ETV Bharat / state

Odisha Assembly: ବିଜେଡି-ବିଜେପି ଏକ, ବିଧାନସଭାରେ ପ୍ରମାଣିତ କରିବୁ: କଂଗ୍ରେସ ବିଧାୟକ

author img

By ETV Bharat Odisha Team

Published : Aug 31, 2023, 5:23 PM IST

ସେପ୍ଟେମ୍ବର ୨୨ରୁ ଅକ୍ଟୋବର ୪ ତାରିଖ ପର୍ଯ୍ୟନ୍ତ ଚାଲିବ ବିଧାନସଭା ମୌସୁମୀ ଅଧିବେଶନ । ପ୍ରଥମ ଦିନ ଦିବଙ୍ଗତ ସଭ୍ୟ ମାନଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ଆଣିବେ ସରକାର । ପରେ ଗୃହକୁ ୪ଟା ପର୍ଯ୍ୟନ୍ତ ମୁଲତବୀ କରାଯିବ । ସେହିଦିନ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଗୃହରେ ଅଭିଭାଷଣ ରଖିବେ । ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଗୃହରେ ଆଲୋଚନା କରାଯିବ । ଅଧିକ ପଢନ୍ତୁ

Odisha Assembly: ବିଜେଡି ବିଜେପି ଏକ, ବିଧାନସଭାରେ ପ୍ରମାଣିତ କରିବୁ: କଂଗ୍ରେସ ବିଧାୟକ
Odisha Assembly: ବିଜେଡି ବିଜେପି ଏକ, ବିଧାନସଭାରେ ପ୍ରମାଣିତ କରିବୁ: କଂଗ୍ରେସ ବିଧାୟକ

Odisha Assembly: ବିଜେଡି ବିଜେପି ଏକ, ବିଧାନସଭାରେ ପ୍ରମାଣିତ କରିବୁ: କଂଗ୍ରେସ ବିଧାୟକ

ଭୁବନେଶ୍ବର: କମ୍ପିବ ବିଧାନସଭା ମୌସୁମୀ ଅଧିବେଶନ । ଭିନ୍ନ ଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ଅଡ଼ୁଆରେ ପକାଇବାକୁ ଆରମ୍ଭ ହେବ ବିରୋଧୀଙ୍କ ସଜବାଜ । ଆସନ୍ତା ୨୨ରୁ ଅକ୍ଟୋବର 4 ତାରିଖ ପର୍ଯ୍ୟନ୍ତ ଚାଲିବ ଏହି ଅଧିବେଶନ । ମୋଟ ୧୧ ଦିନ ଧରି ଚାଲିବାକୁ ଏହି ଅଧିବେଶନ ବେଶ ସରଗରମ ହୋଇପାରେ । ସ୍ବଳ୍ପକାଳୀନ ଅଧିବେଶନରେ ଲମ୍ବା ପ୍ରସଙ୍ଗ ନେଇ ଗୃହରେ ଶାସକ ଦଳକୁ ଘେରିବାକୁ ରଣନୀତି ପ୍ରସ୍ତୁତ କରିଛନ୍ତି ବିରୋଧୀ ।

ବିଧାନସଭାର ମୌସୁମୀ ଅଧିବେଶନ ଘୋଷଣା ହେବା ପରେ କଂଗ୍ରେସ ବିଧାଯକ ତାରା ପ୍ରସାଦ ବାହିନୀପତି କହିଛନ୍ତି ଖାଲି ପଡିଥିବା ବାଚସ୍ପତି ପଦ ପାଇଁ ସରକାର ଯାହାକୁ ଚାହିଁବେ ତାକୁ ବସାଇବେ । ଆଲୋଚନା ଯାହା ହେବା କଥା ହେବ । କିନ୍ତୁ ଆମକୁ ପ୍ରଥମେ ପ୍ରମାଣିତ କରିବାକୁ ହେବ ବିଜେଡି ବିଜେପି ଗୋଟିଏ । ବଜେଟରେ ନଥାଇ ବିଭିନ୍ନ ଯୋଜନା ତିଆରି କରୁଛନ୍ତି ଘୋଷଣା କରିଛନ୍ତି ସରକାର । ବିଜୁ ଗୁଣ୍ଡା ବାହିନୀ କରି 400 କୋଟି ସାରିଦେଲେ । ବିଭିନ୍ନ ବାଟ ଦେଇ ରାଜ୍ୟରୁ ହରିଲୁଟ ହେଉଛି । ଯୁବ ସମାଜ ଚାଁହୁଛନ୍ତି କାମ ପାଇଁ । ହେଲେ ସରକାର କଣ କରୁଛନ୍ତି । ବିଧାନସଭାରେ ମୁଖ୍ୟ ବିରୋଧୀ ଦଳ ହେଉଛନ୍ତି କଂଗ୍ରେସ । ଆମେ ଲୋକଙ୍କ ପାଇଁ ଅଛୁ । ରାଜ୍ୟରେ ଯେଉଁଭଳି ନିର୍ବାଚିତ ପ୍ରତିନିଧି ମାନଙ୍କୁ ଅଣଦେଖା କରାଯାଉଛି ସେ ପ୍ରସଙ୍ଗ ମଧ୍ୟ ଉଠାଇବୁ। ଚାଷୀଙ୍କ, ମହିଳା ଙ୍କ ସମସ୍ୟା ଉଠାଇବୁ ବିଭିନ୍ନ ସମୟରେ ଲୋକ ପ୍ରତିନିଧିଙ୍କୁ ଅବହେଳା ପ୍ରସଙ୍ଗ ଉଠାଇବୁ । ବଜେଟ ଆସିଲେ ଜଣାପଡିବ ଆଗୁଆ ନିର୍ବାଚନ ହେବ କି ନାହିଁ ବୋଲି ତାରା କହିଛନ୍ତି ।

ଏହାବି ପଢନ୍ତୁ- Assembly Monsoon Session: ଆସନ୍ତା ୨୧ରେ ବାଚସ୍ପତି ନିର୍ବାଚନ, ୨୨ରୁ ମୌସୁମୀ ଅଧିବେଶନ

ସେପ୍ଟେମ୍ବର ୨୨ରୁ ଅକ୍ଟୋବର ୪ ତାରିଖ ପର୍ଯ୍ୟନ୍ତ ଚାଲିବ ବିଧାନସଭା ମୌସୁମୀ ଅଧିବେଶନ । ପ୍ରଥମ ଦିନ ଦିବଙ୍ଗତ ସଭ୍ୟ ମାନଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ଆଣିବେ ସରକାର । ପରେ ଗୃହକୁ ୪ଟା ପର୍ଯ୍ୟନ୍ତ ମୁଲତବୀ କରାଯିବ । ସେହିଦିନ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଗୃହରେ ଅଭିଭାଷଣ ରଖିବେ । ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଗୃହରେ ଆଲୋଚନା କରାଯିବ । 3 ତାରିଖ ଦିନ ଅର୍ଥମନ୍ତ୍ରୀ ବିକ୍ରମ ଆରୁଖ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ କାମଚଳା ବଜେଟ ଉପସ୍ଥାପନ କରିବେ।

ସେପଟେ ସ୍ବଳ୍ପକାଳୀନ ମୌସୁମୀ ଅଧିବେଶନ ବେଶ ସରଗମର ହେବ । ଉଭୟ ଶାସକ ଓ ବିରୋଧି ଗୃହରେ ବିଭିନ୍ନ ପ୍ରସଙ୍ଗରେ ମୁହାଁମୁହିଁ ହେବେ । ଆସନ୍ତା 21ତାରିଖରେ ବାଚସ୍ପତି ନିର୍ବାଚନ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିବାକୁ ଯାଉଥିବା ବିଜେଡି ବିଧାୟକ ଦଳ ବୈଠକରେ ଅଧିବେଶନ ପାଇଁ ରଣନୀତି ପ୍ରସ୍ତୁତ କରିବ ଶାସକ ଦଳ। ସେହିପରି ବିରୋଧି ମଧ୍ୟ ଚାଷୀ ଠାରୁ ଆରମ୍ଭ କରି ଆଇନ ଶୃଙ୍ଖଳାକୁ ମୁଖ୍ୟ ପ୍ରସଙ୍ଗ କରିବ ବୋଲି କହିଛି। ଯାହା ଉଭୟ ଦଳର ବିଧାୟକ ଦଳ ବୈଠକରେ ରଣନୀତି ପ୍ରସ୍ତୁତ କରାଯିବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.