ETV Bharat / politics

ବିଜେପି-ବିଜେଡି ବାହାଘର ! କଂଗ୍ରେସ ଉପରେ ବର୍ଷିଲେ ବିଜେପି ମୁଖପାତ୍ର ଅନିଲ

author img

By ETV Bharat Odisha Team

Published : Jan 25, 2024, 4:46 PM IST

BJD BJP Marriage
BJD BJP Marriage

BJD BJP Marriage: କଂଗ୍ରେସ ଆଜି ବିଜେପି ଓ ବିଜେଡିର ବିବାହ କରାଇବା ପରେ ପ୍ରତିକ୍ରିୟା ରଖିଲା ରାଜ୍ୟ ବିଜେପି । କେନ୍ଦ୍ରୀୟ ନେତୃତ୍ବ ଓ ବିଜେଡି ସହ ନ୍ୟାରେଟିଭ କରି ଏପରି କଂଗ୍ରେସ କରୁଥିବା କହିଛନ୍ତି ବିଜେପି ମୁଖପାତ୍ର ଅନିଲ ବିଶ୍ବାଳ । ଅଧିକ ପଢନ୍ତୁ

ଭୁବନେଶ୍ବର: ବିଜେଡି ଓ ବିଜେପି ମଧ୍ୟରେ ଭିତିରି ସମ୍ପର୍କ ଥିବା ଚର୍ଚ୍ଚା ଭିତରେ କଟାକ୍ଷ କରି କଂଗ୍ରେସର ନିଆରା ପଦକ୍ଷେପ । ଆଜି ମାଷ୍ଟର କ୍ୟାଣ୍ଟିନ ଛକରେ ଉଭୟ ଦଳର ବିବାହ କରାଇଛି କଂଗ୍ରେସ । ଏହାପରେ ସାମ୍ବାଦିକ ସମ୍ମିଳନୀ କରି କଂଗ୍ରେସ ଉପରେ ବର୍ଷିଛନ୍ତି ବିଜେପି ମୁଖପାତ୍ର ଅନିଲ ବିଶ୍ଵାଳ । ଆଗାମୀ ନିର୍ବାଚନରେ ରାଜ୍ୟରେ ବିଜେପି ସରକାର ଗଢିବାକୁ ଯାଉଥିବାରୁ ଏହାକୁ କଂଗ୍ରେସ ସହ୍ୟ କରିପାରୁନି । ଏଣୁ ବିଜେଡି ଇସାରାରେ ଏଭଳି ମିଥ୍ୟା ପ୍ରଚାର କରୁଛି ବୋଲି କହିଛନ୍ତି ଅନିଲ ।

ବିଜେପି ମୁଖପାତ୍ର ଅନିଲ ଏହି ବାହାଘରକୁ ନେଇ ପ୍ରତିକ୍ରିୟା ରଖି କହିଛନ୍ତି, "କେନ୍ଦ୍ରୀୟ ନେତୃତ୍ବଙ୍କ ପାଖରେ ବୋଧ ହୁଏ ଖବର ଅଛି ଓଡ଼ିଶାରେ ଏଥର ବିଜେପି ସରକାର ହେବାକୁ ଯାଉଛି । ଏଣୁ କଂଗ୍ରେସ ନେତୃତ୍ବକୁ ଚିନ୍ତା ଘାରିଛି । ତେଣୁ ରାଜ୍ୟ କଂଗ୍ରେସକୁ ନିର୍ଦ୍ଦେଶ ଦିଆଯାଇଛି ବିଜେଡି ପଛେ ସରକାରରେ ବସୁ ବିଜେପି ନ ଆସୁ । ସେଥିପାଇଁ ବିଜେଡି ସହ ମିଶି ଯେଉଁ ନ୍ୟାରେଟିଭ ବିଜେଡି ତିଆରି କରିଛି ତାକୁ କଂଗ୍ରେସ ପ୍ରଚାର କରୁଛି। କଂଗ୍ରେସ ନେତା ପ୍ରସାଦ ହରିଚନ୍ଦନ କହିଥିଲେ ବିଜେଡି ସହ କଂଗ୍ରେସର ଡିଲ ହୋଇଛି । କଂଗ୍ରେସର ଅନ୍ୟ ନେତାମାନେ ବି କହିଛନ୍ତି ପିସିସି ସଭାପତି କିଏ ହେବା ନବୀନ ବାଛନ୍ତି । ଉପ ନିର୍ବାଚନରେ କଂଗ୍ରେସର ସବୁ ଭୋଟ ବିଜେପି ପାଖକୁ ଯାଇଛି। ଏଥିରୁ ସ୍ପଷ୍ଟ କଂଗ୍ରେସ ବିଜେଡି ସହ ମିଶି ଏହି ନ୍ୟାରେଟିଭକୁ ପ୍ରଚାର ପ୍ରସାର କରୁଛି।"

ଏହା ବି ପଢନ୍ତୁ- Odisha Assembly: ବିଜେଡି-ବିଜେପି ଏକ, ବିଧାନସଭାରେ ପ୍ରମାଣିତ କରିବୁ: କଂଗ୍ରେସ ବିଧାୟକ

ସୂଚନା ଥାଉକି, ପୂର୍ବରୁ ମଧ୍ୟ ଅନେକ ଥର କଂଗ୍ରେସ ନେତାମାନେ କେନ୍ଦ୍ରରେ ବିଜେଡି-ବିଜେପିର ମଧୁଚନ୍ଦ୍ରିକା ନେଇ ଅଭିଯୋଗ କରିଛନ୍ତି । ନିକଟରେ କଂଗ୍ରେସ ପ୍ରଭାରୀ ଅଜୟ କୁମାର କେନ୍ଦ୍ରରେ କୋଳାକୋଳି ସ୍ଥିତି ନେଇ କଟାକ୍ଷ କରିଥିଲେ । କିନ୍ତୁ ଆଜି କଂଗ୍ରେସ ଏକ ନିଆରା ଢଙ୍ଗରେ ପ୍ରତିବାଦ କରିଛି । ବେଦୀରେ ବ୍ରାହ୍ମଣ ବିବାହ ମନ୍ତ୍ର ପାଠ କରୁଛନ୍ତି ଆଉ ଅନ୍ୟପଟେ ବାଜା ବାଜୁଛି । ବିବାହ କାର୍ଡରେ ଲେଖାଯାଇଛି ବିଜେଡି ୱେଡ୍ସ ବିଜେପି । କଂଗ୍ରେସ କହିଛି, ୨୫ ବର୍ଷ ହେଲା ଏକାଠି ରହୁଛନ୍ତି ବିଜେପି ଓ ବିଜେଡି । ତେଣୁ ଏବେ ବାହାଘରର ସମୟ ଆସିଛି । ତେଣୁ ଉଭୟଙ୍କ ବାହାଘର କରାଯାଉଛି । ଏହି ଅବସରରେ କଂଗ୍ରେସର ବରିଷ୍ଠ ନେତାମାନେ ଏବଂ ପ୍ରଭାରୀ ଉପସ୍ଥିତ ଥିଲେ । ଆଗରୁ କଂଗ୍ରେସର ପ୍ରଭାରୀ କହିଥିଲେ ଯେ ବିଜେପି ଏବଂ ବିଜେଡି ଲିଭ ଇନରେ ଅଛନ୍ତି । ସେମାନଙ୍କ ବାହାଘର ଆମେ କରିବୁ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.