ETV Bharat / politics

ଆଦର୍ଶ ଆଚରଣ ବିଧିର ଉଲ୍ଲଙ୍ଘନ ଓ ବିଜେପି ଗୋଟେ ମୁଦ୍ରାର ଦୁଇ ପାର୍ଶ୍ଵ: ବିଜେଡି - Violation of Code of Conduct

author img

By ETV Bharat Odisha Team

Published : Apr 25, 2024, 7:37 PM IST

Violate Code of Conduct: ଆଦର୍ଶ ଆଚରଣ ବିଧି ଉଲ୍ଲଙ୍ଘନ ଅଭିଯୋଗ ନେଇ ପୁଣି ସିଇଓଙ୍କୁ ଭେଟିଲା ବିଜେଡି । କହିଲା ନିର୍ବାଚନ ଆଚରଣ ବିଧି ଉଲ୍ଲଙ୍ଘନ ଓ ବିଜେପି ଗୋଟେ ମୁଦ୍ରାର ଦୁଇଟି ପାର୍ଶ୍ଵ ।

BJP violating Code of Conduct
BJP violating Code of Conduct

BJP violating Code of Conduct

ଭୁବନେଶ୍ବର: ବାରମ୍ବାର ଆଦର୍ଶ ଆଚରଣ ବିଧି ଉଲ୍ଲଙ୍ଘନ କରି ଚାଲିଛନ୍ତି ବିଜେପିର ସାଂସଦ ଓ ବିଧାୟକ ପ୍ରାର୍ଥୀ । ନିର୍ବାଚନ ଆଚରଣ ବିଧି ଉଲ୍ଲଙ୍ଘନ ଓ ବିଜେପି ଗୋଟେ ମୁଦ୍ରାର ଦୁଇଟି ପାର୍ଶ୍ଵ ବୋଲି କହିଛି ବିଜେଡ଼ି । ଗଞ୍ଜାମ ଜିଲ୍ଲା ଛତ୍ରପୁର ନିର୍ବାଚନ ମଣ୍ଡଳୀର ବିଜେପି ପ୍ରାର୍ଥୀ କୃଷ୍ଣ ଚନ୍ଦ୍ର ନାୟକ ବାତ୍ୟା ଆଶ୍ରୟସ୍ଥଳୀରେ ନିର୍ବାଚନ ସଭା କରୁଥିଲେ । ଯାହା ଆଦର୍ଶ ଆଚରଣ ବିଧିର ଉଲ୍ଲଙ୍ଘନ । ଯାହାକୁ ନେଇ ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଦ୍ବାରସ୍ଥ ହୋଇଛି ବିଜୁ ଜନତା ଦଳ ।

ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଦ୍ବାରସ୍ଥ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ମୁଖପାତ୍ର ଓମ ପ୍ରକାଶ ସାହୁ । ସେ କହିଛନ୍ତି ଯେ, ନିର୍ବାଚନ ଆଚରଣ ବିଧି ଉଲ୍ଲଙ୍ଘନ ଓ ବିଜେପି ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ଵ । ଚଳିତ ନିର୍ବାଚନରେ ବିଜେପିର ପ୍ରାର୍ଥୀ ମାନେ ଏହାକୁ ଅଭ୍ୟାସରେ ପରିଣତ କରିଛନ୍ତି । ବିଜେପିର ସାଂସଦ ଓ ବିଧାୟକ ପ୍ରାର୍ଥୀ ବାରମ୍ବାର ନିର୍ବାଚନ ଆଚରଣ ବିଧି ଉଲ୍ଲଙ୍ଘନ କରୁଛନ୍ତି । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଆମେ ଅଭିଯୋଗ କରି ଆସିଛୁ । ପୂର୍ବରୁ ଆମେ ବହୁତ ଥର ବିଜେପିର ନିର୍ବାଚନ ଆଚରଣ ବିଧି ଉଲ୍ଲଙ୍ଘନ କରିଥିବା ଅଭିଯୋଗ ଆଣି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲୁ ।

ଏହା ମଧ୍ୟ ପଢ଼ନ୍ତୁ... ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ କରୁଛି ବିଜେପି ! CEOଙ୍କୁ ଫେରାଦ ହେଲା ବିଜେଡି - 2024 Election

ସେହିପରି ଗତକାଲି ରାତିରେ ଗଞ୍ଜାମ ଜିଲ୍ଲା ଛତ୍ରପୁର ନିର୍ବାଚନ ମଣ୍ଡଳୀର ବିଜେପି ପ୍ରାର୍ଥୀ କୃଷ୍ଣଚନ୍ଦ୍ର ନାୟକ ଆଦର୍ଶ ଅଚରଣ ବିଧିର ଉଲ୍ଲଙ୍ଘନ କରିଛନ୍ତି । କୃଷ୍ଣଚନ୍ଦ୍ର ସାନରାମଚନ୍ଦ୍ରପୁର ପଞ୍ଚାୟତର ମଧୁଚୁଆଁ ଗାଁରେ ବାତ୍ୟା ଆଶ୍ରୟସ୍ଥଳୀରେ ନିର୍ବାଚନ ସଭା କରୁଥିଲେ । ସରକାରୀ ସମ୍ପତ୍ତିରେ ଯେଉଁଭଳି ଭାବେ ସେ ବିଜେପିର କର୍ମକର୍ତ୍ତାଙ୍କୁ ନେଇ ସଭା କରିଥିଲେ ତାହା ଆଦର୍ଶ ଆଚରଣ ବିଧିର ଉଲ୍ଲଙ୍ଘନ । ଏହା ବିରୋଧରେ ପଦକ୍ଷେପ ନେବାକୁ ଆମେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଅନୁରୋଧ କରିଛୁ । ତେବେ ନିର୍ବାଚନ ଆଚରଣ ବିଧି ଲଗାଇଥିବା ସମୟରେ କୌଣସି ସରକାରୀ ସମ୍ପତ୍ତିକୁ ବ୍ୟବହାର କରାଯାଇ ପାରିବନାହିଁ । ଏଥିରୁ କ୍ଷାନ୍ତ ରହୁନ୍ତୁ ବିଜେପି ନେତା ଓ ପ୍ରାର୍ଥୀ । ଏହି ପ୍ରତିନିଧି ଦଳରେ ବିଜେଡିର ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର, ସୁଲତା ଦେଓ, ସ୍ବୟଂ ପ୍ରକାଶ ମହାପାତ୍ର, ପ୍ରିୟବ୍ରତ ମାଝୀ, ମଧୁସ୍ମିତା ନାୟକ, ଇପ୍ସିତା ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.