ETV Bharat / politics

ନିର୍ବାଚନ ଫଳାଫଳ ସୂର୍ଯ୍ୟ ଚନ୍ଦ୍ର ଭଳି ସ୍ପଷ୍ଟ ହୋଇ ସାରିଛି: ଧର୍ମେନ୍ଦ୍ର

author img

By ETV Bharat Odisha Team

Published : Mar 16, 2024, 9:26 PM IST

Dharmendra Pradhan on General Election Date
Dharmendra Pradhan on General Election Date

Dharmendra Pradhan on General Election Date: ସାଧାରଣ ନିର୍ବାଚନ ବିଗୁଲ ବାଜିବା ପରେ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଦଳ ପକ୍ଷରୁ ଏହାକୁ ସ୍ବାଗତ କରିବା ସହ ସମସ୍ତ ରାଜନୈତିକ ଦଳକୁ ଶୁଭେଚ୍ଛା ଜଣାଇଛନ୍ତି । ଅଧିକ ପଢ଼ନ୍ତୁ

Dharmendra Pradhan on General Election Date

ଭୁବନେଶ୍ବର: ଆଜି ବାଜିଛି ସାଧାରଣ ନିର୍ବାଚନ ବିଗୁଲ । ତାରିଖ ଘୋଷଣା କରିଛନ୍ତି ଭାରତୀୟ ନିର୍ବାଚନ ଆୟୋଗ । ସାରା ଦେଶରେ 7 ପର୍ଯ୍ୟାୟରେ ଲୋକସଭା ନିର୍ବାଚନ ହେବାକୁ ଥିବାବେଳେ ଓଡ଼ିଶାରେ 4ଟି ପର୍ଯ୍ୟାୟରେ ଉଭୟ ବିଧାନସଭା ଓ ଲୋକସଭା ନିର୍ବାଚନ ପାଇଁ ଭୋଟ ଗ୍ରହଣ କରାଯିବ । ମେ 13, 20, 25 ଓ ଜୁନ 1 ତାରିଖରେ ଓଡ଼ିଶାରେ ଅନୁଷ୍ଠିତ ହେବ ଗଣତନ୍ତ୍ରର ସବୁଠୁ ବଡ଼ ପର୍ବ । ତେବେ ନିର୍ବାଚନ ତାରିଖ ଘୋଷଣା ହେବା ପରେ ବିଭିନ୍ନ ଦଳ ଏଥିପାଇଁ ପ୍ରସ୍ତୁତ ଥିବା ପ୍ରତିକ୍ରିୟା ରଖିଛନ୍ତି । ଏହି କ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରତିକ୍ରିୟା ରଖି ବିଜେପି ପ୍ରସ୍ତୁତି ସମ୍ପର୍କରେ କହିଛନ୍ତି । ନିର୍ବାଚନର ଫଳାଫଳ କଣ ହେବ, ଏହା ସୂର୍ଯ୍ୟ, ଚନ୍ଦ୍ର ଭଳି ପରିସ୍କାର ବୋଲି କହିଛନ୍ତି ଧର୍ମେନ୍ଦ୍ର ।

ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, "ଇଲେକ୍ସନ କମିଶନଙ୍କ ଦ୍ବାରା ନିର୍ବାଚନ ତିଥି ଘୋଷଣା ହୋଇଛି । ଗଣତନ୍ତ୍ରର ସବୁଠୁ ବଡ଼ ପର୍ବ ନିର୍ବାଚନ । ଲୋକଙ୍କ ନିଜ ମତକୁ ନିର୍ଭିକ ଭାବେ ସାବ୍ୟସ୍ତ କରିବାର ଅବସର ନିର୍ବାଚନ । ଗତ 76 ବର୍ଷରେ ସବୁଠୁ ବଡ଼ 2-3ଟି ଉପଲବ୍ଧି ମଧ୍ୟରେ ଆମ ଦେଶର ସଫଳ ନିର୍ବାଚନ ପ୍ରକ୍ରିୟା । ଏହି ଘୋଷଣାକୁ ଦଳ ତରଫରୁ ସ୍ବାଗତ କରୁଛି । ସବୁ ବର୍ଗର ଲୋକେ ଏହି ଉତ୍ସବରେ ନିଜକୁ ସାମିଲ ହୁଅନ୍ତୁ । ସବୁ ରାଜନୈତିକ ଦଳମାନଙ୍କୁ ମୁଁ ଶୁଭେଚ୍ଛା ଜଣାଉଛି । ଅଢେଇ ମାସର ପ୍ରକ୍ରିୟା ଦେଶରେ ଜାରି ରହିବ । ଏଥର ନିର୍ବାଚନର ଫଳାଫଳ କଣ ହେବ, ତାହା କାହା ମନରେ ସନ୍ଦେହ ନାହିଁ । 'ଇସ୍‌ ବାର 400 ପାର, ଫିର ଏକ ବାର ମୋଦି ସରକାର', ଏହି ସବୁ ସ୍ଲୋଗାନ ଆଜି ସୂର୍ଯ୍ୟ, ଚନ୍ଦ୍ର ଭଳି ସ୍ପଷ୍ଟ । ସମସ୍ତଙ୍କୁ ଏହି ନିର୍ବାଚନ ପ୍ରକ୍ରିୟାରେ ଭାଗ ନେବାକୁ ମୁଁ ଅନୁରୋଧ କରୁଛି ।"

ଏହା ମଧ୍ୟ ପଢ଼ନ୍ତୁ...ବାଜିଲା ନିର୍ବାଚନ ବିଗୁଲ; ଓଡ଼ିଶାରେ 4 ପର୍ଯ୍ୟାୟରେ ହେବ ବିଧାନସଭା ନିର୍ବାଚନ

ପ୍ରକାଶ ଥାଉ, ୨୦୨୪ ସାଧାରଣ ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି ଭାରତର ନିର୍ବାଚନ କମିଶନ । ଶନିବାର ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ନିର୍ବାଚନ ତାରିଖ ଘୋଷଣା କରିଛନ୍ତି । ସାରା ଦେଶରେ ମୋଟ ୭ଟି ପର୍ଯ୍ୟାୟରେ ଭୋଟ ଗ୍ରହଣ ହେବ । ଏପ୍ରିଲ ୧୯ରେ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ହେବ ଓ ଜୁନ ୧ରେ ୭ମ ପର୍ଯ୍ୟାୟ ଭୋଟ ଗ୍ରହଣ ହେବ । ଜୁନ ୪ରେ ଭୋଟ ଗଣତି ହୋଇ ଫଳାଫଳ ଆସିବ । ନିର୍ବାଚନ ଘୋଷଣା ସହିତ ସାରା ଦେଶରେ ଲାଗୁ ହୋଇଛି ଆଦର୍ଶ ଆଚରଣ ବିଧି । ତେବେ ଓଡ଼ିଶାରେ ୪ଟି ପର୍ଯ୍ୟାୟରେ ଭୋଟ ଗ୍ରହଣ ହେବ । ରାଜ୍ୟରେ ମେ ୧୩, ମେ ୨୦, ମେ ୨୫ ଓ ଜୁନ ୧ରେ ଉଭୟ ବିଧାନସଭା ଓ ଲୋକସଭା ପାଇଁ ଭୋଟ ଗ୍ରହଣ ହେବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.