ETV Bharat / state

Assembly Monsoon Session: ଆସନ୍ତା ୨୧ରେ ବାଚସ୍ପତି ନିର୍ବାଚନ, ୨୨ରୁ ମୌସୁମୀ ଅଧିବେଶନ

author img

By ETV Bharat Odisha Team

Published : Aug 31, 2023, 12:40 PM IST

ଆସନ୍ତା ୨୧ରେ ବାଚସ୍ପତି ନିର୍ବାଚନ ଅନୁଷ୍ଠିତ ହେବ । ଏହା ପରେ ସେପ୍ଟେମ୍ବର 22 ତାରିଖରେ ବିଧାନସଭା ମୌସୁମୀ ଅଧିବେଶନ ଅନୁଷ୍ଠିତ ହେବ । ଅଧିକ ପଢନ୍ତୁ

ବିଧାନସଭା ମୌସୁମୀ ଅଧିବେଶନ
monsoon session of odisha assembly

ଭୁବନେଶ୍ବର: ସେପ୍ଟେମ୍ବର 22 ତାରିଖରୁ ବିଧାନସଭା ମୌସୁମୀ ଅଧିବେଶନ ଆରମ୍ଭ ହେବ । ଷୋଡଶ ବିଧାନସଭାର ମୌସୁମୀ ଅଧିବେଶନ ଅକ୍ଟୋବର 4 ତାରିଖ ଯାଏ ଚାଲିବ ଅଧିବେଶନ । ଅକ୍ଟୋବର 3 ତାରିଖରେ ଆସିବ ଅତିରିକ୍ତ ବଜେଟ । ଅନ୍ୟପଟେ ମୌସୁମୀ ଅଧିବେଶନ ପୂର୍ବରୁ ସେପ୍ଟେମ୍ବର 21 ତାରିଖରେ ବାଚସ୍ପତି ନିର୍ବାଚନ ଅନୁଷ୍ଠିତ ହେବ ।

ଅନ୍ୟପଟେ କିଏ ହେବେ ପରବର୍ତ୍ତୀ ବାଚସ୍ପତି ? ଏନେଇ ଲାଗି ରହିଥିବା ଚର୍ଚ୍ଚାର ଅବସାନ ହେବାକୁ ଯାଉଛି । ଆସନ୍ତା ୨୧ରେ ପରବର୍ତ୍ତୀ ବାଚସ୍ପତି ନେଇ ନିର୍ବାଚନ ହେବ । ଏହା ପରେ ସେପ୍ଟେମ୍ବର ୨୨ରୁ ବିଧାନସଭା ମୌସୁମୀ ଅଧିବେଶନ ଆରମ୍ଭ ହେବ । ମୌସୁମୀ ଅଧିବେଶନ ସେପ୍ଟେମ୍ବର ୨୨ରୁ ଆରମ୍ଭ ହୋଇ ଅକ୍ଟୋବର ୪ ପର୍ଯ୍ୟନ୍ତ ଚାଲିବ । ୩ ତାରିଖରେ ଅତିରିକ୍ତ ବଜେଟ ଆଗତ ହେବା ନେଇ ସୂଚନା ମିଳିଛି ।

ବିଧାନସଭା ଅଧିବେଶନ ପୂର୍ବରୁ ବାଚସ୍ପତି ନିର୍ବାଚନ ସରିବା ନେଇ ସୂଚନା ମିଳିଛି । ଆସନ୍ତା ମାସ ଅର୍ଥାତ ସେପ୍ଟେମ୍ବର 21 ତାରିଖରେ ବାଚସ୍ପତି ନିର୍ବାଚନ ଅନୁଷ୍ଠିତ ହେବ । ବିକ୍ରମ କେଶରୀ ଆରୁଖଙ୍କ ଇସ୍ତଫା ପରେ ବାଚସ୍ପତି ପଦ ଖାଲି ପଡିଛି । ଏନେଇ ସେପ୍ଟେମ୍ବର 21 ତାରିଖରେ ବାଚସ୍ପତି ନିର୍ବାଚନ ଅନୁଷ୍ଠିତ ହେବ । ନିର୍ବାଚନ ପାଇଁ 18ରେ ନାମାଙ୍କନ ଦାଖଲ ହେବା ନେଇ ସୂଚନା ମିଳିଛି । ପରଜଙ୍ଗ ବିଧାୟକ ନୃସିଂହ ସାହୁ ବାଚସ୍ପତି ହେବା ନେଇ ଚର୍ଚ୍ଚା ଲାଗି ରହିଛି । ଜୁଲାଇ 13 ତାରିଖ 2022ରେ ନୂଆ ବାଚସ୍ପତି ଭାବେ ଦାୟିତ୍ବ ନେଇଥିଲେ ବିକ୍ରମ କେଶରୀ ଆରୁଖ ।

ଏହା ବି ପଢନ୍ତୁ...କାମଚଳା ବାଚସ୍ପତିରେ ଚାଲିଛି ବିଧାନସଭା, ପଦକ୍ଷେପ ନେବାକୁ ଦାବି କଲେ ନରସିଂହ

ଏହା ବି ପଢନ୍ତୁ...ବଢିବ ପ୍ରତି ପଞ୍ଚାୟତରେ କଲ୍ୟାଣ ମଣ୍ଡପ ନିର୍ମାଣ ପାଣ୍ଠି !

ପ୍ରକାଶ ଥାଉ କି, ଫେବୃଆରୀ 21 ତାରିଖରୁ ଏପ୍ରିଲ 6 ତାରିଖ ଯାଏ ବିଧାନସଭା ବଜେଟ ଅଧିବେଶ ଚାଲିଥିଲା । ଦୁଇ ପର୍ଯ୍ୟାୟରେ ଅଧିବେଶନ ହୋଇଥିଲା । ପ୍ରଥମଟି ଫେବୃଆରୀ 21ରୁ ମାର୍ଚ୍ଚ 1 ଓ ଦ୍ବିତୀୟ ଅଧିବେଶନ ମାର୍ଚ୍ଚ 10ରୁ ଏପ୍ରିଲ 6 ତାରିଖ ଯାଏ ଦ୍ବିତୀୟ ପର୍ଯ୍ୟାୟ ଅଧିବେଶ ଚାଲିଥିବା । ଫେବୃଆରୀ 24 ତାରିଖରେ ଅର୍ଥମନ୍ତ୍ରୀ 2023-24 ପାଇଁ ଆର୍ଥିକ ବଜେଟ ଉପସ୍ଥାପନ କରିଥିଲେ । 27.28 ଓ ମାର୍ଚ୍ଚ 1 ତାରିଖରେ ବଜେଟ ଉପରେ ସାଧାରଣ ଆଲୋଚନା ହୋଇଥିଲା ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.