ETV Bharat / politics

'କଂଗ୍ରେସ ଗ୍ୟାରେଣ୍ଟି'କୁ ନେଇ ଭବାନୀପାଟଣାରେ ଦଳର ସାମ୍ବାଦିକ ସମ୍ମିଳନୀ - Congress Press Conference

author img

By ETV Bharat Odisha Team

Published : Mar 23, 2024, 10:23 PM IST

କଂଗ୍ରେସ ଗ୍ୟାରେଣ୍ଟି
କଂଗ୍ରେସ ଗ୍ୟାରେଣ୍ଟି

Congress Press Conference In Kalahandi: ୨୦୨୪ ନିର୍ବାଚନ ପାଇଁ ୯ ସୂତ୍ରୀ ଇସ୍ତାହାର ଘୋଷଣା କରିଛି କଂଗ୍ରେସ । ଏନେଇ ଆଜି କଳାହାଣ୍ଡି ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଭବାନୀପାଟଣା ଠାରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି । ଅଧିକ ପଢ଼ନ୍ତୁ

କଂଗ୍ରେସ ଗ୍ୟାରେଣ୍ଟି

ଭବାନୀପାଟଣା: ପାଖେଇ ଆସୁଛି ୨୦୨୪ ନିର୍ବାଚନ । ଏନେଇ ପ୍ରମୁଖ ରାଜନୈତିକ ଦଳ ଗୁଡ଼ିକ ପ୍ରସ୍ତୁତି ଆରମ୍ଭ କରିସାରିଛନ୍ତି । ଏହାରି ଭିତରେ ୨୦୨୪ ନିର୍ବାଚନ ପାଇଁ ୯ ସୂତ୍ରୀ ଇସ୍ତାହାର ଘୋଷଣା କରିଛି କଂଗ୍ରେସ । ସରକାରକୁ ଆସିଲେ ଦଳ ଓଡ଼ିଶାବାସୀଙ୍କ ପାଇଁ କଣ ସବୁ ଯୋଜନା କରିବ, ସେନେଇ ୯ ଟି ଗ୍ୟାରେଣ୍ଟି ଘୋଷଣା କରିଛି କଂଗ୍ରେସ । ଏନେଇ ଆଜି କଳାହାଣ୍ଡି ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଭବାନୀପାଟଣା ଠାରେ ଥିବା ଦଳୀୟ କାର୍ଯ୍ୟାଳୟ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି ।

ତେବେ କଂଗ୍ରେସ ପକ୍ଷରୁ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା କଂଗ୍ରେସ ସଭାପତି ଭାରତ ଭୂଷଣ ବେମା ଦେଇ ଆସନ୍ତା ନିର୍ବାଚନକୁ ନେଇ କଂଗ୍ରେସର ଗ୍ୟାରେଣ୍ଟି ବିଷୟରେ ପ୍ରକାଶ କରିଛନ୍ତି । କଂଗ୍ରେସ ଗ୍ୟାରେଣ୍ଟି ହେଉଛି ଚାଷୀଙ୍କୁ ବୋନସ୍‌ ସହ ଧାନ ସହାୟକ ମୂଲ୍ୟ କ୍ବିଣ୍ଟାଲ ପ୍ରତି ୩୦୦୦ ଟଙ୍କା କରିବା । ଏହାସହ କୃଷିଋଣ ଛାଡ଼ କରିବାକୁ ମଧ୍ୟ ଘୋଷଣା କରିଛି ଦଳ । ସେହିପରି ପ୍ରତି ବିଦ୍ୟୁତ ଉପଭୋକ୍ତାଙ୍କ ପାଇଁ ୨୦୦ ୟୁନିଟ୍‌ ବିଦ୍ୟୁତ୍‌ ଦେୟ ଛାଡ଼ । ୫ ଲକ୍ଷ ଯୁବକ ଯୁବତୀଙ୍କ ପାଇଁ ନିଶ୍ଚିନ୍ତ ନିଯୁକ୍ତି ବ୍ୟବସ୍ଥା । ପ୍ରତି ମାସରେ ବେକାରୀ ଭତ୍ତା ୩୦୦୦ ହଜାର ଟଙ୍କା ଦିଆଯିବ । 3 ବର୍ଷ ପର୍ଯ୍ୟନ୍ତ ପ୍ରତି ମାସରେ ଏହି ଭତ୍ତା ଯୁବକମାନଙ୍କୁ ଦିଆଯିବ ।

ଏହା ମଧ୍ୟ ପଢ଼ନ୍ତୁ...କଂଗ୍ରେସ ଗ୍ୟାରେଣ୍ଟି: '2024ରେ ସରକାର ଗଢିବ ଦଳ' - Congress Guarantee

ଏହାସହ ସମସ୍ତ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀଙ୍କ ବ୍ୟାଙ୍କ ଋଣ ଛାଡ଼ । ଗୃହଲକ୍ଷ୍ମୀ ଯୋଜନାରେ ପ୍ରତ୍ୟେକ ଘରର ମୁଖ୍ୟ (ମହିଳା)ଙ୍କୁ ୨୦୦୦ ଟଙ୍କା ଭତ୍ତା । ପ୍ରତ୍ୟେକ ମାସରେ ଏହି ଭତ୍ତା ଦିଆଯିବ । ପ୍ରତି ପରିବାରକୁ ମାସକୁ ୫୦୦ ଟଙ୍କାରେ ଏଲ୍‌ପିଜି ଗ୍ୟାସ୍‌ ସିଲିଣ୍ଡର । ସରକାରୀ କର୍ମଚାରୀଙ୍କ ସମେତ ସମସ୍ତଙ୍କ ପାଇଁ ୨୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସରକାରୀ ଓ ବେସରକାରୀ ଚିକିତ୍ସାଳୟରେ ମାଗଣା ଚିକିତ୍ସା । ବାର୍ଦ୍ଧକ୍ୟ ଭତ୍ତା, ବିଧବା ଭତ୍ତା ଓ ଦିବ୍ୟାଙ୍ଗ ଭତ୍ତା ମାସିକ ୨୦୦୦ ଟଙ୍କା । କୃଷକଙ୍କ ପାଇଁ ମାସିକ ପେନ୍‌ସନ୍‌ ୨୦୦୦ ଟଙ୍କା । ଏହା ବ୍ୟତୀତ କ୍ଷମତାକୁ ଆସିବାର ୧୦୦ ଦିନ ମଧ୍ୟରେ ରାଜ୍ୟରେ ଜାତି ଭିର୍ତ୍ତିକ, ସାମାଜିକ ଓ ଆର୍ଥିକ ସର୍ଭେ ଆରମ୍ଭ ଏବଂ ଅନୁସୂଚିତ ଜାତି ଓ ଜନଜାତିଙ୍କୁ ୩୫ କିଲୋ ଚାଉଳ ସହିତ ୧ କେଜି ଡାଲି, ୧ ଲିଟର ତେଲ, ୧ କେଜି ଲୁଣ, ୨୫୦ ଗ୍ରାମ ହଳଦୀ ମଧ୍ୟ ଦେବାକୁ ଘୋଷଣା କରିଛି କଂଗ୍ରେସ ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.