରଥମ ବିଜୟ
ରଣଜୀ ସିଜିନରେ ଓଡ଼ିଶାର ପ୍ରଥମ ବିଜୟ

କଟକ: ଚଳିତ ରଣଜୀ ସିଜିନରେ ବହୁପ୍ରତୀକ୍ଷିତ ପ୍ରଥମ ବିଜୟ ହାସଲ କଲା ଓଡିଶା । ହିମାଚଳ ପ୍ରଦେଶକୁ 238 ରନର ବଡ଼ ବ୍ୟବଧାନରେ ହରାଇ ୱିନିଂ ଟ୍ରାକ୍‌କୁ ଫେରିଛି ଓଡିଶା । ରାଜେଶ ମହାନ୍ତିଙ୍କ ବ୍ୟକ୍ତିଗତ 5 ୱିକେଟ୍‌ ସଫଳତା ଓ ସନ୍ଦୀପ ପଟ୍ଟନାୟକଙ୍କ ଧୈର୍ଯ୍ୟପୂର୍ଣ୍ଣ ଶତକ ବଳରେ ଓଡିଶା ରଣଜୀ ସିଜିନରେ ତାର ପ୍ରଥମ ବିଜୟ ହାସଲ କରିଛି । 4ଟି ମ୍ୟାଚ୍‌ ଖେଳିଥିବା ଓଡ଼ିଶା ଏପର୍ଯ୍ୟନ୍ତ 2ଟି ମ୍ୟାଚ୍‌ ହାରିଥିବାବେଳେ ଗୋଟିଏ ମ୍ୟାଚ୍‌ ଡ୍ର କରିବାରେ ସକ୍ଷମ ହୋଇଥିଲା । ଏଥର ହିମାଚଳ ପ୍ରଦେଶ ବିପକ୍ଷ 4ର୍ଥ ମ୍ୟାଚ୍‌ରେ ପ୍ରଥମ ବିଜୟର ସ୍ବାଦ ଚାଖିଛି ଓଡ଼ିଶା ।

ରଣଜୀ ସିଜିନରେ ଓଡ଼ିଶାର ପ୍ରଥମ ବିଜୟ
ରଣଜୀ ସିଜିନରେ ଓଡ଼ିଶାର ପ୍ରଥମ ବିଜୟ

ଓଡ଼ିଶାର ଡ୍ରିମ୍ସ ଗ୍ରାଉଣ୍ଡରେ ଖେଳାଯାଇଥିବା ଏହି ମୁକାବିଲାରେ ହିମାଚଳ ପ୍ରଦେଶ ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା । ବ୍ୟାଟିଂ ଆମନ୍ତ୍ରଣ ପାଇ ଓଡିଶା ପ୍ରଥମ ପାଳିରେ 138 ରନ କରିଥିଲା । ଦଳ ପକ୍ଷରୁ ନବାଗତ ଆଶୀର୍ବାଦ ସ୍ବାଇଁ ସର୍ବାଧିକ ବ୍ୟକ୍ତିଗତ 37 ରନ କରିଥିଲେ । ଜବାବରେ ଭ୍ରମଣକାରୀ ଦଳ ହିମାଚଳ 176 ରନ କରିବା ପାଇଁ ସକ୍ଷମ ହୋଇଥିଲା । ଏହା ସହିତ ଓଡିଶାଠାରୁ 38 ରନ ଲିଡ୍‌ରେ ରହିଥିଲା । ଏହି ପାଳିରେ ଓଡ଼ିଶା ପକ୍ଷରୁ ରାଜେଶ ମହାନ୍ତି ,ବୀପ୍ଳବ ସାମନ୍ତରାୟ ବ୍ୟକ୍ତିଗତ 3ଟି ଲେଖାଏଁ ୱିକେଟ ନେଇ ବିପକ୍ଷ ଦଳକୁ ବଡ଼ ସ୍କୋର କରିବାରେ ବ୍ରେକ ଲଗାଇଥିଲେ ।

ରଣଜୀ ସିଜିନରେ ଓଡ଼ିଶାର ପ୍ରଥମ ବିଜୟ
ରଣଜୀ ସିଜିନରେ ଓଡ଼ିଶାର ପ୍ରଥମ ବିଜୟ

ଏହା ମଧ୍ଯ ପଢ଼ନ୍ତୁ...ମଧ୍ୟପ୍ରଦେଶ ମ୍ୟାଚ୍ ପରେ ରଣଜୀ ଟ୍ରଫି ଟ୍ରାକକୁ ଫେରିଛି ଓଡ଼ିଶା: ପବନ ଅଗ୍ରୱାଲ

ଜବାବରେ ଅଗ୍ରଣୀ ରନକୁ ଟ୍ରାଏଲ କରି ଓଡିଶା ତାର ଦ୍ବିତୀୟ ପାଳିରେ 8 ୱିକେଟ ବିନିମୟରେ ବିଶାଳ 425 ରନ ସ୍କୋର କରି ପାଳି ଘୋଷଣା କରିଥିଲା । ଦଳ ପକ୍ଷରୁ ସନ୍ଦୀପ ପଟ୍ଟନାୟକ ସର୍ବାଧିକ 150 ରନର ବଡ଼ ପାଳି ଖେଳିଥିଲେ । ତାଙ୍କ ପାଳିରେ 18 ଚୌକା ଓ 2ଟି ଛକା ସାମିଲ ଥିଲା । ଅନୁରାଗ ଷଡ଼ଙ୍ଗୀ ଦ୍ବିତୀୟ ସର୍ବାଧିକ 70 ରନର ପାଳି ଖେଳି ଅପରାଜିତ ଥିଲେ । ଅନ୍ୟପଟେ ଗୋବିନ୍ଦ ପୋଦାର 41 ଓ ବୀପ୍ଳବ ସାମନ୍ତରାୟ 46 ରନର ପାଳି ଖେଳି ଆଉଟ୍‌ ହୋଇଥିଲେ । ଅନ୍ୟାନ୍ୟ ଛୋଟ ଛୋଟ ଭାଗୀଦାରି ବଳରେ 425 ରନର ବଡ଼ ସ୍କୋର କରିବାରେ ସକ୍ଷମ ହୋଇଥିଲା ଓଡ଼ିଶା । ହେଲେ ଧାର୍ଯ୍ୟ ବିଜୟ ଲକ୍ଷ୍ୟକୁ ପିଛା କରି ମାତ୍ର 149 ରନରେ ସମସ୍ତ ୱିକେଟ ହରାଇଥିଲା ହିମାଚଳ ।

ହିମାଚଳ ପ୍ରଦେଶକୁ ହରାଇ ଓଡ଼ିଶା ୬ ପଏଣ୍ଟ ହାସଲ କରିଛି । ସେହିପରି ମଧ୍ଯ ପ୍ରଦେଶ ସହ ମ୍ୟାଚ ଡ୍ର ରଖି ଓଡ଼ିଶା ୩ ପଏଣ୍ଟ ପାଇଥିଲା । ବର୍ତ୍ତମାନ ସୁଦ୍ଧା ଓଡ଼ିଶା ୪ଟି ମ୍ୟାଚ ଖେଳି ୯ ପଏଣ୍ଟ ପାଇଛି । ଉଲ୍ଲେଖଯୋଗ୍ୟ ଯେ, ଓଡ଼ିଶା ଆଗାମୀ 3ଟି ମ୍ୟାଚ୍‌ ପଣ୍ଡିଚେରୀ, ଉତ୍ତରାଖଣ୍ଡ ଓ ଦିଲ୍ଲୀ ବିପକ୍ଷରେ ଖେଳିବ ।

ଇଟିଭି ଭାରତ, କଟକ

Last Updated : Jan 29, 2024, 4:45 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.