ETV Bharat / politics

ସୁବର୍ଣ୍ଣପୁରରେ ପାଣ୍ଡିଆନଙ୍କ ଜୋରଦାର ପ୍ରଚାର, ଦଳୀୟ ପ୍ରାର୍ଥୀଙ୍କ ପାଇଁ କଲେ ଭୋଟ ଭିକ୍ଷା - VK Pandian Election Campaign

author img

By ETV Bharat Odisha Team

Published : May 5, 2024, 9:07 PM IST

VK Pandian Election Campaign In Subarnapur: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡର କଇରାଝୁଲି ଓ ସଦର ସୋନପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜେଡି ବିଧାୟକ ପ୍ରାର୍ଥୀଙ୍କ ପାଇଁ ଭୋଟ ଭିକ୍ଷା କରିଛନ୍ତି ପାଣ୍ଡିଆନ। ଅଧିକ ପଢ଼ନ୍ତୁ

ସୁବର୍ଣ୍ଣପୁରରେ ପାଣ୍ଡିଆନଙ୍କ ଜୋରଦାର ପ୍ରଚାର,
ସୁବର୍ଣ୍ଣପୁରରେ ପାଣ୍ଡିଆନଙ୍କ ଜୋରଦାର ପ୍ରଚାର, (Etv Bharat Odisha)

ସୁବର୍ଣ୍ଣପୁରରେ ପାଣ୍ଡିଆନଙ୍କ ଜୋରଦାର ପ୍ରଚାର, (Etv Bharat Odisha)

ସୁବର୍ଣ୍ଣପୁର: ଚଳିତ ଲୋକସଭା ଓ ରାଜ୍ୟ ବିଧାନସଭା ନିର୍ବାଚନ ପାଇଁ ସୁବର୍ଣ୍ଣପୁର ଜିଲ୍ଲାରେ ରାଜନୈତିକ ଉଷ୍ଣତା ବେଶ ବଢିବାରେ ଲାଗିଛି । ବିଭିନ୍ନ ରାଜନୈତିକ ଦଳ ତଥା ସ୍ବାଧୀନ ପ୍ରାର୍ଥୀମାନେ ସଭାସମିତି ଓ ଶୋଭାଯାତ୍ରା ଆୟୋଜନ କରି ଜନସାଧାରଣଙ୍କୁ ନିଜ ଆଡକୁ ଆକୃଷ୍ଟ କରିବା ସହିତ ଭୋଟ ହାତେଇବାକୁ ଜୋରସୋର ଉଦ୍ୟମ ଜାରି ରଖିଛନ୍ତି । ବିଭିନ୍ନ ରାଜନୈତିକ ଦଳର ତୁଙ୍ଗ ନେତାମାନେ ଜିଲ୍ଲାର ବିଭିନ୍ନ ଅଞ୍ଚଳକୁ ଗସ୍ତ କରି ନିଜ ପ୍ରାର୍ଥୀଙ୍କ ସପକ୍ଷରେ ମତଦାନ କରିବାକୁ ଜନସାଧାରଣଙ୍କ ଉପରେ ପ୍ରତିଶୃତିର ବର୍ଷା କରୁଛନ୍ତି । ଏହି ପରିପ୍ରେକ୍ଷୀରେ ଆଜି ସୁବର୍ଣ୍ଣପୁରରେ ବିଜେଡି ନେତା ଭିକେ ପାଣ୍ଡିଆନଙ୍କ ଦୁଇ ଦୁଇଟି ଜନସମାବେଶରେ ଯୋଗ ଦେଇ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ଭିକ୍ଷା କରିଛନ୍ତି ।

ସୁବର୍ଣ୍ଣପୁର ଜିଲ୍ଲାର ବୀରମହାରାଜପୁର ଉପଖଣ୍ଡର କଇରାଝୁଲି ଓ ସଦର ସୋନପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ସିଆଲି ଠାରେ ଭିକେ ପାଣ୍ଡିଆନ ସାଧାରଣ ସଭାରେ ଉଦବୋଧନ ଦେଇଛନ୍ତି । ରାଜ୍ୟରେ ବିଜେଡି ସରକାରର ବିକାଶ ଓ ଉନ୍ନତିମୂଳକ କାର୍ଯ୍ୟକୁ ନେଇ ବିଜେଡିକୁ ବିଜୟୀ କରାଇବାକୁ ପାଣ୍ଡିଆନ ଜନସାଧାରଣଙ୍କୁ ଉଭୟ ନିର୍ବାଚନୀ ସଭାରେ ଅନୁରୋଧ କରିଛନ୍ତି । ଚଳିତ ନିର୍ବାଚନରେ ନବୀନ ଓଡିଶା ଗଠନ ପାଇଁ ପୁଣିଥରେ ଶଙ୍ଖ ଚିହ୍ନରେ ଭୋଟ ଦେଇ ସଶକ୍ତ ପ୍ରଦେଶ ଭାବେ ଓଡିଶାକୁ ପରିଣତ କରିବା ପାଇଁ ଜନସାଧାରଣଙ୍କୁ ନିବେଦନ କରିଛନ୍ତି । ନବୀନ ଓଡିଶା ସ୍ବପ୍ନ ନେଇ ରାଜ୍ୟ ସରକାର ଉଦ୍ୟମ ଜାରି ରଖିଥିବା ବେଳେ ଏହି ସ୍ବପ୍ନକୁ ବାସ୍ତବରେ ପରିଣତ କରିବା ପାଇଁ ଜନସାଧାରଣଙ୍କ ସହଯୋଗ ଭିକ୍ଷା କରିଛନ୍ତି ।

ତେବେ କଇରାଝୁଲି ଠାରେ ଆୟୋଜିତ ସାଧାରଣ ସଭାରେ ପାଣ୍ଡିଆନଙ୍କ ସମେତ ବିଜେଡି ପ୍ରାର୍ଥୀ ପଦ୍ନନାଭ ବେହେରା, ବଲାଙ୍ଗୀର ଲୋକସଭା ପ୍ରାର୍ଥୀ ସୁରେନ୍ଦ୍ର ସିଂ ଭୋଇ ଜନସାଧାରଣଙ୍କୁ ଉଦବୋଧନ ଦେଇଥିଲେ । ସେହିପରି ସିଆଲି ଠାରେ ଆୟୋଜିତ ସମାବେଶରେ ସଦର ସୋନପୁର ନିର୍ବାଚନ ମଣ୍ଡଳୀର ବିଜେଡି ପ୍ରାର୍ଥୀ ନିରଂଜନ ପୂଜାରୀ ଜନସାଧାରଣଙ୍କୁ ନିଜ ସପକ୍ଷରେ ମତଦାନ କରିବାକୁ ନିବେଦନ କରିଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...ମୋଦିଙ୍କ ଗସ୍ତ ପାଇଁ ବଢିଲା ସୁରକ୍ଷା, କମିସନରଙ୍କ ସହ ଅଫିସରଙ୍କ ବୈଠକ - PM MODI ODISHA VISIT

ସୁବର୍ଣ୍ଣପୁର ସହ ଆଜି ବୌଦ୍ଧ ଜିଲ୍ଲା ପୁରୁଣା କଟକ ହାଇସ୍କୁଲ ପଡ଼ିଆ ଠାରେ ଆୟୋଜିତ ବିଜେଡିର ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ଭିକେ ପାଣ୍ଡିଆନ । ବୌଦ୍ଧ ନିର୍ବାଚନ ମଣ୍ଡଳୀର ବିଜେଡି ବିଧାୟକ ପ୍ରାର୍ଥୀ ପ୍ରଦୀପ କୁମାର ଅମାତ ଓ କନ୍ଧମାଳ ସାଂସଦ ପ୍ରାର୍ଥୀ ଅଚ୍ୟୁତାନନ୍ଦ ସାମନ୍ତଙ୍କ ପାଇଁ ଭୋଟ ଭିକ୍ଷା କରିଥିଲେ ପାଣ୍ଡିଆନ । ଦଳୀୟ ନେତା ଓ କର୍ମୀଙ୍କୁ ଏକତ୍ରିତ ହୋଇ କାର୍ଯ୍ୟ କରିବାକୁ ଆହ୍ବାନ ଦେବା ସହିତ ଉଭୟ ବିଧାୟକ ଓ ସାଂସଦ ପ୍ରାର୍ଥୀଙ୍କୁ ଶଙ୍ଖ ଚିହ୍ନରେ ଭୋଟ ଦେଇ ବିଜୟୀ କରାଇବା ପାଇଁ ଉପସ୍ଥିତ ଜନସାଧାରଣଙ୍କୁ ପାଣ୍ଡିଆନ ଅନୁରୋଧ କରିଥିଲେ ।

ଇଟିଭି ଭାରତ, ସୁବର୍ଣ୍ଣପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.