ETV Bharat / politics

ଆୟକର ନୋଟିସ ବିରୋଧରେ ଦେଶବ୍ୟାପୀ ଗର୍ଜିଲା କଂଗ୍ରେସ, ଆଜି ଇଣ୍ଡିଆ ମେଣ୍ଟର ମହାରାଲି - IT notices to congress

author img

By ETV Bharat Odisha Team

Published : Mar 31, 2024, 7:49 AM IST

Congress Protests over I-T notices: ଆଜି କେଜ୍ରିଓ୍ବାଲଙ୍କ ଗିରଫଦାରୀ ବିରୋଧରେ ରାମଲୀଳା ମୈଦାନରେ ‘ଇଣ୍ଡିଆ’ ମେଣ୍ଟର ମହାରାଲି । ଗତକାଲି ଆୟକର ନୋଟିସ ବିରୋଧରେ ବିଭିନ୍ନ ସ୍ଥାନରେ ଗର୍ଜିଲା କଂଗ୍ରେସ । ଅଧିକ ପଢନ୍ତୁ

ଆୟକର ନୋଟିସ ବିରୋଧରେ ଦେଶବ୍ୟାପୀ ଗର୍ଜିଲା କଂଗ୍ରେସ, କାଲି ରାମଲୀଲାରେ ‘ଇଣ୍ଡିଆ’ ମେଣ୍ଟର ମହାରାଲି
ଆୟକର ନୋଟିସ ବିରୋଧରେ ଦେଶବ୍ୟାପୀ ଗର୍ଜିଲା କଂଗ୍ରେସ, କାଲି ରାମଲୀଲାରେ ‘ଇଣ୍ଡିଆ’ ମେଣ୍ଟର ମହାରାଲି

ନୂଆଦିଲ୍ଲୀ: ସାଧାରଣ ନିର୍ବାଚନ ସମୟରେ କଂଗ୍ରେସକୁ 1700 କୋଟି ଟଙ୍କାର ନୋଟିସ ପଠାଇଛି ଆୟକର ବିଭାଗ । ଯାହାକୁ ନେଇ ଗତକାଲି(ଶନିବାର) କଂଗ୍ରେସ ଦେଶର ବିଭିନ୍ନ ସ୍ଥାନରେ ପ୍ରତିବାଦ କରିଛି । 2017-18 ରୁ 2022-21 ବର୍ଷ ମଧ୍ୟରେ ଏହି କର ଦିଆଯାଇନଥିବା ଦର୍ଶାଯାଇ ଏହି ନୋଟିସ ପଠାଯାଇଥିବା ସୂଚନା ରହିଛି । ଏବେ ନୋଟିସରେ ଉଲ୍ଲେଖ ତଥ୍ୟ ଅନୁସାରେ, ଦଳକୁ 17ଶହ କୋଟିର ଜରିମାନା ଏବଂ ସୁଧ ଭରିବାକୁ ପଡିବ । ପୂର୍ବରୁ ଦଳର ଆକାଉଣ୍ଟକୁ ମଧ୍ୟ ଅଚଳ କରାଯାଇଥିଲା । ଯାହାକୁ ନେଇ କଂଗ୍ରେସ ସର୍ବୋଚ୍ଚକୋର୍ଟରେ ମଧ୍ୟ ଦ୍ବାରସ୍ଥ ହୋଇଛି । ଗତକାଲି ଦଳ ଦେଶର ବିଭିନ୍ନ ସ୍ଥାନରେ ପ୍ରତିବାଦ କରିବା ସହ ଏହାକୁ ବିଜେପି ସରକାରର “ଟ୍ୟାକ୍ସ ଆତଙ୍କବାଦ” ବୋଲି ଆଖ୍ୟା ଦେଇଛି ।

ଗତକାଲି ଦଳ କର୍ଣ୍ଣାଟକ ରାଜଧାନୀ ବେଙ୍ଗାଲୁରୁ ସମେତ ବିଭିନ୍ନ ସ୍ଥାନରେ ପ୍ରତିବାଦ ସଭା ଆୟୋଜିତ କରି ବିଜେପି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ବର୍ଷିଛି । ଦଳ କହିଛି, ଏହା କରାଯିବା ଦ୍ବାରା ଦଳ ଭୟଭୀତ ହେବ ନାହିଁ । ବିଜେପି ବିରୋଧୀ ଦଳମାନଙ୍କୁ ଟ୍ୟାକ୍ସ ଠକେଇ ଅଭିଯୁକ୍ତ ଦର୍ଶାଇବା ସହ ଦେଶକୁ ବିଭ୍ରାନ୍ତ କରିବାରେ ଲାଗିଛି । କେହି ଆଇନ ଠାରୁ ଊର୍ଦ୍ଧ୍ୱରେ ନାହାଁନ୍ତି ବୋଲି ମଧ୍ୟ କଂଗ୍ରେସ କହିଛି ।

ଏହା ମଧ୍ୟ ପଢନ୍ତୁ:- ମୁଣ୍ଡ ଉପରେ ନିର୍ବାଚନ: କଂଗ୍ରେସକୁ ଝଟକା ଦେଲା ଆୟକର, ଭରିବ 1700 କୋଟି - Congress Income Tax Notice

ଅନ୍ୟପଟେ ଆଜି(ରବିବାର) ଦିଲ୍ଲୀର ଐତିହାସିକ ରାମଲୀଳା ମୈଦାନରେ ଏକ ବିଶାଳ ସମାବେଶ ମଧ୍ୟ କରିବାକୁ ଯାଉଛି ବିରୋଧୀଙ୍କ ଇଣ୍ଡିଆ ମେଣ୍ଟ । ଯାହାର ନେତୃତ୍ବ କଂଗ୍ରେସ ନେବ । ତମାମ ଇଣ୍ଡିଆ ମେଣ୍ଟର ସହଯୋଗୀ ଦଳର ନେତା ଓ ପ୍ରତିନିଧି ଏଥିରେ ଅଂଶଗ୍ରହଣ କରିବେ । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜ୍ରିଓ୍ବାଲଙ୍କ ଗିରଫଦାରୀ ବିରୋଧରେ ଏହି ମହାରାଲି ଡାକରା ଦିଆଯାଇଛି ।

ଗତକାଲି ଝାଡଖଣ୍ଡର ଗିରଫ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ପତ୍ନୀ କଳ୍ପନା ସୋରେନ ଦିଲ୍ଲୀରେ ପହଞ୍ଚି କେଜ୍ରିଓ୍ବାଲଙ୍କ ପତ୍ନୀ ସୁନିତା କେଜ୍ରିଓ୍ବାଲଙ୍କୁ ସାକ୍ଷାତ କରିଛନ୍ତି । ପରେ ସେ କଂଗ୍ରେସ ଭେଟେରାନ ତଥା ଦଳର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ମଧ୍ୟ ତାଙ୍କ ବାସଭବନରେ ଭେଟିଛନ୍ତି । ଆଜିର କାର୍ଯ୍ୟକ୍ରମରେ କଂଗ୍ରେସ ଓ ତାମାମ ବିରୋଧୀ ଦଳ ବିଜେପି ବିରୋଧରେ ଶକ୍ତି ପ୍ରଦର୍ଶନ କରିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.