ETV Bharat / politics

ପଣସ ଖାଇ ଅନ୍ୟ ମୁଣ୍ଡରେ ଅଠା ବୋଳିବା ସୁଲତା ଦେଓଙ୍କ ଅଭ୍ୟାସ: ବିଜେପି - BJP Press Meet

author img

By ETV Bharat Odisha Team

Published : Apr 23, 2024, 8:43 PM IST

BJP Press Meet
BJP Press Meet

BJP Press Meet: ବିଜେଡି ସାଂସଦ ସୁଲତା ଦେଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାର୍ଗେଟ କରିବା ପରେ ତୁରନ୍ତ ପ୍ରତିକ୍ରିୟା ରଖିଲା ବିଜେପି । ପ୍ରେସ୍‌ମିଟ୍‌ରେ ବର୍ଷିଲେ ରାଜ୍ୟ ବିଜେପି ସମ୍ପାଦିକା କସ୍ତୁରୀ ମହାପାତ୍ର । ଅଧିକ ପଢ଼ନ୍ତୁ

BJP Press Meet

ଭୁବନେଶ୍ବର: ଧର୍ମେନ୍ଦ୍ର ପ୍ରଧାନଙ୍କୁ ବିଜେଡିର ଟାର୍ଗେଟ ପରେ ତୁରନ୍ତ କାଉଣ୍ଟର ଆଟାକ୍ କଲା ବିଜେପି । ଆଜି ପ୍ରେସମିଟରେ କେନ୍ଦ୍ରମନ୍ତ୍ରୀ ତଥା ବିଜେପି ସମ୍ବଲପୁର ସାଂସଦ ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ମହିଳା ବିରୋଧୀ କହି ଟାର୍ଗେଟ କରିଥିଲେ ବିଜେଡି ସାଂସଦ ସୁଲତା ଦେଓ । ଜବାବରେ ବିଜେଡି ନେତ୍ରୀ ସୁଲତା ଦେଓ ଡାହା ମିଛ କହୁଛନ୍ତି ବୋଲି ଅଭିଯୋଗ ଆଣିଛନ୍ତି ରାଜ୍ୟ ବିଜେପି ସମ୍ପାଦିକା କସ୍ତୁରୀ ମହାପାତ୍ର ।

ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କସ୍ତୁରୀ ମହାପାତ୍ର କହିଛନ୍ତି, "ବିଜେଡି ନେତ୍ରୀ ସୁଲତା ଦେଓ ଡାହା ମିଛ କହୁଛନ୍ତି । ପଣସ ଖାଇ ଅନ୍ୟ ମୁଣ୍ଡରେ ଅଠା ବୋଳିବା ବିଜେଡି ନେତ୍ରୀ ସୁଲତା ଦେଓଙ୍କ ଅଭ୍ୟାସ । ଏସଏଚଜି ମହିଳାଙ୍କ ଭୋଟ ବ୍ୟାଙ୍କ ଭାଙ୍ଗିଯିବା ଭୟରେ ମିଶନ ଶକ୍ତି ସଚିବ ସୁଜାତା କାର୍ତ୍ତିକେୟନ ସୁଲତା ଦେଓଙ୍କୁ ମିଛ କହିବା ପାଇଁ ପଠାଇଥିଲେ । ସୁଜାତା କାର୍ତ୍ତିକେୟନଙ୍କ ଚାଟୁକାରିତା କରିବା ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବିରୋଧରେ କହିଛନ୍ତି ସୁଲତା ଦେଓ । ଆଦର୍ଶ ଆଚରଣ ବିଧି ଲାଗୁ ସମୟରେ ଏସଏଚଜି ମହିଳାମାନଙ୍କୁ ସରକାରୀ ଖର୍ଚ୍ଚରେ ଦୁବାଇ ପଠାଇବା ପାଇଁ ଯୋଜନା କରିଥିଲେ ବିଜେଡି ସରକାର । ଯାହାକୁ ନେଇ ଇସିଆଇଙ୍କୁ ଜଣାଇଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପରେ ଇସିଆଇ ଏସଏଚଜି ମହିଳାଙ୍କ ଦୁବାଇ ଗସ୍ତ ଉପରେ ରୋକ ଲଗାଇଛନ୍ତି । ଅର୍ଥାତ ବିଜେଡି ଆଦର୍ଶ ଆଚରଣ ବିଧିର ଉଲ୍ଲଙ୍ଘନ କରୁଥିଲା ବୋଲି ସ୍ପଷ୍ଟ ହୋଇଛି ।"

ଏହା ମଧ୍ୟ ପଢ଼ନ୍ତୁ...ମହିଳା ବିରୋଧୀ କେନ୍ଦ୍ରମନ୍ତ୍ରୀ; ମିଶନ ଶକ୍ତି ବନ୍ଦ କରିବାକୁ ଷଡ଼ଯନ୍ତ୍ର କରୁଛନ୍ତି ଧର୍ମେନ୍ଦ୍ର: ବିଜେଡି - BJD Press Meet

ସେହିଭଳି ମହିଳାଙ୍କ ବିକାଶ ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅବଦାନ ସମସ୍ତେ ଜାଣିଛନ୍ତି ବୋଲି କହିଛନ୍ତି ରାଜ୍ୟ ବିଜେପି ସମ୍ପାଦିକା କସ୍ତୁରୀ ମହାପାତ୍ର । ସେ କହିଛନ୍ତି, "55 ଲକ୍ଷ ମହିଳାଙ୍କୁ ଉଜ୍ବଳା ଯୋଜନାରେ ମାଗଣା ଗ୍ୟାସ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେଥିପାଇଁ ଧର୍ମେନ୍ଦ୍ରଙ୍କୁ 'ଉଜ୍ବଳା ମ୍ୟାନ୍‌' ବୋଲି କୁହାଯାଉଛି । ମିଶନ ଶକ୍ତି ଯୋଜନା କେନ୍ଦ୍ର ସରକାରଙ୍କ ଯୋଜନା ।" ସାଧାରଣ ନିର୍ବାଚନକୁ ନେଇ ରାଜ୍ୟ ରାଜନୀତି ସରଗରମ ରହିଥିବବେଳେ ଏବେ ବିଜେଡି ଓ ବିଜେପି ମଧ୍ୟରେ ଆରୋପ ପ୍ରତ୍ୟାରୋପ ଜୋର ଧରିଛି ।

ଏହା ମଧ୍ୟ ପଢ଼ନ୍ତୁ...ଧର୍ମେନ୍ଦ୍ରଙ୍କୁ ସସ୍ମିତଙ୍କ କଟାକ୍ଷ, ଲକ୍ଷ୍ମୀ କାର୍ଯ୍ୟକାରିତାରେ NH-55 ବାଧକ - BJD slams Dharmendra Pradhan

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.