ETV Bharat / state

କଂଗ୍ରେସ ଗ୍ୟାରେଣ୍ଟି: '2024ରେ ସରକାର ଗଢିବ ଦଳ' - congress guarantee

author img

By ETV Bharat Odisha Team

Published : Mar 23, 2024, 7:57 PM IST

CONGRESS GUARANTEE: କଂଗ୍ରେସ ଦେଲା ୧୦ଟି ଗ୍ୟାରେଣ୍ଟି, ସରକାରକୁ ଆସିଲେ ୧୦୦ ଦିନ ଭିତରେ ହେବ ପୂରଣ । ଅଧିକ ପଢନ୍ତୁ

କଂଗ୍ରେସ ଗ୍ୟାରେଣ୍ଟି:'2024 ସରକାର ଗଢିବ ଦଳ'
କଂଗ୍ରେସ ଗ୍ୟାରେଣ୍ଟି:'2024 ସରକାର ଗଢିବ ଦଳ'

କଂଗ୍ରେସ ଗ୍ୟାରେଣ୍ଟି:'2024 ସରକାର ଗଢିବ ଦଳ'

କଟକ: ଚଳିତ ସାଧାରଣ ନିର୍ବାଚନ ପାଇଁ ଗ୍ୟାରେଣ୍ଟି କାର୍ଡ ଆଣିଛି କଂଗ୍ରେସ । ଓଡିଶାରେ କିପରି ସରକାର ଗଠନ କରିବ ଦଳ ସେନେଇ କରିଛି ସ୍ବତନ୍ତ୍ର ରଣନୀତି । ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଯେଉଁ ଅପାରଗତା ରହିଛି, ତାହାକୁ ଆଗମୀ ନିର୍ବାଚନରେ ଲୋକମାନଙ୍କୁ ଜଣାଇବ କଂଗ୍ରେସ । ଏହାଛଡ଼ା ଲୋକମାନଙ୍କର ବିକାଶ କରିବା ଦିଗରେ ଗ୍ୟାରେଣ୍ଟି ଦେଇ ସାରିଛି କଂଗ୍ରେସ । ଏହି ପରିପ୍ରେକ୍ଷୀରେରେ ଓଡ଼ିଶା ପ୍ରଦେଶ କଂଗ୍ରେସ ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ସଂକଳ୍ପ ପତ୍ରକୁ ଆଜି (ଶନିବାର) ଦିନ ଘୋଷଣା କରିଛି କଟକ ନଗର କଂଗ୍ରେସ କମିଟି ।

କଟକ କଲେଜ ଛକ ସ୍ଥିତ କଂଗ୍ରେସ କାର୍ଯ୍ୟାଳୟଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସଂକଳ୍ପ ପତ୍ରକୁ ଜିଲ୍ଲାସ୍ତରରେ ସାର୍ବଜନୀନ କରାଯାଇଛି । ତେବେ କଂଗ୍ରେସ କହିଛି ଯେ, ୨୪ ବର୍ଷର ବିଜେଡି ଶାସନ ଓ ୯ ବର୍ଷର ବିଜେପି ଶାସନରେ ଯାହା ହୋଇ ନାହିଁ କଂଗ୍ରେସ ତାହା କରି ଦେଖାଇବ । କଂଗ୍ରେସର ଗ୍ୟାରେଣ୍ଟି କାର୍ଡରେ ଧାନର କ୍ରୟ ମୂଲ୍ୟ ବୃଦ୍ଧି ସହ ବୋନସ ଏବଂ କୃଷିଋଣ ଛାଡ଼କୁ ତାଲିକା ଭୁକ୍ତ କରିଛି ଦଳ ।

କଂଗ୍ରେସର ଗ୍ୟାକେଣ୍ଟି କାର୍ଡଗୁଡ଼ିକ ହେଲା : ବୋନସ ସହ ଧାନର କ୍ରୟ ମୂଲ୍ୟ କୁଇଣ୍ଟାଲ ପ୍ରତି ୩୦୦୦ ଟଙ୍କା, କୃଷିଋଣ କରିବା । କୃଷକଙ୍କ ପାଇଁ ମାସିକ ପେନ୍‌ସନ୍ ୨୦୦୦ ଟଙ୍କା । ଏହାପରେ ପ୍ରତ୍ୟେକ ଘରୋଇ ଉପଭୋକ୍ତାଙ୍କ ପାଇଁ ୨୦୦ ୟୁନିଟ୍ ବିଦ୍ୟୁତ୍ ଦେୟ ଛାଡ଼ । ୫ ଲକ୍ଷ ଯୁବକ ଯୁବତୀଙ୍କ ପାଇଁ ନିଯୁକ୍ତି ବ୍ୟବସ୍ଥା । ବେକାରୀ ଭତ୍ତା ମାସିକ ୩୦୦୦ ଟଙ୍କା ପ୍ରଦାନ କରିବା । ମହିଳା ସ୍ଵୟଂ ସହାୟକ ଗୋଷ୍ଠୀଙ୍କ ବ୍ୟାଙ୍କ ଋଣ ଛାଡ଼ କରିବା । ଏହାସହ ଗୃହଲକ୍ଷ୍ମୀ ଯୋଜନାରେ ପ୍ରତ୍ୟେକ ଘରର ମୁଖ୍ୟ (ମହିଳା)ଙ୍କୁ ମାସିକ ଭତ୍ତା ୨୦୦୦ ଟଙ୍କା ।

ଏହା ମଧ୍ୟ ପଢନ୍ତୁ .....ନୂଆପଡ଼ାରେ ପିସିସି ସଭାପତିଙ୍କ ପ୍ରତିଶ୍ରୁତି, '100 ଦିନରେ ପୂରଣ ହେବ କଂଗ୍ରେସ ଗ୍ୟାରେଣ୍ଟି'

ସେହିପରି ପ୍ରତି ପରିବାରକୁ ମାସକୁ ୫୦୦ ଟଙ୍କାରେ ଗୋଟିଏ ସିଲିଣ୍ଡର । ସରକାରୀ କର୍ମଚାରୀଙ୍କ ସମେତ ସମସ୍ତଙ୍କ ପାଇଁ ୨୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସରକାରୀ ଓ ବେସରକାରୀ ଚିକିତ୍ସାଳୟରେ ମାଗଣା ଚିକିତ୍ସା । ବାର୍ଦ୍ଧକ୍ୟ ଭତ୍ତା, ବିଧବା ଭତ୍ତା ଓ ଦିବ୍ୟାଙ୍ଗ ଭତ୍ତା ମାସିକ ୨୦୦୦ ଟଙ୍କା ପ୍ରଦାନ କରିବା । ରାଜ୍ୟରେ ଜାତିଭିତ୍ତିକ କ-ସାମାଜିକ ଓ ଆର୍ଥିକ ସର୍ଭେ ପୂର୍ବରୁ ତୁରନ୍ତ ଶିକ୍ଷାନୁଷ୍ଠାନ ଓ ଋକିରୀ କ୍ଷେତ୍ରରେ ପଛୁଆ ବର୍ଗ ପାଇଁ ୨୭% ସଂରକ୍ଷଣ ବ୍ୟବସ୍ଥା କରାଯିବ ବୋଲି ସ୍ପଷ୍ଟ କରିଛି କଂଗ୍ରେସ । ଚିଟଫଣ୍ଡ ଦ୍ଵାରା ପ୍ରଭାବିତ ହୋଇଥିବା ଜମାକାରୀ ମାନଙ୍କୁ ୬ମାସ ମଧ୍ୟରେ ଟଙ୍କା ଫେରସ୍ତ ଦେବା ଆଦି ଏହି ତାଲିକାରେ ସ୍ଥାନ ଦେଇଛି କଂଗ୍ରେସ । ଏହି ଅବସରରେ ପୂର୍ବତନ ମନ୍ତ୍ରୀ ବିଜୟଲକ୍ଷ୍ମୀ ସାହୁ, ନଗର ସଭାପତି ସୁରେଶ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.