ETV Bharat / politics

ରାଉରକେଲା ଦିଲ୍ଲୀପଙ୍କ ପ୍ରାର୍ଥିତ୍ବକୁ ବିରୋଧ, ପ୍ରତିବାଦ କଲେ ନିହାରଙ୍କ ସମର୍ଥକ - Odisha Assembly polls

author img

By ETV Bharat Odisha Team

Published : Apr 17, 2024, 2:16 PM IST

ରାଉରକେଲା ଦିଲ୍ଲୀପଙ୍କ ପ୍ରାର୍ଥିତ୍ବକୁ ବିରୋଧ, ପ୍ରତିବାଦ କଲେ ନିହାରଙ୍କ ସମର୍ଥକ
ରାଉରକେଲା ଦିଲ୍ଲୀପଙ୍କ ପ୍ରାର୍ଥିତ୍ବକୁ ବିରୋଧ, ପ୍ରତିବାଦ କଲେ ନିହାରଙ୍କ ସମର୍ଥକ

Protest against ticket to Dilip Ray in Rourkela: ରାଉରକେଲା ଦିଲ୍ଲୀପ ରାୟଙ୍କ ପ୍ରାର୍ଥିତ୍ବକୁ ବିରୋଧ କରି ନାରାବାଜି କଲେ ନିହାରଙ୍କ ସମର୍ଥକ । ବୁଝାସୁଝା କରିବାକୁ ଦିଲ୍ଲୀପଙ୍କ ପ୍ରୟାସ । ଅଧିକ ପଢନ୍ତୁ

ରାଉରକେଲା ଦିଲ୍ଲୀପଙ୍କ ପ୍ରାର୍ଥିତ୍ବକୁ ବିରୋଧ, ପ୍ରତିବାଦ କଲେ ନିହାରଙ୍କ ସମର୍ଥକ

ରାଉରକେଲା: ପ୍ରାର୍ଥୀ ଚୟନକୁ ନେଇ ବିଜେପି ସମର୍ଥକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ବିଜେପି ଟିକେଟ ଦେବା ଓ ଟିକେଟ ଆଶାୟୀ ନିହାର ରାୟଙ୍କୁ ଟିକେଟ ନମିଳିବାରୁ ତାଙ୍କ ସମର୍ଥକ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଦୁଇ ଦିନ ତଳେ ରାଉରକେଲା ବିଧାନସଭା ଆସନରେ ଭାରତୀୟ ଜନତା ପାର୍ଟି ଟିକେଟ ଘୋଷଣା କରିଥିଲା । ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ଏଥର ଦଳ ପ୍ରାର୍ଥୀ କରିଛି ।

ଦିଲ୍ଲୀପଙ୍କୁ ଟିକେଟ ମିଳିବା ପରେ ପୂର୍ବତନ ବିଧାନସଭା ପ୍ରାର୍ଥୀ ତଥା ଚଳିତ ଥରର ଆଶାୟୀ ନିହାର ରାୟଙ୍କ ସମର୍ଥକ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି । ନିହାର ରାୟଙ୍କ ଘର ସମ୍ମୁଖରେ ତାଙ୍କର ସମର୍ଥନରେ ଶହ ଶହ ସମର୍ଥକ ଏକାଠି ହୋଇ ନାରାବାଜି କରିଛନ୍ତି । ଦଶନ୍ଧିରୁ ଅଧିକ ସମୟ ଧରି ବିଜେପି ପାଇଁ ନିହାର ରାୟ କାମ କରିଛନ୍ତି । ସେ ଟିକେଟ ପାଇବା ପାଇଁ ହକଦାର ବୋଲି ତାଙ୍କ ସମର୍ଥକ କହିଛନ୍ତି । ନିହାର କହିଛନ୍ତି, ‘‘ଦଶ ବର୍ଷ ଧରି ମୁଁ ଦଳ ପାଇଁ ଲଢ଼ିଛି ଏବଂ ବର୍ତ୍ତମାନ ଏହି କଠିନ ସମୟରେ ଆଶା ରଖିଥିଲି ଦଳ ମତେ ଟିକେଟ ଦେବ । ହେଲେ ଟିକେଟ ନମିଳିବାରୁ ମୁଁ ଦୁଃଖିତ ଓ ନିରାଶ ।’’

ଅନ୍ୟପଟେ ଦିଲ୍ଲୀପଙ୍କ ପ୍ରତିକ୍ରିୟା ମଧ୍ୟ ସାମ୍ନାକୁ ଆସିଛି । ସେ ଏହି ଦଳୀୟ ଅସନ୍ତୋଷକୁ ପ୍ରଶମିତ କରିବାକୁ ଉଦ୍ୟମ କରୁଥିବା ସନ୍ଦେଶ ଦେଇଛନ୍ତି । ଦିଲ୍ଲୀପ କହିଛନ୍ତି, ''ଯଦି ପ୍ରାର୍ଥୀ ଚୟନରେ କିଛି ଭୁଲ ହୋଇଛି ଓ କେହି ଅସନ୍ତୋଷ ପ୍ରକାଶ କରୁଛନ୍ତି, ତାହାଲେ ଦଳ ଯାହା ନିଷ୍ପତ୍ତି ନେବ ତାହା ଗ୍ରହଣ କରିବି । ଅସନ୍ତୋଷ ବ୍ୟକ୍ତ କରିଥିବା ବିଜେପି କର୍ମୀଙ୍କ ସହ ଯୋଗାଯୋଗରେ ଅଛି, ଆବଶ୍ୟକ ପଡିଲେ ସେମାନଙ୍କ ଘରକୁ ଯାଇ କଥା ହେବି । ସେମାନଙ୍କୁ ବୁଝାଇବାକୁ ପ୍ରୟାସ କରିବି ।’’

ଏହା ମଧ୍ୟ ପଢନ୍ତୁ :- ପଞ୍ଚମ ପର୍ଯ୍ୟାୟରେ 9 ପ୍ରାର୍ଥୀ ଦେଲା BJD: କଣ୍ଟାବାଞ୍ଜିରୁ ଲଢ଼ିବେ ନବୀନ, ବଦଳିଲା ପ୍ରସନ୍ନ-ରୋହିତଙ୍କ ଆସନ - BJD CANDIDATE LIST

ନିକଟରେ ଦିଲ୍ଲୀପଙ୍କ ବିରୋଧରେ ତଳକୋର୍ଟରୁ ଆସିଥିବା କୋଇଲା ଘୋଟାଲା ମାମଲାର ଦଣ୍ଡାଦେଶରେ ଦିଲ୍ଲୀ ହାଇକୋର୍ଟ ରୋକ ଲଗାଇଥିଲେ । ଏହାପରେ ତାଙ୍କର ନିର୍ବାଚନ ଲଢିବା ରାସ୍ତା ଖୋଲିଥିଲା । ଏହାପରେ ତାଙ୍କୁ ଭାରତୀୟ ଜନତା ପାର୍ଟି ରାଉରକେଲାରୁ ବିଧାୟକ ପ୍ରାର୍ଥୀ ଭାବେ ଘୋଷଣା କରିଛି । ମାତ୍ର ନିହାର ଦଳ ପାଇଁ କାମ କରିବା ସହ ଚଳିତ ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା ପାଇଁ କ୍ଷେତ୍ର ପ୍ରସ୍ତୁତି କରିଥିଲେ ସୁଦ୍ଧା ଟିକେଟ ପାଇନଥିଲେ ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.