ETV Bharat / politics

କେଜ୍ରିୱାଲଙ୍କ ମୁକ୍ତି ଦାବି, ଦିଲ୍ଲୀର ଜନ୍ତରମନ୍ତରରେ ଆପ୍ ପକ୍ଷରୁ ସାମୂହିକ ଉପବାସ - AAP OBSERVE HUNGER STRIKE

author img

By ETV Bharat Odisha Team

Published : Apr 7, 2024, 5:24 PM IST

ଦିଲ୍ଲୀର ଜନ୍ତରମନ୍ତରରେ ଆପ୍ ପକ୍ଷରୁ ସାମୂହିକ ଉପବାସ, କେଜ୍ରିୱାଲଙ୍କ ମୁକ୍ତି ଆପ୍ ର ମୁଖ୍ୟ ଦାବି
ଦିଲ୍ଲୀର ଜନ୍ତରମନ୍ତରରେ ଆପ୍ ପକ୍ଷରୁ ସାମୂହିକ ଉପବାସ, କେଜ୍ରିୱାଲଙ୍କ ମୁକ୍ତି ଆପ୍ ର ମୁଖ୍ୟ ଦାବି

AAP leaders mass fast against Kejriwal arrest : ମଦ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ଦିଲ୍ଲୀ ମଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ମୁକ୍ତି ଦାବି ନେଇ ଆପ୍ ପକ୍ଷରୁ ଜନ୍ତର ମନ୍ତର ଠାରେ ସାମୂହିକ ଉପବାସ। 'କେଜ୍ରିୱାଲ କୋ ଆଶୀର୍ବାଦ' କ୍ୟାମ୍ପେନର ଦ୍ବିତୀୟ ପର୍ଯ୍ୟାୟରେ ଆଜି ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଅଧିକ ପଢନ୍ତୁ

ଦିଲ୍ଲୀର ଜନ୍ତରମନ୍ତରରେ ଆପ୍ ପକ୍ଷରୁ ସାମୂହିକ ଉପବାସ, କେଜ୍ରିୱାଲଙ୍କ ମୁକ୍ତି ଆପ୍ ର ମୁଖ୍ୟ ଦାବି

ନୂଆଦିଲ୍ଲୀ: ମଦ ଦୁର୍ନୀତି ମାମଲାରେ ସମ୍ପୃକ୍ତି ଅଭିଯୋଗରେ ଗତ ୨୧ ମାର୍ଚ୍ଚରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଗିରଫ କରାଯାଇଛି । ଯାହା ବିରୋଧରେ ଆଜି ଆମ ଆଦମୀ ପାର୍ଟି ପକ୍ଷରୁ ଦେଶବ୍ୟାପୀ ସାମୂହିକ ଉପବାସ ଆରମ୍ଭ କରିଛି । ପାର୍ଟିର ବଡ ବଡ ନେତା ମାନେ ଦିଲ୍ଲୀର ଜନ୍ତର ମନ୍ତରଠାରେ ସକାଳୁ ଉପବାସ ପାଇଁ ପହଞ୍ଚିଥିଲେ । ଆମ ଆଦମୀ ପାର୍ଟି ପକ୍ଷରୁ ଦାବି ରଖାଯାଇଛି ଯେ ମଦ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ତୁରନ୍ତ ମୁକ୍ତ କରାଯାଉ । ତାଙ୍କୁ ମିଛ ମାମଲାରେ ଇଡି ଫସାଇଛି । ପାର୍ଟି ପକ୍ଷରୁ ସୋସିଆଲ ମିଡିଆରେ ପୋଷ୍ଟ ଜରିଆରେ କୁହାଯାଇଛି ଯେ ଏକଛତ୍ରବାଦ ବିରୋଧରେ ସାରାଦେଶ ଏକଜୁଟ ରହିଛି । ଆସନ୍ତୁ ମିଳି ମିଶି ଦେଶର ପୁଅ କେଜ୍ରିୱାଲଙ୍କୁ ସମର୍ଥନରେ ସ୍ବର ଉତ୍ତୋଳନ କରନ୍ତୁ ।

ଏହା ମଧ୍ୟ ପଢନ୍ତୁ ... ଜେଲରେ କେଜ୍ରିୱାଲ, ଆଜି ଅନଶନ କରିବେ ଆପ ନେତା ଓ କର୍ମୀ - AAP Mass Fast Campaign

ସୂଚନାଯୋଗ୍ୟ ଯେ ଏହା ପୂର୍ବରୁ ଆପ୍ ଦଳ ୨୬ ମାର୍ଚ୍ଚରେ ଦେଶବ୍ୟାପୀ ପ୍ରଦର୍ଶନ କରିଥିଲେ । ଏପରିକି ପିଏମ ଆବାସକୁ ଘେରିବା ପାଇଁ ଦଳୀୟ କର୍ମୀ ବାହାରିଥିଲେ ମାତ୍ର ବାଟରୁ ହିଁ ପୋଲିସ ସେମାନଙ୍କୁ ହେପାଜତରେ ନେଇଥିଲା । ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କୁ ମଦ ଦୁର୍ନୀତି ସହ ସମ୍ପୃକ୍ତ ଥିବା ମନି ଲଣ୍ଡ୍ରିଂ ମାମଲାରେ ଗିରଫ କରାଯାଇଛି । ଏହା ବିରୋଧରେ ଆପ୍ ଦଳ ପକ୍ଷରୁ କେଜ୍ରିୱାଲଙ୍କୁ ଆଶୀର୍ବାଦ କ୍ୟାମ୍ପେନ ଆରମ୍ଭ ହୋଇଛି । ଏହି କାର୍ଯ୍ୟକ୍ରମର ଦ୍ବିତୀୟ ପର୍ଯ୍ୟାୟରେ ସାମୂହିକ ଉପବାସ ରଖାଯାଇଥିଲା । ଦେଶର ବିଭିନ୍ନ ସ୍ଥାନରେ ଏହି କାର୍ଯ୍ୟକ୍ରମ ହୋଇଛି । ଜନ୍ତର ମନ୍ତରରେ ଆୟୋଜିତ ଏହି ସଭାରେ ପୋଲିସର କଡା ସୁରକ୍ଷା ରହିଥିଲା । ମଞ୍ଚ ଉପରେ ମନ୍ତ୍ରୀ ଆତିଶୀ ମର୍ଲନା, ବିଧାୟକ ଋତୁରାଜ ଗୋବିନ୍ଦ, ସଞ୍ଜୀବ ଝା, ଦିଲ୍ଲୀ ମେୟର ଡ. ଶୈଲୀ ଓବରାୟ ସମେତ ଅନେକ ନେତା ଉପସ୍ଥିତ ଥିଲେ । ସମ୍ପୂର୍ଣ୍ଣ ଜନ୍ତର ମନ୍ତର ପଡିଆରେ କାର୍ଯ୍ୟକର୍ତ୍ତାଙ୍କ ବସିବା ପାଇଁ ଏକ ବଡ ପେଣ୍ଡାଲ ମଧ୍ୟ ନିର୍ମାଣ କରାଯାଇଥିଲା । ଏଥିରେ ସାଧାରଣ ଲୋକ ମଧ୍ୟ ସାମିଲ ହୋଇଥିଲେ ।

ସୂଚନା ଯୋଗ୍ୟ ଯେ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କ ପତ୍ନୀ ସୁନିତା କେଜ୍ରିୱାଲ ଗତ ୨୯ ମାର୍ଚ୍ଚରେ 'କେଜ୍ରିୱାଲ କୋ ଆଶୀର୍ବାଦ' କ୍ୟାମ୍ପେନର ପ୍ରଥମ ପର୍ଯ୍ୟାୟର ଶୁଭାରମ୍ଭ କରିଥିଲେ । ଏହି ଅବସରରେ ସେ ସାଧାରଣ ଲୋକଙ୍କୁ ୮୨୯୭୩୨୪୬୨୪ର ଏକ ହ୍ବାଟସଆପ୍ ନମ୍ବର ପ୍ରଦାନ କରିଥିଲେ । ଯେଉଁଥିରେ ସେ ଲୋକମାନଙ୍କୁ କେଜ୍ରିୱାଲଙ୍କ ପାଇଁ ଆଶୀର୍ବାଦ, ପ୍ରାର୍ଥନା ଓ ଶୁଭେଚ୍ଛା ପଠାଇବାକୁ ଅନୁରୋଧ କରିଥିଲେ । ଏହି ବାର୍ତ୍ତାଗୁଡିକୁ ସେ କେଜ୍ରିୱାଲଙ୍କ ପାଖକୁ ପହଞ୍ଚାଇବାରୱ ଆଶ୍ବାସନା ମଧ୍ୟ ଦେଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.